ଜରିମାନାକୁ କେନ୍ଦ୍ରକରି ଉତ୍ତେଜନା

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ଏନେଇ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାସ୍ତା ଉପରେ ପାର୍କିଂ କରୁଥିବା ଯାନବାହନ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ମଙ୍ଗଳବାର ନୂଆ ବସ୍‌ଷ୍ଟାଣ୍ଡଠାରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ପକ୍ଷରୁ ରାସ୍ତାରେ ପାର୍କିଂ କରିଥିବା ଯାନ ମାଲିକଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। ଏହି ସମୟରେ କଂଗ୍ରେସ ଯୁବନେତା ଶିଳାଦିତ୍ୟ ପଟ୍ଟନାୟକଙ୍କ ବାଇକ୍‌ରୁ ଜରିମାନା ଆଦାୟକୁ କେନ୍ଦ୍ରକରି ଜଣେ ମହିଳା ଏସ୍‌ଆଇଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏନେଇ ଉଭୟ ମୁହଁାମୁହଁି ହୋଇଥିଲେ। ଏସ୍‌ଆଇ ଶିଳାଦିତ୍ୟଙ୍କୁ ଏକ ଧକ୍କା ମାରିଥିବା ନେଇ ଅଭିଯୋଗ ଆଣିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପୋଲିସ ସେଠାରୁ ପଳାଇଥିବା ବେଳେ ଜନସାଧାରଣଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର ପ୍ରତିବାଦରେ ସ୍ଥାନୀୟ ବ୍ୟବସାୟୀ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଉଭୟପଟୁ ଆସୁଥିବା ଯାନବାହନ ପ୍ରାୟ ୩୦ ମିନିଟଥ ଧରି ଅଟକି ରହିଥିଲା। ଖବରପାଇ ଟାଉନ ଥାନା ଅଧିକାରୀ ତାରିକ ଅହମ୍ମଦ ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ପହଞ୍ଚିି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ପରେ ଯାନବାହନ ଚଳାଚଳ ସ୍ବାଭାବିକ୍‌ ହୋଇଥିଲା।
ମୁତାବକ, ମଙ୍ଗଳବାର ପୂର୍ବାହ୍ନରେ ଟାଉନ ଥାନାର ଜଣେ ମହିଳା ଏସ୍‌ଆଇଙ୍କ ନେତୃତ୍ୱରେ ଏକ ଟିମ୍‌ ବସ୍‌ଷ୍ଟାଣ୍ଡ ପଟୁ ରାସ୍ତା ଉପରେ ପାର୍କିଂ କରିଥିବା ଯାନବାହନ ମାଲିକଙ୍କଠାରୁ ଜରିମାନା ଆଦାୟ କରୁଥିଲା। ବସ୍‌ଷ୍ଟାଣ୍ଡ ନିକଟରେ ପୌର ପରିଷଦ ମାର୍କେଟ କମ୍ପ୍ଲେକ୍ସ ରହିଛି। ଶିଳାଦିତ୍ୟ କୌଣସି କାମରେ ଆସି ଏକ ରାସ୍ତା ପାର୍ଶ୍ୱରେ ବାଇକ୍‌ ପାର୍କିଂ କରି କାମ ସାରି ଫେରିବା ବେଳେ ପୋଲିସ ତାଙ୍କଠାରୁ ଚାଲାଣ କାଟିବାକୁ ନେଇ ବିରୋଧ କରିଥିଲେ। ଏଠାରେ ପାର୍କିଂ ସୁବିଧା ନ ଥିବାରୁ କେଉଁଠି ବାଇକ୍‌ ରଖିବେ ବୋଲି ପ୍ରଶ୍ନ କରିଥିଲେ। ଏନେଇ ସମ୍ପୃକ୍ତ ମହିଳା ଏସ୍‌ଆଇଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉତ୍ତେଜନାର ରୂପ ନେଇଥିଲା। ଏନେଇ ଶିଳାଦିତ୍ୟ କୁହନ୍ତି, ରାସ୍ତା ଉପରେ ଲମ୍ବାରେ ବାଇକ୍‌ ପାର୍କିଂ ହୋଇଥିବା ବେଳେ କେବଳ ମୋ ବାଇକ୍‌କୁ କାହିଁକି, ସମସ୍ତ ବାଇକ୍‌ ମାଲିକଙ୍କଠାରୁ ଜରିମାନା ଆଦାୟ କରିବାକୁ ମୁଁ କହିବାରୁ ସେ ହଠାତ୍‌ ରାଗି ତୁମେ କିଏ, ଆମେ ଯାହା ଚାହିଁବୁ କରିବୁ ବୋଲି କହିବାରୁ ମୁଁ ଏହାର ବିରୋଧ କରିବା ବେଳେ ସେ ମୋତେ ଧକ୍କା ମାରିଥିଲେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ମହିଳା ଏସ୍‌ଆଇଙ୍କ ମତାମତ ମିଳିପାରିନାହିଁ। ଏନେଇ ବସ୍‌ଷ୍ଟାଣ୍ଡ ସଦ୍‌ଭାବନା ବ୍ୟବସାୟୀ ସଂଘ ସଭାପତି ଶୋଭନ ଘୋଷ୍‌ କୁହନ୍ତି, ବସ୍‌ଷ୍ଟାଣ୍ଡ ରାସ୍ତାର ଉଭୟ ପାର୍ଶ୍ୱରେ ଦୋକାନ ରହିଛି। ପୌର ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ଡ୍ରେନ୍‌ ରହିଛି। ଏଠାରେ ପାର୍କିଂ ସୁବିଧା ନାହିଁ। ଗୋଟିଏ ପାର୍ଶ୍ୱରେ ବ୍ୟାଙ୍କ, ଏକ ଶପିଂ ମଲ୍‌ ରହିଥିବାରୁ ଲୋକେ ବାଧ୍ୟହୋଇ ରାସ୍ତା ପାର୍ଶ୍ୱରେ ପାର୍କିଂ କରୁଛନ୍ତି। ତେବେ ପୌର ପ୍ରଶାସନ ପକ୍ଷରୁ କୌଣସି ପାର୍କିଂ ସୁବିଧା କରାଯାଇ ନ ଥିବା ଏବଂ ଏନେଇ ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆ ନ ଯାଇ ମନଇଚ୍ଛା ଜରିମାନା ଆଦାୟକୁ ବିରୋଧ କରୁଛି। ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟହେବୁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏନେଇ ଥାନାଧିକାରୀ ତାରିକ୍‌ ଅହମ୍ମଦ କୁହନ୍ତି, ରାସ୍ତା ଉପରେ ପାର୍କିଂ ଯୋଗୁ ଯାନବାହନ ଚଳାଚଳରେ ବାଧା ସୃଷ୍ଟି ହେଉଛି। ଏନେଇ ବିଭିନ୍ନ ମହଲରୁ ଅଭିଯୋଗ ହେଉଛି। ଏ ସମ୍ପର୍କରେ ପୌର ପ୍ରଶାସନ ସହ ଆଲୋଚନା କରାଯିବ। ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି କୁହନ୍ତି, ଏ ସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରାଯିବ। ରାସ୍ତା ଉପରକୁ ମାଡ଼ି ଆସିଥିବା ବେପାରୀ, ଡ୍ରେନ୍‌କୁ ଅବରୋଧ କରି ବେପାର କରୁଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯିବା ନେଇ ସ୍ଥିର ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri