ସିଟି ହସ୍ପିଟାଲ ସ୍ଥାପନ ଘୋଷଣା ପର୍ଯ୍ୟନ୍ତ ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ, ୪ା୨: ଗୁରୁବାର କଥାବାର୍ତ୍ତା ସରିଥିଲା। ଜିଲାପାଳ ରାଜ୍ୟ ସରକାରଙ୍କୁ ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଚିଠି ଲେଖିବେ। ଏହାପରେ ଗତ ୨୪ ତାରିଖଠାରୁ ସିଟି ହସ୍ପିଟାଲ ଦାବିରେ ଚାଲିଥିବା ଜନଆନ୍ଦୋଳନ ସ୍ଥଗିତ ରହିବ। ତେବେ ଶୁକ୍ରବାର ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚତ୍ ଥିବା ପ୍ରଶାସନିକ ଚିଠି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିଟି ହସ୍ପିଟାଲ ପାଇଁ ପ୍ରଶାସନର କୌଣସି ଆନ୍ତରିକତା ନାହିଁ ଦର୍ଶାଇ ଆନ୍ଦୋଳନ ଆଗକୁ ବଢ଼ିବ ବୋଲି ମେଡ଼ିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କାଉନସିଲର ରଶ୍ମିତା ସିଂହ, ସୌମେନ୍ଦ୍ର ପୃଷ୍ଟି, ସଲିମ ଖଁା, ସନ୍ଦୀପ୍ତ ଦାସ, ଗୟାଧର ଧଳ, ହିଫଜୁର ରହେମାନ, ସେକ୍‌ ଡିଫଜୁଲା, ଅଜୟ କୁମାର ସାମଲ ପ୍ରମୁଖ କହିଛନ୍ତି, ଖଡିଅଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଟି ଏବେ ଶାମଗୁଡିଆସ୍ଥ ନୂତନ କୋଠାକୁ ଜାନୁୟାରୀ ୯ ଠାରୁ ସ୍ଥାନାନ୍ତର ହୋଇଛି। ପୁରୁଣା ସ୍ଥାନର ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ନିର୍ମାଣ ପାଇଁ ସହରବାସୀଙ୍କ ପକ୍ଷରୁ ଜାନୁୟାରୀ ୧୭ରେ କେନ୍ଦ୍ରାପଡ଼ା ବନ୍ଦ ହୋଇଥିଲା। ଜାନୁୟାରୀ ୨୪ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହରବାସୀଙ୍କ ଗଣଆନ୍ଦୋଳନ ଚାଲିଛି। ସହରବାସୀଙ୍କ ଅସନ୍ତୋଷ ଓ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ଗୁରୁବାର ଆଲୋଚନା କରିବାକୁ ଆନ୍ଦୋଳନକାରୀଙ୍କୁ ଡାକିଥିଲେ। ଜିଲାପାଳ ଅମୃତ ଋତୁରାଜ ଆନ୍ଦୋଳନକାରୀଙ୍କ ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇ ଏ ନେଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରକାଶ କରିଥିଲେ। ଏଥିପାଇଁ ଜିଲାପାଳ ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ କମିଶନର ତଥା ସଚିବଙ୍କୁ ଚିଠି (ନଂ. ୨୬୮/୨୩)ରେ ଆନ୍ଦୋଳନକାରୀଙ୍କ ଦାବି ଉପସ୍ଥାପନ କରିଥିଲେ। ଏବେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚତ୍ ଥିବା ବେଳେ ଚିଠିକୁ ନେଇ ବହୁ ପ୍ରଶ୍ନ ଆଗକୁ ଆସିଛି ା ଚିଠିରେ ପ୍ରାପକଙ୍କ ନାମ ପ୍ରଥମେ ମୁଖ୍ୟ ସଚିବଙ୍କୁ ଲେଖା ଯାଇଥିବା ବେଳେ ଏହାକୁ କଟାଯାଇ ବିଭାଗୀୟ ସଚିବ ବୋଲି ଉଲ୍ଲେଖ କରାଯାଇଛି। ଚିଠିର ଏହି ଭୁଲ ଜିଲାର ପ୍ରଶାସନିକ ଅଧିକାରୀଙ୍କ ଗୁରୁତ୍ୱହାନି ଆଶଙ୍କା ଥିବାରୁ ଠିକଣା ସ୍ଥାନରେ ପହଞ୍ଚତ୍ବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କୌଣସି ପ୍ରକାର ଏହି ଜନଆନ୍ଦୋଳନକୁ ବିଫଳ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ଏକ ଚକ୍ରାନ୍ତ ବୋଲି ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଏହା ପୂର୍ବରୁ ଆନ୍ଦୋଳନକୁ ଦମନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ ଔଷଧ ଦୋକାନ ଓ ଲାବୋରେଟୋରିକୁ ସିଲ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସିଟି ହସ୍ପିଟାଲ ଘୋଷଣା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ମତ ଦେଇଛନ୍ତି।