୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆନ୍ଦୋଳନ

ଛତ୍ରପୁର,୨୩ା୧(ଡି.ଏନ୍‌.ଏ.):ଛତ୍ରପୁର ଉପକଣ୍ଠ ଆଇଆରଇ କମ୍ପାନୀ ପରିସରରେ ଥିବା ରିପ ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କମାନଙ୍କର ବିଭିନ୍ନ ସମସ୍ୟା ଲାଗି ରହିଛି ା ଗତ ମଙ୍ଗଳବାର ବିଭିନ୍ନ ଦାବି ପୂରଣ ନେଇ ଆଇଆରଇ କମ୍ପାନୀ ଫାଟକ ସମ୍ମୁଖରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ ା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଶ୍ରମିକଙ୍କ ଏକ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା ା ଦାବିଗୁଡିକ ମଧ୍ୟରୁ ୪ଟି ଦାବି ପୂରଣ ନେଇ କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ସେଥି ମଧ୍ୟରେ ସମସ୍ତ ଶ୍ରମିକଙ୍କୁ ଆଇଆରଇ କମ୍ପାନୀ ୱେଲଫର ରେଟ୍‌ ଅନୁସାରେ ପ୍ରାପ୍ୟ ପ୍ରଦାନ, ୨ ବର୍ଷର ବକେୟା ବୋନସ୍‌ ପ୍ରଦାନ, ବିନା କାରଣରେ କାମରୁ ବାହାର ନ କରିବା ଏବଂ ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ଆଦି ରହିଛି। ଏହି ପରିପ୍ରେକ୍ଷୀରେ ରବିବାର ରିପ୍‌ ପ୍ଲାଣ୍ଟର ଶ୍ରମିକମାନଙ୍କ ଏକ ବୈଠକ ଓକିଲ ପି.ଧର୍ମା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ା ଆସନ୍ତା ୭ ଦିନ ମଧ୍ୟରେ ଆଇଆରଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ଅନୁସାରେ ଉକ୍ତ ଦାବି ୪ଟି ପୂରଣ କରିବାକୁ ବୈଠକରେ ଦାବି ହୋଇଛି ା ନଚେତ୍‌ ଶ୍ରମିକ ଆନ୍ଦୋଳନ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ା