Posted inଖେଳ

ପୁଣି ଶୀର୍ଷରେ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ କରିଥିବାବେଳେ ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନକରି ଅଲଆଉଟ ହୋଇ ଯାଇଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ମୁମ୍ବାଇ ପୁଣି ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୮ ପଏଣ୍ଟ ପାଇଥିଲେ ହେଁ ରନ ହାରରେ ଉପରେ ରହିଛି ମୁମ୍ବାଇ। ଅନ୍ୟପକ୍ଷରେ ସ୍ଥିର ପ୍ରଦର୍ଶନ ଦେଇ ପାରି ନ ଥିବା ରାଜସ୍ଥାନ ୫ ମ୍ୟାଚରୁ ତୃତୀୟ ପରାଜୟ ସହ ୭ମ ସ୍ଥାନକୁ ଖସିଛି। ଏକାଧିକ ଖେଳାଳି ପରିବର୍ତ୍ତନ ସତ୍ତ୍ୱେ ଏହା ଦଳର ବିଜୟରେ ସହାୟକ ହୋଇ ପାରିନାହିଁ।
ବିଜୟ ଲକ୍ଷ୍ୟ ବଡ଼ ଥିବାବେଳେ ରାଜସ୍ଥାନର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା। ଦଳକୁ ଫେରିଥିବା ଯୁବ ଓପନର ଯଶସ୍ବି ଜୟସ୍ବାଲ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ ଅଧିନାୟକ ଷ୍ଟିଭେନ ସ୍ମିଥ ମାତ୍ର ୬ ରନ କରି ଯଶପ୍ରୀତ ବୁମ୍‌ରାଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ମିଡଲ ଅର୍ଡରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଡକ୍‌(୦)ରେ ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ୧୨ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରନ ଚେଜ୍‌ ଆଶା କ୍ରମେ ମଉଳି ଯାଉଥିବାବେଳେ ମହୀପାଲ ଲାମରୋର ମାତ୍ର ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋସ୍‌ ବଟଲର ସଂଘର୍ଷ ଜାରି ରଖିଥିଲେ ହେଁ ତାଙ୍କୁ ଉପଯୁକ୍ତ ସହଯୋଗ ମିଳି ନ ଥିଲା। ଟପ୍‌ ଅର୍ଡରରେ ବଡ଼ ପାର୍ଟନରଶିପ୍‌ର ଅଭାବ ମଧ୍ୟ ଦଳପାଇଁ ମହଙ୍ଗା ପଡ଼ିଥିଲା। ଫଳରେ ଆବଶ୍ୟକ ରନହାର କ୍ରମେ ବଢ଼ିଯାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଜେମ୍ସ ପ୍ୟାଟିନସନଙ୍କ ଓଭରରେ ବଡ଼ ଶଟ୍‌ ଖେଳିବା ଚକ୍କରରେ ବଟଲର ମିଡ୍‌ଅନ୍‌ରେ କିରନ ପୋଲାର୍ଡଙ୍କ ଚିତାକର୍ଷକ କ୍ୟାଚର ଶିକାର ହୋଇଥିଲେ। ସେ ୪୪ଟି ବଲ୍‌ ଖେଳି ୪ ଚୌକା ଓ ୫ ଛକା ସହ ୭୦ ରନ କରିଥିଲେ। ଶାରଜା ତୁଳନାରେ ଶେଖ୍‌ ଜାୟେଦ ଷ୍ଟାଡିୟମ ଅପେକ୍ଷାକୃତ ବଡ଼ ହୋଇଥିବାରୁ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଅଧିକାଂଶ ଶଟ୍‌ ବାହାକୁ ଯାଇପାରି ନ ଥିଲା। ଟମ୍‌ କୁରାନ ୧୫ ରନରେ ଆଉଟ ହୋଇଥିଲେ। ଶେଷ ଭାଗରେ ଜୋଫ୍ରା ଆର୍ଚର ୧୧ ବଲ୍‌ରୁ ୨୪ (୩ ଚୌକା, ୧ ଛକା) ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍‌ରା ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ଓ ଜେମ୍ସ ପ୍ୟାଟିନସନ ୨ଟି ଲେଖାଏ ଏବଂ ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ଦୁଇ ଓପନର କ୍ୱିଣ୍ଟନ ଡିକକ୍‌ ଓ ଅଧିନାୟକ ରୋହିତ ଶର୍ମା ପ୍ରଥମ ଉଇକେଟରେ ୨୯ ବଲ୍‌ରୁ ୪୯ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଡିକକ୍‌ ୧୫ ବଲ୍‌ରୁ ୩ ଚୌକା ଓ ୧ ଛକା ସହାୟତାରେ ୨୩ ରନ କରିଥିବାବେଳେ ନବାଗତ କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରୋହିତ ୨୩ ବଲ୍‌ରୁ ୩୫(୨ ଚୌକା, ୩ ଛକା) ରନ କରିଥିବାବେଳେ ଇଶାନ କିଶନ ଫେଲ୍‌ ମାରି ଡକ୍‌(୦)ରେ ଆଉଟ ହୋଇଥିଲେ। ପୂର୍ବ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବା କୃନାଲ ପାଣ୍ଡ୍ୟା ବ୍ୟାଟିଂ କ୍ରମରେ ଆଗରେ ଆସିଥିଲେ ହେଁ ୧୭ ବଲ୍‌ରୁ ମାତ୍ର ୧୨ ରନ କରି ପାରିଥିଲେ। ତେବେ ଦଳର ମୋଟ ସ୍କୋର ଉପରେ ଏହା ଫରକ ପକାଇ ନ ଥିଲା। ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ଦର୍ଶନୀୟ ଇନିଂସ। ସେ ୩୩ ବଲ୍‌ରୁ ଦ୍ରୁତ ଅର୍ଦ୍ଧଶତକ ପୂରଣ କରିଥିବାବେଳେ ମୋଟ ୪୭ଟି ବଲ୍‌ ଖେଳି ୧୧ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୭୯ ରନ ସ୍କୋର କରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍‌ରୁ ୩୦(୨ ଚୌକା, ୧ ଛକା) ରନ କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୯୩/୪ରେ ପହଞ୍ଚତ୍ ଯାଇଥିଲା। ସୂର୍ଯ୍ୟକୁମାର ଓ ହାର୍ଦ୍ଦିକଙ୍କ ଅସମାପ୍ତ ୫ମ ଉଇକେଟ ଯୋଡ଼ିରୁ ୭୬ ରନ ସଂଗୃହୀତ ହୋଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଶ୍ରେୟାସ ଗୋପାଲ ୨ଟି ଏବଂ ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତା୍ୟାଗୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୩/୪(ସୂର୍ଯ୍ୟକୁମାର-୭୯*, ରୋହିତ-୩୫, ହାର୍ଦ୍ଦିକ-୩୦*, ଡିକକ୍‌-୨୩, ଗୋପାଳ-୨/୨୮, ଆର୍ଚର-୧/୩୪, ତ୍ୟାଗୀ-୧/୩୬)। ରାଜସ୍ଥାନ ରୟାଲ୍ସ ୧୮.୧ ଓଭରରେ ୧୩୬/ଅଲଆଉଟ (ବଟଲର-୭୦, ବୁମ୍‌ରା-୪/୨୦, ବୋଲ୍ଟ-୨/୨୬, ପ୍ୟାଟିନସନ-୨/୧୯, ରାହୁଲ ଚହର-୧/୨୪, ପୋଲାର୍ଡ-୧/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri