ପୁଣି ବିପଦ, ବ୍ୟାପିଲା ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌, ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ…

ଲକ୍ଷ୍ନୌ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ ମାଡ଼ି ଆସୁଛି। ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଉତ୍ତରପ୍ରଦେଶର ନାଗପୁରରେ ଜଣେ ଲୋକଙ୍କଠାରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଚିହ୍ନଟ ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂକ୍ରମଣରୁ ଦୂରେଇ ରହିବା ଲାଗି ସ୍ବତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟକୁ ଆସୁଥିବା ସମସ୍ତ ଲୋକଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସେମାନଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରିବାକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି କେଜିଏମ୍‌ୟୁ ଏବଂ ବିଏଚ୍‌ୟୁରେ ଜିନୋମ୍‌ ସିକ୍ୱେନ୍ସିଂ ବ୍ୟବସ୍ଥା କରିବା ଲାଗି କହିଛନ୍ତି। ସୂଚନାଯୋଗ୍ୟ, ଇତିମଧ୍ୟରେ ଦେଶର ୧୨ ରାଜ୍ୟରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ବ୍ୟାପିବାରେ ଲାଗିଛି। ସର୍ବାଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share