ପୁଣି ସଂକ୍ରମିତ ହେଉଛନ୍ତି ସୁସ୍ଥ ହୋଇଥିବା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଛି। ପ୍ରତିିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ ଦିଲ୍ଲୀ ସରକାର କରୋନା ସଂକ୍ରମଣ କମୁଥିବା ସୂଚନା ଦେଇଥିବାବେଳେ ହସ୍ପିଟାଲ ପକ୍ଷରୁ ମିଳିଥିବା ତଥ୍ୟ ଏହାଠାରୁ ସମ୍ପୂର୍ଣ୍ଣ ଓଲଟା ରହିଛି। ହସ୍ପିଟାଲ ପକ୍ଷରୁ ଜାରି ହୋଇଥିବା ସୂଚନାରେ ଦର୍ଶାଯାଇଛି ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତ ପୁଣି ସଂକ୍ରମିତ ହେଉଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲରେ ସୁସ୍ଥ ହୋଇଥିବା ୨ ଜଣ ଆକ୍ରାନ୍ତଙ୍କ ଠାରେ ପୁଣି କରୋନା ଲକ୍ଷଣ ପ୍ରକାଶ ପାଇଛି। ସେହିପରି ଦ୍ୱାରକାର ଆକାଶ ହେଲଥ୍‌ କେୟାର ହସ୍ପିଟାଲରେ ଏଭଳି ଘଟଣା ଘଟିଛି। ଏଠାରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କଠାରେ ପୁଣି କରୋନା ଲକ୍ଷଣ ପାଇବା ସହିତ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ନଗର ନିଗମ ଦ୍ୱାରା ପରିଚାଳିତ ଏକ କୋଭିଡ୍‌ ହସ୍ପିଟାଲରେ ସୁସ୍ଥ ହୋଇଥିବା ଜଣେ ନର୍ସ ପୁଣି ଆକ୍ରାନ୍ତ ହୋଇଛନ୍ତି।

Share