ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି।

ସୂଚନାନୁଯାୟୀ, ପୂର୍ତ୍ତବିଭାଗ ଅଧୀନରେ ହାଣ୍ଡିଭଙ୍ଗାଠାରୁ କୁଜିଡ଼ିହି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସହିତ ରାସ୍ତାକଡ଼ରେ ଡ୍ରେନ୍‌ ନିର୍ମାଣ କାର୍ଯ୍ୟ ଚାଲୁଛି। ତେବେ ଗଡିଆ ବଜାରରେ ଥିବା ସରକାରୀ ଜାଗାକୁ ଅବରୋଧ କରାଯାଇ ଦୋକାନ ଗୃହ ନିର୍ମାଣ ହେବା ଫଳରେ ରାସ୍ତାର ପ୍ରଶସ୍ତିକରଣରେ ବାଧା ସୃଷ୍ଟି ହେଉଛି। ତେଣୁ ଗଡ଼ିଆଛକ ସ୍ଥାନ ପୂର୍ବରୁ ୭ ମିଟର ଓସାରର କ୍ୟାରେଜ ଓ୍ବେ ପରେ ମାଟି ପଡ଼ିବା ପରେ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହେବା ବଦଳରେ ପିଚୁ ରାସ୍ତାକୁ ଲାଗି ଡ୍ରେନ୍‌ ନିର୍ମାଣ ହେଉଛି। ଫଳରେ ରାସ୍ତାର ପ୍ରଶସ୍ତିକରଣ କମ୍‌ ହେଉଛି। ଏନେଇ ଗ୍ରାମବାସୀ ପୂର୍ବରୁ ବାରିପଦା ପୂର୍ତ୍ତବିଭାଗକୁ ଏକ ଅଭିଯୋଗ ପତ୍ର ଜଣାଇଥିଲେ। କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ସଂସ୍ଥା ଆଖି ବୁଜି ଦେଇ ଅଳ୍ପ କିଛି ଦୂର ରାସ୍ତାକୁ ଓସରିଆ କରି ଡ୍ରେନ୍‌ ନିର୍ମାଣ କରିଥିବା ବେଳେ ଗଡ଼ିଆ ବଜାର ଦେଇ ଯାଇଥିବା ରାସ୍ତାକୁ ଲଗେଇ ଡ୍ରେନ ନିର୍ମାଣ କରିଛି। ଫଳରେ ଭବିଷ୍ୟତରେ ଦୁର୍ଘଟଣା ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ଗଡ଼ିଆ ସରପଞ୍ଚ ବାସନ୍ତୀ ଟୁଡୁ,ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଟୁଡୁ, ପୂର୍ବତନ ସମିତି ସଭ୍ୟ ମାତାଲ ଟୁଡୁ,ସୁବ୍ରତ ମହାକୁଡ଼,ରଜନୀ ଦିଗାର ଏବଂ ଅନ୍ୟ ଗ୍ରାମବାସୀ କାର୍ଯ୍ୟ ନିର୍ମାଣ କରୁଥିବା ଠିକାଦାର ସଂସ୍ଥାର ସାଇଟ୍‌ ଇଞ୍ଜିନିୟର ଅବିନାଶ ନାଏକଙ୍କୁ ଅଟକ ରଖିବା ସହିତ କାର୍ଯ୍ୟକୁ ବନ୍ଦ କରିଥିଲେ। ଏନେଇ ପୂର୍ତ୍ତବିଭାଗର ଏସ୍‌ଡିଓ ଗୌରୀଚରଣ ଗିରିଙ୍କୁ ପଚାରିବାରୁ ମୋରଡ଼ା ତହସିଲଦାରଙ୍କୁ ଏବାବଦରେ ଜଣାଇ ସମସ୍ତ ଦୋକାନ ଗୃହକୁ ଭଙ୍ଗା ଯାଇ ରାସ୍ତାକୁ ସଠିକ୍‌ ଭାବେ ଓସାରିଆ କରାଯାଇ ଡ୍ରେନ ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri