ଦାବି ପୂରଣ ନ ହେଲେ ଆନ୍ଦୋଳନ

ଭଦ୍ରକ ଅଫିସ,୧୩।୨: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏଶନ ଭଦ୍ରକ ଜିଲା ଶାଖାର ବାର୍ଷିକ ଜିଲା ସମ୍ମିଳନୀ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସମ୍ପାଦିକା ଜୟନ୍ତୀ ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ରାଜ୍ୟ ସଂଘ ସଭାନେତ୍ରୀ ସୁମିତା ମହାପାତ୍ର, ଅଖିଳ ଭାରତୀୟ ଅଙ୍ଗନୱାଡି ମହାସଂଘର ସଙ୍ଗଠନ ସମ୍ପାଦିକା ଅଞ୍ଜଳି ପଟେଲ, ବିଏମ୍‌ଏସ୍‌ ରାଜ୍ୟ ସଭାପତି ପୃଥ୍ବୀରାଜ ପଣ୍ଡା, ଜିଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ, ରାଜ୍ୟ ଆଶାକର୍ମୀ ସଂଘର ସହପ୍ରଭାରୀ ମୁକ୍ତିକାନ୍ତ ସାହୁ, ରାଜ୍ୟ ସରକାରୀ କର୍ମଚାରୀ ସଂଘ ଉପସଭାପତି ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନରେ ଅଙ୍ଗନୱାଡି କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହେଲେ ସରକାର ସେମାନଙ୍କ ନିତାନ୍ତ ଚାକିରି ସର୍ତ୍ତାବଳୀ ପୂରଣ କରୁନାହାନ୍ତି। ସରକାର ଖୁବ୍‌ଶୀଘ୍ର ସେମାନଙ୍କ ଦାବି ପୂରଣ ନ କଲେ ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମଚାରୀ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦିଆଯାଇଛି।ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।