ସିଟି ହସ୍ପିଟାଲ ସ୍ଥାପନ ଘୋଷଣା ପର୍ଯ୍ୟନ୍ତ ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ, ୪ା୨: ଗୁରୁବାର କଥାବାର୍ତ୍ତା ସରିଥିଲା। ଜିଲାପାଳ ରାଜ୍ୟ ସରକାରଙ୍କୁ ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଟି ହସ୍ପିଟାଲ ସ୍ଥାପନ ପାଇଁ ଚିଠି ଲେଖିବେ। ଏହାପରେ ଗତ ୨୪ ତାରିଖଠାରୁ ସିଟି ହସ୍ପିଟାଲ ଦାବିରେ ଚାଲିଥିବା ଜନଆନ୍ଦୋଳନ ସ୍ଥଗିତ ରହିବ। ତେବେ ଶୁକ୍ରବାର ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚତ୍ ଥିବା ପ୍ରଶାସନିକ ଚିଠି ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସିଟି ହସ୍ପିଟାଲ ପାଇଁ ପ୍ରଶାସନର କୌଣସି ଆନ୍ତରିକତା ନାହିଁ ଦର୍ଶାଇ ଆନ୍ଦୋଳନ ଆଗକୁ ବଢ଼ିବ ବୋଲି ମେଡ଼ିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କାଉନସିଲର ରଶ୍ମିତା ସିଂହ, ସୌମେନ୍ଦ୍ର ପୃଷ୍ଟି, ସଲିମ ଖଁା, ସନ୍ଦୀପ୍ତ ଦାସ, ଗୟାଧର ଧଳ, ହିଫଜୁର ରହେମାନ, ସେକ୍‌ ଡିଫଜୁଲା, ଅଜୟ କୁମାର ସାମଲ ପ୍ରମୁଖ କହିଛନ୍ତି, ଖଡିଅଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟଟି ଏବେ ଶାମଗୁଡିଆସ୍ଥ ନୂତନ କୋଠାକୁ ଜାନୁୟାରୀ ୯ ଠାରୁ ସ୍ଥାନାନ୍ତର ହୋଇଛି। ପୁରୁଣା ସ୍ଥାନର ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ନିର୍ମାଣ ପାଇଁ ସହରବାସୀଙ୍କ ପକ୍ଷରୁ ଜାନୁୟାରୀ ୧୭ରେ କେନ୍ଦ୍ରାପଡ଼ା ବନ୍ଦ ହୋଇଥିଲା। ଜାନୁୟାରୀ ୨୪ରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହରବାସୀଙ୍କ ଗଣଆନ୍ଦୋଳନ ଚାଲିଛି। ସହରବାସୀଙ୍କ ଅସନ୍ତୋଷ ଓ ଗଣମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମଥର ପାଇଁ ଗୁରୁବାର ଆଲୋଚନା କରିବାକୁ ଆନ୍ଦୋଳନକାରୀଙ୍କୁ ଡାକିଥିଲେ। ଜିଲାପାଳ ଅମୃତ ଋତୁରାଜ ଆନ୍ଦୋଳନକାରୀଙ୍କ ଦାବିକୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇ ଏ ନେଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରକାଶ କରିଥିଲେ। ଏଥିପାଇଁ ଜିଲାପାଳ ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ବିଭାଗ କମିଶନର ତଥା ସଚିବଙ୍କୁ ଚିଠି (ନଂ. ୨୬୮/୨୩)ରେ ଆନ୍ଦୋଳନକାରୀଙ୍କ ଦାବି ଉପସ୍ଥାପନ କରିଥିଲେ। ଏବେ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ଚତ୍ ଥିବା ବେଳେ ଚିଠିକୁ ନେଇ ବହୁ ପ୍ରଶ୍ନ ଆଗକୁ ଆସିଛି ା ଚିଠିରେ ପ୍ରାପକଙ୍କ ନାମ ପ୍ରଥମେ ମୁଖ୍ୟ ସଚିବଙ୍କୁ ଲେଖା ଯାଇଥିବା ବେଳେ ଏହାକୁ କଟାଯାଇ ବିଭାଗୀୟ ସଚିବ ବୋଲି ଉଲ୍ଲେଖ କରାଯାଇଛି। ଚିଠିର ଏହି ଭୁଲ ଜିଲାର ପ୍ରଶାସନିକ ଅଧିକାରୀଙ୍କ ଗୁରୁତ୍ୱହାନି ଆଶଙ୍କା ଥିବାରୁ ଠିକଣା ସ୍ଥାନରେ ପହଞ୍ଚତ୍ବା ନେଇ ସନ୍ଦେହ ସୃଷ୍ଟି ହୋଇଛି। କୌଣସି ପ୍ରକାର ଏହି ଜନଆନ୍ଦୋଳନକୁ ବିଫଳ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ଏକ ଚକ୍ରାନ୍ତ ବୋଲି ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଏହା ପୂର୍ବରୁ ଆନ୍ଦୋଳନକୁ ଦମନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ ଔଷଧ ଦୋକାନ ଓ ଲାବୋରେଟୋରିକୁ ସିଲ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସିଟି ହସ୍ପିଟାଲ ଘୋଷଣା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ୩ରାଶିର ଖୋଲିବ ଭାଗ୍ୟ, ମିଳିବ ମୂଲ୍ୟବାନ….

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହର ସେନାପତି ମଙ୍ଗଳଙ୍କ ଗୋଚରଙ୍କୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ ।ମଙ୍ଗଳ ଗ୍ରହକୁ ସାହାସ, ପରାକ୍ରମ ଏବଂ ବିଶ୍ବାସର ପ୍ରତିକ ରୂପେ ବିବେଚନା କରାଯାଇଥାଏ…

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri