ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ୍‌…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଅବସ୍ଥା ସଙ୍କଟ ଜନକ ରହିଛି। ସଂକ୍ରମଣକୁ ରୋକିବା ଲାଗି ଦିଲ୍ଲୀ ସରକାର ଜାରି ରହିଥିବା ଲକ୍‌ଡାଉନ୍‌ ସମୟ ସୀମାକୁ ପୁଣି ସପ୍ତାହେ ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରବିବାର ସୂଚନା ଦେଇଛନ୍ତି। ଫଳରେ ଏବେ ମେ’ ୧୭ ସକାଳ ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍‌ଡାଉନ୍‌ ଜାରି ରହିବ। ପରିସ୍ଥିତିରେ ସୁଧାର ଆସିଲେ ସମୀକ୍ଷା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଜାରି ହୋଇଥିବା ୭ ଦିନିଆ ଲକ୍‌ଡାଉନ୍‌ ଅଧିକ ଶକ୍ତ ହେବ। ସେମାବାରଠାରୁ ଦିଲ୍ଲୀ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯିବ। ଲକ୍‌ଡାଉନ୍‌ ଯୋଗୁ ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ହେବା ସଂଖ୍ୟା କମିବାରେ ଲାଗିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ୩୫ ପ୍ରତିଶତରୁ ୨୩ ପ୍ରତିଶତକୁ ହ୍ରାସ ପାଇଥିବା ସେ ସୂଚନା ଦେଇଛନ୍ତି।

Share