Posted inଜାତୀୟ

କ୍ଲବ୍‌ ହାଉସ୍‌ ଆପ୍‌ ମାଧ୍ୟମରେ ପୁଣି ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ …

ନୂଆଦିଲ୍ଲୀ, ୧୯।୧ : ଦିଲ୍ଲୀ ପୋଲିସର ସାଇବର ୟୁନିଟ କ୍ଲବ୍‌ ହାଉସ୍‌ ନାମକ ସେଶନ୍‌ ଚାଟ୍‌୍‌ରେ ମୁସଲମାନ ମହିଳାଙ୍କ ପ୍ରତି ଅଶ୍ଳୀଳ ତଥା ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବା ନେଇ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଆଇପିସିର ଧାରା ୧୫୩-ଏ, ୨୯୫-ଏ. ୩୫୪-ଏ ଅନ୍ତର୍ଗତ ଏକ ମାମଲା ରୁଜୁ କରାଯାଇଛି। ମାମଲାଟି ଏଫ୍‌ଆଇଆର୍‌ ନମ୍ବର ୧୨/୨୨ରେ ପଞ୍ଜିକରଣ ହୋଇଛି।

ଏହାପୂର୍ବରୁ ଦିଲ୍ଲୀ ମହିଳା ଆୟୋଗ ଏହି ପ୍ରସଙ୍ଗ ସମ୍ପର୍କରେ ଅବଗତ ହୋଇଥିଲେ। ମୁସଲିମ ମହିଳାଙ୍କୁ ଟାର୍ଗେଟ କରୁଥିବା କ୍ଲବ ହାଉସ୍‌ ସେଶନ ଚାଟ୍‌ ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ନିକଟରେ ବୁଲି ବାଈ ଆପ୍‌ ମାଧ୍ୟମରେ ସୋସିଆଲ ମିଡିଆରେ ମୁସଲମାନ୍‌ ମହିଳାଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରୁଥିବା ମାମଲା ସାମ୍ନାକୁ ଆସିଥିଲା।

ଦିଲ୍ଲୀ ପୋଲିସର ଆଇଏଫ୍‌ଏସ୍‌ଓ ୟୁନିଟ ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ପଞ୍ଜିକରଣ କରିଛି। କ୍ଲବ ହାଉସ ଆପ୍‌ରେ ଏକ ସେଶନ ସମୟରେ କିଛି ଲୋକ ଅଶ୍ଳୀଳ ମନ୍ତବ୍ୟ ଦେଉଥିବାର ଦେଖାଯାଇଥିଲା। ଆପରେ ଚାଲୁଥିବା ହେଡଲାଇନ ଥିଲା, ମୁସଲମାନ ଝିଅମାନେ ହିନ୍ଦୁ ଝିଅଙ୍କ ତୁଳନାରେ ଅଧିକ ସୁନ୍ଦର। ଏହି ଲୋକମାନେ ମୁସଲମାନ ମହିଳାମାନଙ୍କ ପ୍ରତି ଅଶ୍ଳୀଳ ଓ ଅପମାନଜନକ ଭାଷା ବ୍ୟବହାର କରୁଥିଲେ। କ୍ଲବ୍‌ ହାଉସ୍‌ ଆପ୍‌ ସେଶନର ବାର୍ତ୍ତାଳାପର ଏକ ରେକର୍ଡିଂ ଟୁଇଟ୍‌ କରାଯାଇଥିଲା।

@jaiminism ଆଇଡି ସହିତ ଏକ ଟୁଇଟର ହ୍ୟାଣ୍ଡେଲ ତିଆରି କରାଯାଇଥିଲା। ଏଥିରେ କିଛି ଯୁବକ ମୁସଲମାନ ଝିଇମାନଙ୍କ ବିରୁଦ୍ଧରେ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳିଥିଲା। ଏହି ସେଶନରେ କେତେକ ଝିଇ ମଧ୍ୟ ସାମିଲ ହୋଇଥିଲେ।

ଏହାପୂର୍ବରୁ ୨୦୨୦ରେ, ଗିଟ୍‌ ହବ ପ୍ଲାଟଫର୍ମରେ ସୁଲି ଡିଲ୍ସ ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଶିବସେନା ଏମ୍‌ପି ପ୍ରିୟଙ୍କା ଚତୁର୍ବେଦୀ ଙ୍କ ଅଭିଯୋଗ ପରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ସେହିପରି ତଥା ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କ ଅଭିଯୋଗ ଉପରେ ଦିଲ୍ଲୀ ଏବଂ ତେଲେଙ୍ଗାନା ପୋଲିସ ତଦନ୍ତ ଆରମ୍ଭ କରିଥିଲେ।

ଏଥିସହିତ ନ୍ୟାଶନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ମଧ୍ୟ ଏହି ପ୍ରସଙ୍ଗ ସମ୍ପର୍କରେ ଅବଗତ ହୋଇଛନ୍ତି ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। କେତେକ ରାଜ୍ୟରେ ମହିଳା ଆୟୋଗଙ୍କ ନିକଟକଚ ଅଭିଯୋଗ ମଧ୍ୟ ପଠାଯାଇଛି। ସୁଲି ଡିଲ୍ସ୍‌ ଏବଂ ବୁଲି ବାଈ ପରେ ଏବେ କ୍ଲବ୍‌ ହାଉସ୍‌ ଆପ୍‌ ମୁସଲମାନ ମହିଳାମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ପ୍ରତାଡିତ କରିବାକୁ ଲକ୍ଷ୍ୟ ରଖିଛି। ଏସବୁ ବିବାଦୀୟ ଆପଗୁଡ଼ିକରେ ମୁସଲମାନ ମହିଳାମାନଙ୍କ ଫଟୋ ଏବଂ ସୂଚନା ଅପଲୋଡ କରାଯାଇଥିଲା।

ଟୁଇଟର, ଇନଷ୍ଟାଗ୍ରାମ କିମ୍ବା ଫେସବୁକ ପରି ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସମ୍ପୃକ୍ତକ୍‌ ମହିଳାମାନଙ୍କ ଆକାଉଣ୍ଟରୁ ଫଟୋ ଏବଂ ସୂଚନା ଚୋରି ହୋଇଥିଲା। ମାଇକ୍ରୋସଫ୍ଟର ଓପନସୋର୍ସ ସଫ୍ଟୱେର୍‌ କଣ୍ଟେଟ ଶେୟାରିଂ ପ୍ଲାଟଫର୍ମ ଗିଟ୍‌ ହବ୍‌ ରେ ଯେ କୌଣସି ବ୍ୟକ୍ତି ଅପଲୋଡ କରିପାରିବେ। ଲୋକମାନେ ଗିଟ୍‌ହବ୍‌ରେ ସେମାନଙ୍କର ଆପ ମଧ୍ୟ ବିକ୍ରି କରିପାରିବାର ସୁବିଧା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri