Posted inଜାତୀୟ

ପୁଣି ମୁହଁ।ମୁହିଁ ୨ ଓକିଲ

ନୂଆଦିଲ୍ଲୀ,୧୨ା୧୦(ଆଇଏଏନ୍‌ଏସ୍‌): କେହି କେହି ଏହାକୁ ସଂଯୋଗ ବୋଲି କହୁଥିବାବେଳେ ଆଉ କେତେକଙ୍କ ମତରେ ଏହା ହେଉଛି ଭାଗ୍ୟ। କିନ୍ତୁ ଦୁହେଁ କହୁଛନ୍ତି ଏହା ସେମାନଙ୍କ ପାଇଁ ପେସା। ଦିଲ୍ଲୀର ନିର୍ଭୟା ମାମଲା ଲଢ଼ିଥିବା ଦୁଇ ଆଇନଜୀବୀ ଏବେ ଉତ୍ତରପ୍ରଦେଶର ହାଥ୍‌ରସ ମାମଲାରେ ପରସ୍ପର ସହ ମୁହଁ।ମୁହିଁ  ହୋଇଛନ୍ତି।

ନିର୍ଭୟା ମାମଲାରେ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଲଢ଼ିଥିବା ଓକିଲ ସୀମା କୁଶଓ୍ବାହ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ମାମଲାରେ ମଧ୍ୟ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଦାଲତରେ ପ୍ରତିନିଧିତ୍ୱ କରୁଛନ୍ତି। ଏନେଇ ସୀମା କହିଛନ୍ତି, ଜଣେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ସେ ସମାଜସେବା ମଧ୍ୟ କରିଥାନ୍ତି। ଏହି ଘଟଣା ସମ୍ପର୍କରେ ସେ ସେପ୍ଟେମ୍ବର ୨୬ରେ ଜାଣିବାକୁ ପାଇଥିଲେ। ସେବେଠୁ ସେ ହାଥ୍‌ରସ ପୀଡ଼ିତାଙ୍କ ପରିବାର ସହ ଯୋଗାଯୋଗରେ ଅଛନ୍ତି। ସେପ୍ଟେମ୍ବର ୨୯ରେ ସୀମା ପୀଡ଼ିତାଙ୍କ ଘରକୁ ଯାଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପହଞ୍ଚତ୍ବା ପୂର୍ବରୁ ପୀଡ଼ିତା ଆଖି ବୁଜିଦେଇଥିଲେ। ଫଳରେ ଜୀବିତାବସ୍ଥାରେ ପୀଡ଼ିତାଙ୍କୁ ସେ ଭେଟିପାରି ନ ଥିଲେ। ହାଥ୍‌ରସ ମାମଲାର ଶୁଣାଣି ଦିଲ୍ଲୀରେ ହେଉ ବୋଲି ପୀଡ଼ିତାଙ୍କ ପରିବାର ଚାହୁଁଥିବାରୁ ସେ ଏନେଇ ଅଦାଲତଙ୍କୁ ଅନୁରୋଧ କରିବେ ବୋଲି ସୀମା କହିଛନ୍ତି। ସଂଯୋଗ ସମ୍ପର୍କରେ ପଚରାଯିବାରୁ ସୀମା କହିଥିଲେ, ନିର୍ଭୟା ମାମଲାରେ ସେ ସେହି ଆଇନଜୀବୀଙ୍କ ବିରୋଧରେ ଲଢ଼ିବାକୁ ଯାଉଛନ୍ତି, ଯିଏ କି ଦୋଷୀମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିଲେ। ମୁଁ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମାମଲା ହାତକୁ ନେଉଥିବାବେଳେ ଏ.ପି. ସିଂ ଅଭିଯୁକ୍ତ ପୁରୁଷଙ୍କ ପକ୍ଷ ରଖୁଛନ୍ତି। ଏହା ହେଉଛି ଏକ ଲିଙ୍ଗଗତ ପ୍ରସଙ୍ଗ।
ଅପରପକ୍ଷେ ନିର୍ଭୟାଙ୍କ ଦୋଷୀ ଓ ବାବା ରାମ ରହିମଙ୍କ ଭଳି ଅଭିଯୁକ୍ତଙ୍କ ଲାଗି କୋର୍ଟରେ ପକ୍ଷ ରଖିଥିବା ଏ.ପି. ସିଂ ଏବେ ବହୁଚର୍ଚ୍ଚିତ ହାଥ୍‌ରସ ମାମଲାରେ ପୀଡ଼ିତାଙ୍କ ପରିବାର ବିପକ୍ଷରେ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ୪ ଅଭିଯୁକ୍ତ ଠାକୁର ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ପାଇଁ ମାମଲା ପରିଚାଳନା କରିବା ଲାଗି ଅଖିଳ ଭାରତୀୟ କ୍ଷତ୍ରୀୟ ମହାସଭା ଏ.ପି. ସିଂଙ୍କୁ ଅନୁରୋଧ କରିଛି। ଏ ସମ୍ପର୍କରେ ଖବରଦାତାମାନଙ୍କୁ ଏ.ପି. ସିଂ କହିଛନ୍ତି, ନିଜ ମହକିଲଙ୍କ ପାଇଁ ଲଢ଼େଇ କରିବା ଏବଂ ନିରୀହମାନେ ଯେପରି ଦଣ୍ଡ ନ ପାଇବେ ତାହା ସୁନିଶ୍ଚିତ କରିବା ହେଉଛି ତାଙ୍କ କର୍ତ୍ତବ୍ୟ। ତେବେ ପବ୍ଲିସିଟି ପାଇଁ ବିବାଦୀୟ ମାମଲା ହାତକୁ ନେଉଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି। କହିଛନ୍ତି, କୋର୍ଟରେ ଦୋଷୀ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ କେହି ଅଭିଯୁକ୍ତ ନୁହନ୍ତି। ଠିକ୍‌ ଭୁଲ୍‌ର ନିଷ୍ପତ୍ତି ନେବା ପାଇଁ ମୁଁ କେହି ନୁହେଁ। ମୁଁ ମୋ କାମ କରିବି ଏବଂ ନିଷ୍ପତ୍ତି ଅଦାଲତ ନେବେ। ସେହିପରି ହାଥ୍‌ରସ ମାମଲାର ରାଜନୀତୀକରଣ କରାଯାଇଥିବାରୁ ଏ.ପି. ସିଂ ସମାଲୋଚନା କରିଛନ୍ତି। ସୀମା କୁଶ୍‌ଓ୍ବାହଙ୍କ ସମ୍ପର୍କରେ କହିଛନ୍ତି, ସେ ମୋ ସାନଭଉଣୀ ଭଳି। ଆମେ କୋର୍ଟରେ ପୁଣିଥରେ ଦୁହେଁ ନିଜ ନିଜ ପକ୍ଷ ରଖିବାକୁ ଯାଉଛୁ, ଏହା ଭଲ କଥା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri