Posted inଖେଳ

ପୁଣି ଆନ୍ଦୋଳନ ଧମକ ଦେଲେ ସାକ୍ଷୀ, ବଜରଙ୍ଗ

ନୂଆଦିଲ୍ଲୀ,୧୫ା୨(ପି.ଟି.): ଅଲିମ୍ପିକ୍ସ ପଦକ ବିଜେତା ରେସ୍‌ଲର ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ମଙ୍ଗଳବାର ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ(ୟୁଡବ୍ଲ୍ୟୁଡବ୍ଲ୍ୟୁ) ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଉପରୁ ନିଲମ୍ବନ ଆଦେଶକୁ ହଟାଇ ଦେଇଥିଲା। ତେବେ ଡବ୍ଲ୍ୟୁଏଫ୍‌ଆଇ ସଭାପତି ସଞ୍ଜୟ ସିଂ ଅନୈତିକ ଉପାୟ ଅବଲମ୍ବନ କରି ଏହି ଆଦେଶ ହଟାଇଛନ୍ତି ବୋଲି ଉଭୟ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଅନୈତିକ ଉପାୟରେ ବାସନ୍ଦାଦେଶ ଉଠାଇଥିବା ବେଳେ ଏହା ବିରୋଧରେ ଆଉ ଥରେ ଧାରଣାକୁ ଓହ୍ଲାଇବୁ ବୋଲି କହିଛନ୍ତି ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆ। ବିଦାୟୀ ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ବିିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିବା ୩ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଭିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପ୍ରତି କୌଣସି ବାଛବିଚାର ନ କରିବା ଲାଗି ଜାତୀୟ ମହାସଂଘଠାରୁ ଗ୍ୟାରେଣ୍ଟି ଦାବି କରିଥିଲା ୟୁଡବ୍ଲ୍ୟୁଡବ୍ଲ୍ୟୁ। ଠିକ୍‌ ସମୟରେ ନିର୍ବାଚନ କରାଇ ନ ଥିବାରୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ଗତ ଅଗଷ୍ଟ ୨୩ରେ ଡବ୍ଲ୍ୟୁଏଫ୍‌ଆଇକୁ ସସ୍‌ପେଣ୍ଡ କରିଥିଲା।

ଏ ସମ୍ପର୍କରେ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ସାକ୍ଷୀ ମଲିକ୍‌ କହିଛନ୍ତି , ମୁଁ ରେସ୍‌ଲିଂରୁ ଅବସର ନେଇ ସାରିଛି ମାତ୍ର ବ୍ରିଜ୍‌ଭୂଷଣ ଓ ତାଙ୍କ ସମର୍ଥକଙ୍କ ଉପସ୍ଥିତି ମୋ ପାଇଁ ଗ୍ରହଣୀୟ ନୁହେଁ। ପୂର୍ବରୁ ଜାରି ରହିଥିବା ଆମର ଆନ୍ଦୋଳନ ସାମୟିକ ବନ୍ଦ ରହିଛି। ଆବଶ୍ୟକ ପଡିଲେ ୨-୪ ଦିନ ମଧ୍ୟରେ ଏହାକୁ ପୁନର୍ବାର ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ବ୍ରିଜ୍‌ଭୂଷଣ ଓ ତାଙ୍କ ସମର୍ଥକଙ୍କୁ ରେସ୍‌ଲିଂ ମହାସଂଘରୁ ନ ହଟାଇବା ଯାଏ ଏହି ଲଢ଼େଇ ଜାରି ରହିବ ବୋଲି କହିଥିଲେ ସାକ୍ଷୀ। ଉଭୟ ବଜରଙ୍ଗ ଓ ସାକ୍ଷୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଜରିଆରେ ଏହି ବାର୍ତ୍ତା ଦେଇଥିଲେ। ବଜରଙ୍ଗ ପୁନିଆ କହିଥିଲେ, ନିର୍ବାଚନରେ ବ୍ରିଜଭୂଷଣ କିମ୍ବା ତାଙ୍କ ପରିବାରରୁ କେହି ଅଂଶଗ୍ରହଣ କରିବେ ନାହିଁ ବୋଲି ପ୍ରତିଶ୍ରୁତ ଦେଇଥିଲେ। ତେବେ ୨-୩ ଦିନ ପୂର୍ବରୁ ବ୍ରିଜ୍‌ଭୂଷଣଙ୍କ ପୁଅ ଉତ୍ତରପ୍ରଦେଶ ରେସ୍‌ଲିଂ ସଂଘର ସଭାପତି ନିର୍ବାଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri