ପୁଣି ଆତଙ୍କ ଘନେଇଲା, ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି।

ଦେଶର ମହାରାଷ୍ଟ୍ର, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଆଦି ୪ ରାଜ୍ୟରେ ସ୍ଥିତି ଜନକ ହେବାରେ ଲାଗିଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୩ ହଜାର ୬୧୫ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧୬ ହଜାର ୬୭୮ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୦ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୬ ଥିଲା। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୩୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୩୧ ହଜାର ୪୩ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୧ ଲକ୍ଷ ୩୦ ହଜାର ୭୧୩ ଥିଲା। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୫୦ ହଜାର ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୩ ହଜାର ୨୬୫ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୪ ହଜାର ୬୨୯ ଥିଲା।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୪୭୪ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୬ ଲକ୍ଷ ୫୨ ହଜାର ୯୪୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୯ ଲକ୍ଷ ୯୬ ହଜାର ୪୨୭ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧,୧୮୯ ଜଣ, କେରଳରେ ୨,୫୩୨ ଜଣ, ଦିଲ୍ଲୀରେ ୨୮୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ତାମିଲନାଡୁରେ ୨,୪୪୮ ଜଣ, ହରିୟାଣାରେ ୨୬୯ ଜଣ, କର୍ନାଟକରେ ୬୭୩ ଜଣ, ପଶ୍ଚିମବଙ୍ଗରେ ୧,୯୧୫, ଉତ୍ତରପ୍ରଦେଶରେ ୨୧୦ ଜଣ, ତେଲେଙ୍ଗାନାରେ ୪୪୮, ଗୁଜରାଟରେ ୫୧୧, ରାଜସ୍ଥାନରେ ୧୨୨ ଜଣ, ବିହାରରେ ୩୪୪ ଜଣ, ପଞ୍ଜାବରେ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୧୩୩ ଜଣ, ଓଡ଼ିଶାରେ ୫୦୯ ଜଣ, ମଧ୍ୟପ୍ରଦେଶରେ ୧୩୧ ଜଣ, ଗୋଆରେ ୧୦୮ ଜଣ, ପୁଡୁଚେରୀରେ ୧୨୯ ଜଣ, ଛତିଶଗଡ଼ରେ ୩୬୦ ଜଣ, ପଞ୍ଜାବରେ ୧୧୭ ଜଣ, ଆସାମରେ ୩୪୪ ଜଣ, ହିମାଚଳପ୍ରଦେଶରେ ୨୪୪ ଜଣ, ତ୍ରିପୁରାରେ ୧୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୯ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share