Posted inଖେଳ

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ କରିଥିବାବେଳେ ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନକରି ଅଲଆଉଟ ହୋଇ ଯାଇଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ମୁମ୍ବାଇ ପୁଣି ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୮ ପଏଣ୍ଟ ପାଇଥିଲେ ହେଁ ରନ ହାରରେ ଉପରେ ରହିଛି ମୁମ୍ବାଇ। ଅନ୍ୟପକ୍ଷରେ ସ୍ଥିର ପ୍ରଦର୍ଶନ ଦେଇ ପାରି ନ ଥିବା ରାଜସ୍ଥାନ ୫ ମ୍ୟାଚରୁ ତୃତୀୟ ପରାଜୟ ସହ ୭ମ ସ୍ଥାନକୁ ଖସିଛି। ଏକାଧିକ ଖେଳାଳି ପରିବର୍ତ୍ତନ ସତ୍ତ୍ୱେ ଏହା ଦଳର ବିଜୟରେ ସହାୟକ ହୋଇ ପାରିନାହିଁ।
ବିଜୟ ଲକ୍ଷ୍ୟ ବଡ଼ ଥିବାବେଳେ ରାଜସ୍ଥାନର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା। ଦଳକୁ ଫେରିଥିବା ଯୁବ ଓପନର ଯଶସ୍ବି ଜୟସ୍ବାଲ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ ଅଧିନାୟକ ଷ୍ଟିଭେନ ସ୍ମିଥ ମାତ୍ର ୬ ରନ କରି ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ମିଡଲ ଅର୍ଡରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଡକ୍‌(୦)ରେ ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ୧୨ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରନ ଚେଜ୍‌ ଆଶା କ୍ରମେ ମଉଳି ଯାଉଥିବାବେଳେ ମହୀପାଲ ଲାମରୋର ମାତ୍ର ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋସ୍‌ ବଟଲର ସଂଘର୍ଷ ଜାରି ରଖିଥିଲେ ହେଁ ତାଙ୍କୁ ଉପଯୁକ୍ତ ସହଯୋଗ ମିଳି ନ ଥିଲା। ଟପ୍‌ ଅର୍ଡରରେ ବଡ଼ ପାର୍ଟନରଶିପ୍‌ର ଅଭାବ ମଧ୍ୟ ଦଳପାଇଁ ମହଙ୍ଗା ପଡ଼ିଥିଲା। ଫଳରେ ଆବଶ୍ୟକ ରନହାର କ୍ରମେ ବଢ଼ିଯାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଜେମ୍ସ ପ୍ୟାଟିନସନଙ୍କ ଓଭରରେ ବଡ଼ ଶଟ୍‌ ଖେଳିବା ଚକ୍କରରେ ବଟଲର ମିଡ୍‌ଅନ୍‌ରେ କିରନ ପୋଲାର୍ଡଙ୍କ ଚିତାକର୍ଷକ କ୍ୟାଚର ଶିକାର ହୋଇଥିଲେ। ସେ ୪୪ଟି ବଲ୍‌ ଖେଳି ୪ ଚୌକା ଓ ୫ ଛକା ସହ ୭୦ ରନ କରିଥିଲେ। ଶାରଜା ତୁଳନାରେ ଶେଖ୍‌ ଜାୟେଦ ଷ୍ଟାଡିୟମ ଅପେକ୍ଷାକୃତ ବଡ଼ ହୋଇଥିବାରୁ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଅଧିକାଂଶ ଶଟ୍‌ ବାହାକୁ ଯାଇପାରି ନ ଥିଲା। ଟମ୍‌ କୁରାନ ୧୫ ରନରେ ଆଉଟ ହୋଇଥିଲେ। ଶେଷ ଭାଗରେ ଜୋଫ୍ରା ଆର୍ଚର ୧୧ ବଲ୍‌ରୁ ୨୪ (୩ ଚୌକା, ୧ ଛକା) ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ଓ ଜେମ୍ସ ପ୍ୟାଟିନସନ ୨ଟି ଲେଖାଏ ଏବଂ ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ଦୁଇ ଓପନର କ୍ୱିଣ୍ଟନ ଡିକକ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରଥମ ଉଇକେଟରେ ୨୯ ବଲ୍‌ରୁ ୪୯ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଡିକକ୍‌ ୧୫ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୨୩ ରନ କରିଥିବାବେଳେ ନବାଗତ କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରୋହିତ ୨୩ ବଲ୍‌ରୁ ୩୫(୨ ଚୌକା, ୩ ଛକା) ରନ କରିଥିବାବେଳେ ଇଶାନ କିଶନ ଫେଲ୍‌ ମାରି ଡକ୍‌(୦)ରେ ଆଉଟ ହୋଇଥିଲେ। ପୂର୍ବ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବା କୃନାଲ ପାଣ୍ଡ୍ୟା ବ୍ୟାଟିଂ କ୍ରମରେ ଆଗରେ ଆସିଥିଲେ ହେଁ ୧୭ ବଲ୍‌ରୁ ମାତ୍ର ୧୨ ରନ କରି ପାରିଥିଲେ। ତେବେ ଦଳର ମୋଟ ସ୍କୋର ଉପରେ ଏହା ଫରକ ପକାଇ ନ ଥିଲା। ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ଦର୍ଶନୀୟ ଇନିଂସ। ସେ ୩୩ ବଲ୍‌ରୁ ଦ୍ରୁତ ଅର୍ଦ୍ଧଶତକ ପୂରଣ କରିଥିବାବେଳେ ମୋଟ ୪୭ଟି ବଲ୍‌ ଖେଳି ୧୧ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୭୯ ରନ ସ୍କୋର କରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୩୦(୨ ଚୌକା, ୧ ଛକା) ରନ କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୯୩/୪ରେ ପହଞ୍ଚତ୍ ଯାଇଥିଲା। ସୂର୍ଯ୍ୟକୁମାର ଓ ହାର୍ଦ୍ଦିକଙ୍କ ଅସମାପ୍ତ ୫ମ ଉଇକେଟ ଯୋଡ଼ିରୁ ୭୬ ରନ ସଂଗୃହୀତ ହୋଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଶ୍ରେୟାସ ଗୋପାଲ ୨ଟି ଏବଂ ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତା୍ୟାଗୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୩/୪(ସୂର୍ଯ୍ୟକୁମାର-୭୯*, ରୋହିତ-୩୫, ହାର୍ଦ୍ଦିକ-୩୦*, ଡିକକ୍‌-୨୩, ଗୋପାଳ-୨/୨୮, ଆର୍ଚର-୧/୩୪, ତ୍ୟାଗୀ-୧/୩୬)। ରାଜସ୍ଥାନ ରୟାଲ୍ସ ୧୮.୧ ଓଭରରେ ୧୩୬/ଅଲଆଉଟ (ବଟଲର-୭୦, ବୁମ୍‌ରା-୪/୨୦, ବୋଲ୍ଟ-୨/୨୬, ପ୍ୟାଟିନସନ-୨/୧୯, ରାହୁଲ ଚହର-୧/୨୪, ପୋଲାର୍ଡ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri