ପୁଣି ବ୍ୟାପିଲାଣି ଝାଡ଼ାବାନ୍ତି

କୋରାପୁଟ/ତେନ୍ତୁଳିଖୁଣ୍ଟି,୨୧।୮(ସ୍ବ.ପ୍ର./ଡି.ଏନ୍‌.ଏ.): କଛିଦିନରେ ବ୍ୟବଧାନରେ ପୁଣି ଦେଖାଦେଲାଣି ଝାଡ଼ାବାନ୍ତି ଆତଙ୍କ। ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୋରାପୁଟ ସଦର ବ୍ଲକରେ ୧୬ଜଣ ଓ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟିରେ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର ଖବର ମିଳିଛି। ଏଥିସହ ତେନ୍ତୁଳିଖୁଣ୍ଟିରେ ଶୁକ୍ରବାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କୋରାପୁଟରେ ୬ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ସୂଚନାନୁଯାୟୀ, କୋରାପୁଟ ବ୍ଲକ ମସ୍ତିପୁଟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୧୬ ଜଣ ଆକ୍ରାନନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୬ ଜଣଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ତଳ ଜାନିଗୁଡା ମେଡିକାଲ ଅଧିକାରୀ ଡାକ୍ତର ଶାଶ୍ୱତୀ ମହାନ୍ତି ପ୍ରଭାବିତ ଗ୍ରାମ ପରିଦର୍ଶନ କରି ପରିବେଶ ସୁସ୍ଥ ନ ଥିବା କହିଛନ୍ତି। ମସ୍ତିପୁଟ ଗ୍ରାମର ଆଦିବାସୀ ସାହିରେ ପାଇପ ଯୋଗେ ପାଣି ଆସୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଓ ପରିମଳ ସମସ୍ୟା ସମାଧାନ କରିବା ନିମନ୍ତେ ଶନିବାର ମସ୍ତିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ସମୀକ୍ଷା କରିଛନ୍ତି। ଗ୍ରାମକୁ ଯାଇ ସ୍ଥିତ ଅନୁଧ୍ୟାନ କରିବା ପରେ ହିଁ ସେଠାକାର ଅବସ୍ଥା ସମ୍ପର୍କରେ କହିହେବ ବୋଲି ବିଡିଓ ପ୍ରକାଶ କରିଛନ୍ତି।
ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାର ଚିକିତ୍ସିତ ହେଉଥିବା ପଡ଼ାଆଉଁଳି ଗ୍ରାମର କାଲିମଣି ହରିଜନଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଝାଡ଼ାବାନ୍ତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ସ୍ପଷ୍ଟ କରୁନାହାନ୍ତି। କାଲିମଣି ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାକୁ ଡାକ୍ତରଖାନା ଯାଇଥିଲେ ବୋଲି ତାଙ୍କ ପରିବାର ଓ ଗ୍ରାମବାସୀ କହୁଛନ୍ତି। ଶନିବାର ପୋଡ଼ାଆଉଁଳି ଗ୍ରାମର ଦେବ ସାନ୍ତା, ତୁରଞ୍ଜି ସାନ୍ତା ଓ ମାଙ୍ଗନୀ ମୁଦୁଲି, ଖୁଣ୍ଟିପଦର ରଜନ୍ତୀ ସାନ୍ତା, ଖାତିଗୁଡ଼ାର କାଞ୍ଚନ ବେହେରା ଓ ପୂଜାରିଗୁଡ଼ାର ବିମଳା ନାୟକ ଝାଡ଼ାବାନ୍ତି ର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜିଲା କଂଗ୍ରେସ ଆଦିବାସୀ ସେଲ୍‌ର ସଭାପତି ଦିଲୀପ ପ୍ରଧାନୀ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ, ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ସାମାଜିକ ସଂଗଠକ ଜାନକୀକାନ୍ତ ବିଷୋୟୀ, ହିନ୍ଦୁ ସଂଗଠନର ମୁନା ଦଳେଇ ଅନ୍ୟ ସଂଗଠନର ଦିଲୀପ ସୁନା ପ୍ରମୁଖ ପୋଡ଼ାଆଉଁଳି ଯାଇ ଗ୍ରାମବାସୀଙ୍କ ଆଲୋଚନା କରିଛନ୍ତି। ଦୂଷିତ ପରିବେଶ ଯୋଗୁ ଏଭଳି ଝାଡ଼ାବାନ୍ତି ବ୍ୟାପୁଛି, ସ୍ଥିତ ବିଗିଡ଼ିବା ପୂର୍ବରୁ ପ୍ରଶାସନ ଜାଗ୍ରତ ହେବାକୁ କଂଗ୍ରେସ ଦଳ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri