ପୁଣି ଚାଇନା

ଡିସେମ୍ବର ୧ରେ ଭାରତ ଜି୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପରେ ଦେଶବାସୀଙ୍କ ପାଇଁ ଏହା ଗର୍ବ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ କହିଚାଲିଛନ୍ତି। ଭାରତ ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଥିବା ଦାବିକରି ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିପାଇଁ କରଦାତାଙ୍କ ପ୍ରବଳ ଅର୍ଥ ଖର୍ଚ୍ଚ କରାଯାଉଛି। ବିଶ୍ୱର ବଡ଼ ରାଷ୍ଟ୍ରଗୁଡ଼ିକ ଏହି ଗ୍ରୁପ୍‌ର ସଦସ୍ୟ ଥିବାରୁ ଭାରତ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହେଉଥାଇପାରେ। ଅନ୍ୟପକ୍ଷରେ ଏହି ଖୁସିକୁ ଏକ ପକ୍ଷ ଯାଇ ନ ଥିବା ବେଳେ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ ତାଓ୍ବଙ୍ଗ ସେକ୍ଟରରେ ୯ ଡିସେମ୍ବରରେ ଚାଇନା ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ହୋଇଥିବା ବିଷୟ ୧୨ ଡିସେମ୍ବରରେ ପ୍ରକାଶ ପାଇଥିଲା। ଏହି ଘଟଣା ୩ ଦିନ ବିଳମ୍ବରେ କାହିଁକି ପଦାକୁ ଆସିଲା ହେଉଛି ପ୍ରଥମ ପ୍ରଶ୍ନ। କୁହାଯାଉଛି ଭାରତ ପକ୍ଷରୁ ୨୦ ଜଣ ଯବାନ ଆହତ ହୋଇଥିବା ବେଳେ ଚାଇନାର କିଛି ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୯ ତାରିଖରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ସୈନ୍ୟମାନେ ତାଓ୍ବଙ୍ଗ ସେକ୍ଟରର ୟାଙ୍ଗସିରେ ପହଞ୍ଚତ୍ବା ପରେ ଭାରତୀୟ ସେନା ବିରୋଧ କରିଥିଲା। ସୂଚନା ଦିଆଯାଇପାରେ ଯେ, ତାଓ୍ବଙ୍ଗ କ୍ଷେତ୍ରର କେତେକ ଅଞ୍ଚଳକୁ ଉଭୟ ଦେଶ ନିଜର ବୋଲି ଦାବି କରୁଛନ୍ତି। କୁହାଯାଉଛି ଏଲ୍‌ଏସିର ୟାଙ୍ଗସିଠାରେ ଭାରତ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ଲାଗି ନେଉଥିବା ପଦକ୍ଷେପକୁ ବେଜିଂ ବିରୋଧ କରିଛି। ଫଳରେ ଦୁଇ ଦେଶ ମୁହଁାମୁହିଁ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଜମ୍ମୁ ଓ କଶ୍ମୀରର ଗଲଓ୍ବାନ କ୍ଷେତ୍ର ମଧ୍ୟକୁ ଚାଇନା ପ୍ରବେଶ କରିବାରୁ ସଂଘର୍ଷ ଘଟିଥିଲା। ସେଥିରେ ୨୦ ଜଣ ଭାରତୀୟ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ବେଳେ ଚାଇନା ପକ୍ଷରୁ କେତେ କ୍ଷତି ଘଟିଥିଲା ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଆକ୍ରମଣକାରୀ ଭାବେ ଚାଇନା ପ୍ରସ୍ତୁତ ହୋଇ ଆସୁଥିବାରୁ ସମ୍ଭବତଃ ତା’ର କୌଣସି ସୈନ୍ୟ ଖଣ୍ଡିଆଖାବରା କିମ୍ବା ମରୁନାହାନ୍ତି।
ଏଲ୍‌ଏସି ନିକଟରେ ଚାଇନା ବାରମ୍ବାର ପ୍ରବେଶ କରି ଅପ୍ରୀତିକର ସ୍ଥିତି ସୃଷ୍ଟି କରିବା ପଛର କାରଣ ହେଉଛି ଭାରତର ସ୍ପଷ୍ଟ ବୈଦେଶିକ ନୀତିର ଅଭାବ। ନିରାପତ୍ତା କ୍ଷେତ୍ରରେ ଭାରତ ପଛରେ ପଡ଼ିଯାଇଥିବା ଦେଖାଯାଉଛି। ପାର୍ଲାମେଣ୍ଟରେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରି ୧୩ ଡିସେମ୍ବରରେ ପ୍ରଶ୍ନୋତ୍ତର କାର୍ଯ୍ୟକୁ ଚାଲିବାକୁ ଦେଇ ନ ଥିଲେ। ବାସ୍ତବରେ ଯେତେବେଳେ ଦେଶର ସୁରକ୍ଷା ବିପନ୍ନ ହୋଇଛି, ସେତେବେଳେ ସରକାର ଜାଗତିଆର ରହିବା ଦରକାର। କେବେ ଦେଖାଯାଉ ନାହିଁ ଅସ୍ବାଭାବିକ ସ୍ଥିତି ଉପୁଜିବା ପୂର୍ବରୁ ଭାରତୀୟ ଗୋଇନ୍ଦା ସବୁକିଛି ଠଉରାଇ ଶତ୍ରୁ ପକ୍ଷର ଗତିରୋଧ କରିଥିବାର। ଓଡ଼ିଆରେ ଢଗ ଅଛି-‘ଚୋର ପଳାଇବା ପରେ ବୁଦ୍ଧି ବାହାରେ’। ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାର୍ଲାମେଣ୍ଟରେ ଭାରତ-ଚାଇନା ସଂଘର୍ଷକୁ ନେଇ ସରକାରୀ ଭାବେ ସ୍ପଷ୍ଟୀକରଣ ଦେଇ ମୋଦି ସରକାର ଥିବା ପର୍ଯ୍ୟନ୍ତ ଭାରତ ଭୂଖଣ୍ଡର ଇଞ୍ଚେ ଜାଗା କେହି ମାଡ଼ିବସି ପାରିବେ ନାହିଁ ବୋଲି କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରାଯିବା କଥା। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଦେଖାଉଛି। କାରଣ ଚାଇନା ବାରମ୍ବାର ଭାରତ ଭିତରକୁ ପ୍ରବେଶ କରିବା ଓ ଧମକ ଦେଉଥିବା ବେଳେ ଦେଶର ନେତୃତ୍ୱ ‘ଆମେ ଦୃଢ଼ ଅଛୁ’ କହିବା ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରୁଛି। କେବଳ ଅନ୍ତର୍ଜାତୀୟ ମଞ୍ଚରେ ବାହାବା ଦେଖାଇଲେ ଦେଶର ନିରାପତ୍ତା ସୁଦୃଢ଼ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri