ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…

ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ତୃତୀୟ ଲହର ଆସିଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରିୟେସସ୍‌ ଗୁରୁବାର ସତର୍କ ସୂଚନା ଜାରି କରିଛନ୍ତି। ଡେଲ୍ଟା ଭାରିଆଣ୍ଟ୍‌ ଏବେ ପୃଥିବୀର ୧୧୧ରୁ ଅଧିକ ଦେଶରେ ପହଞ୍ଚି ସାରିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସଙ୍କଟ ବୃଦ୍ଧି ପାଉଥିବା ସେ କହିଛନ୍ତି। କରୋନା ମହାମାରୀ ଭୂତାଣୁ ଶୀଘ୍ର ମ୍ୟୁଟେଶନ କରୁଥିବାରୁ ସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ଥିବା ସେ କହିଛନ୍ତି। କେବଳ ଭାକ୍ସିନ୍‌ ଦ୍ୱାରା କରୋନା ମହାମାରୀ ବିରୋଧରେ ବିଜୟ ଳାଭ କରିହେବ ନାହିଁ। ଏଥିପାଇଁ ନିରନ୍ତର କରୋନା ମାର୍ଗଦର୍ଶିକା ପାଳନ ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି।

Share