ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ

ରାୟଗଡ଼ା/ଟିକିରି,୨୩।୨(ସ୍ବ.ପ୍ର./ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗଠନ ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଜିଲାର ବହୁ ଅଞ୍ଚଳରେ ଗମନାଗମନ ସୁବିଧା ହୋଇପାରି ନାହିଁ। ଆଜି ବି ଲୋକେ ନଦୀ, ନାଳ ପାରି ହୋଇଯାଉଥିବା ଦେଖିବାକୁ ମିଳୁଛି। ଏନେଇ ବ୍ଲକଠାରୁ ଆରମ୍ଭ କରି ଜିଲା ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ ସମାସ୍ୟାର ସମାଧାନ ହୋଇପାରୁନାହିଁ। ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅଧୀନ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡ଼ା ଗ୍ରାମରେ। ଏନେଇ ଗ୍ରାମବାସୀ ଗୁରୁବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।

ମିଳିଥିବା ସୂଚନା ମୁତବକ, ଗ୍ରାମବାସୀ ଗୋରଖପୁର, କାଶୀପୁର ଓ ରାୟଗଡ଼ାକୁ ଆସିବାକୁ ହେଲେ ତାଙ୍କୁ ଗାଁ ନିକଟରେ ଯାଇଥିବା ନାଳ ପାରି ହେବାକୁ ପଡ଼େ। ହେଲେ ନାଳରେ ପୋଲ ନିର୍ମାଣ ହେଉ ନ ଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଗକୁ ବର୍ଷା ଦିନ। ବର୍ଷା ହେଲେ ନାଳରେ ପାଣି ଭରି ରହୁଛି। ଫଳରେ ଲୋକଙ୍କୁ ଯିବା ଆସିବାରେ ଅସୁବିଧା ହେଉଛି। ସାଧାରଣତଃ ଗାଁରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ପିଲାଙ୍କ ପାଠ ପଢ଼ାରେ ମଧ୍ୟ ବ୍ୟଘାତ ସାଜିଛି ଗମନାଗମନ। ଏନେଇ ବାରମ୍ବାର ଅଭିଯୋଗ ହେବା ଫଳରେ ଗ୍ରାମ୍ୟ ନିର୍ମାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କରକମଳରେ ୬କି.ମି ବିଶିଷ୍ଟ ଏକ ରାସ୍ତା ମଞ୍ଜୁରୀ ହୋଇଥିଲା। ଗତ ଜାନୁୟାରୀ ୨୦୨୨ରେ ମନ୍ତ୍ରୀ ସାରକା ଓ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ୍‌.ଭାସ୍କର ରାଓଙ୍କ ଉପସ୍ଥିତିରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ରାସ୍ତା କାମ ସରୁନାହିଁ କି ମଞ୍ଜୁରୀ ହୋଇଥିବା ନକ୍ସା ହିସାବରେ ରାସ୍ତା ନିର୍ମାଣ ହେଉନାହିଁ।

ସରକାରୀ ଜମିରେ ରାସ୍ତା ନିର୍ମାଣ ନ କରି ସମ୍ପୃକ୍ତ ଠିକାଦାର ପ୍ରାଇଭେଟ ଜମିରେ ରାସ୍ତା ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ମିଳିତ ଭାବେ ଗତ ବର୍ଷ ନଭେମ୍ବର ୧୫ରେ ଜିଲାପାଳ ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ୨୨ତାରିଖରେ କାଶୀପୁର ତହସିଲଦାର, ୨୪ରେ କାଶୀପୁର ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ଡିସେମ୍ବର ୧୯ ତାରିଖରେ ପୁଣି ଥରେ ଜିଲାପାଳଙ୍କୁ ଭେଟି ରାସ୍ତା ନିର୍ମାଣରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟକୁ ଅବଗତ କରାଇଥିଲେ। ଏପରିକି ଫେବୃୟାରୀ ୨୭ରେ ଏନେଇ ଗ୍ରାମବାସୀ ମନ୍ତ୍ରୀ ଓ ରାୟଗଡ଼ା ବିଧାୟକଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏପରିକି ସମସ୍ୟାର ସମାଧାନ ପାଇଁ ଯେତେ ଗୁହାରି କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଶେଷର ବାଧ୍ୟ ହୋଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।

ଦାବିପତ୍ରରେ କାହ୍ନୁଗୁଡ଼ାରେ ରହିଥିବା ଗମନାଗମନ, ପାନୀୟ ଜଳ, ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉଲ୍ଲେଖ ରହିଛି। ଜିଲାପାଳ ଉକ୍ତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରେରଣ କରି ସହ ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷା ଦିନ ପୂର୍ବରୁ ରାସ୍ତା ଓ ପୋଲ ନିର୍ମାଣ ଶେଷ ନ ହେଲେ ଗ୍ରାମବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

ଭଟାପଲା, ବିଜାପାଟିରେ ଧାନ କିଣା ଆରମ୍ଭ: ପ୍ରଥମ ଦିନରେ ୧୩ ଚାଷୀଙ୍କ ଉଠିଲା ଧାନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ରବିବାର ବୋରପଦର ପଞ୍ଚାୟତର ଭଟାପଲାଠାରେ ଧାନ ମଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri