୧୭ ବର୍ଷ ପୂର୍ବେ ଏମିତି ଦେଖାଯାଉଥିଲେ ଏହି ଅଭିନେତ୍ରୀ, ଏବେ ଭାଇରାଲ ହେଉଛି ଫଟୋ

ମୁମ୍ବାଇ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜିକାଲି ବଲିଉଡ୍‌ଠାରୁ ହଲିଉଡ୍‌ ପର୍ଯ୍ୟନ୍ତ ଚର୍ଚ୍ଚାରେ। ତାଙ୍କ କଠିନ ପରିଶ୍ରମ ଯୋଗୁ ସେ ସଫଳତା ପରେ ସଫଳତା ହାସଲ କରି ଚାଲିଛନ୍ତି।


ସୁନ୍ଦର ଚେହେରା ଏବଂ ଷ୍ଟାଇଲିସ ତାଙ୍କୁ ଆହୁରି ଆକର୍ଷଣୀୟା କରିଦିଏ। ଏବେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ଏହି ଫଟୋଟି ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା ସେତେବେଳର। ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ ପ୍ରିୟଙ୍କା। ଏହି ଫଟୋରେ ପ୍ରିୟଙ୍କା ଏକ କଳା ରଙ୍ଗର ଶର୍ଟ ଏବଂ ବେଲ୍‌ବଟମ ପ୍ୟାଣ୍ଟରେ ନଜର ଆସିଛନ୍ତି।

୧୭ ବର୍ଷର ପ୍ରିୟଙ୍କା ଆଉ ଏବେର ପ୍ରିୟଙ୍କା ମଧ୍ୟରେ ବହୁତ ଫରକ। ସମୟ ସହିତ ପ୍ରିୟଙ୍କାଙ୍କ ଲୁକ୍‌ ଠାରୁ ଆରମ୍ଭ କରି ଷ୍ଟାଇଲ ସବୁକିଛି ବଦଳି ଯାଇଛି। ତଥାପି ଫଟୋ ଦେଖିଲେ ପ୍ରିୟଙ୍କାଙ୍କୁ ସ୍ପଷ୍ଟ ଚିହ୍ନି ହେଉଛି। ଏସବୁର କାରଣ ହେଉଛି ତାଙ୍କ ସଫଳତା। ପ୍ରିୟଙ୍କା ରାଷ୍ଟ୍ରୀୟ ଅନ୍ତଃରାଷ୍ଟ୍ରୀୟ ଅନେକ ଉତ୍ସବରେ ଭାଗ ନେଇ ନିଜକୁ ବେଶ୍‌ ପ୍ରତିପାଦିତ କରିଛନ୍ତି। ତାଙ୍କ ଷ୍ଟାଇଲ୍‌ ସବୁଥର ଚର୍ଚ୍ଚାରେ ରହିଥାଏ।

Share