ପୁଣି ଚାଇନା

ଡିସେମ୍ବର ୧ରେ ଭାରତ ଜି୨୦ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିବା ପରେ ଦେଶବାସୀଙ୍କ ପାଇଁ ଏହା ଗର୍ବ ଆଣିଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ମନ୍ତ୍ରୀମାନେ କହିଚାଲିଛନ୍ତି। ଭାରତ ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିବାରେ ସକ୍ଷମ ହୋଇଥିବା ଦାବିକରି ସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏଥିପାଇଁ କରଦାତାଙ୍କ ପ୍ରବଳ ଅର୍ଥ ଖର୍ଚ୍ଚ କରାଯାଉଛି। ବିଶ୍ୱର ବଡ଼ ରାଷ୍ଟ୍ରଗୁଡ଼ିକ ଏହି ଗ୍ରୁପ୍‌ର ସଦସ୍ୟ ଥିବାରୁ ଭାରତ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହେଉଥାଇପାରେ। ଅନ୍ୟପକ୍ଷରେ ଏହି ଖୁସିକୁ ଏକ ପକ୍ଷ ଯାଇ ନ ଥିବା ବେଳେ ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟ ତାଓ୍ବଙ୍ଗ ସେକ୍ଟରରେ ୯ ଡିସେମ୍ବରରେ ଚାଇନା ଓ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ହୋଇଥିବା ବିଷୟ ୧୨ ଡିସେମ୍ବରରେ ପ୍ରକାଶ ପାଇଥିଲା। ଏହି ଘଟଣା ୩ ଦିନ ବିଳମ୍ବରେ କାହିଁକି ପଦାକୁ ଆସିଲା ହେଉଛି ପ୍ରଥମ ପ୍ରଶ୍ନ। କୁହାଯାଉଛି ଭାରତ ପକ୍ଷରୁ ୨୦ ଜଣ ଯବାନ ଆହତ ହୋଇଥିବା ବେଳେ ଚାଇନାର କିଛି ସୈନ୍ୟ ଆହତ ମଧ୍ୟ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୯ ତାରିଖରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ସୈନ୍ୟମାନେ ତାଓ୍ବଙ୍ଗ ସେକ୍ଟରର ୟାଙ୍ଗସିରେ ପହଞ୍ଚତ୍ବା ପରେ ଭାରତୀୟ ସେନା ବିରୋଧ କରିଥିଲା। ସୂଚନା ଦିଆଯାଇପାରେ ଯେ, ତାଓ୍ବଙ୍ଗ କ୍ଷେତ୍ରର କେତେକ ଅଞ୍ଚଳକୁ ଉଭୟ ଦେଶ ନିଜର ବୋଲି ଦାବି କରୁଛନ୍ତି। କୁହାଯାଉଛି ଏଲ୍‌ଏସିର ୟାଙ୍ଗସିଠାରେ ଭାରତ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ଲାଗି ନେଉଥିବା ପଦକ୍ଷେପକୁ ବେଜିଂ ବିରୋଧ କରିଛି। ଫଳରେ ଦୁଇ ଦେଶ ମୁହଁାମୁହିଁ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୦ରେ ଜମ୍ମୁ ଓ କଶ୍ମୀରର ଗଲଓ୍ବାନ କ୍ଷେତ୍ର ମଧ୍ୟକୁ ଚାଇନା ପ୍ରବେଶ କରିବାରୁ ସଂଘର୍ଷ ଘଟିଥିଲା। ସେଥିରେ ୨୦ ଜଣ ଭାରତୀୟ ସୈନ୍ୟଙ୍କ ପ୍ରାଣହାନି ଘଟିଥିବା ବେଳେ ଚାଇନା ପକ୍ଷରୁ କେତେ କ୍ଷତି ଘଟିଥିଲା ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଆକ୍ରମଣକାରୀ ଭାବେ ଚାଇନା ପ୍ରସ୍ତୁତ ହୋଇ ଆସୁଥିବାରୁ ସମ୍ଭବତଃ ତା’ର କୌଣସି ସୈନ୍ୟ ଖଣ୍ଡିଆଖାବରା କିମ୍ବା ମରୁନାହାନ୍ତି।
ଏଲ୍‌ଏସି ନିକଟରେ ଚାଇନା ବାରମ୍ବାର ପ୍ରବେଶ କରି ଅପ୍ରୀତିକର ସ୍ଥିତି ସୃଷ୍ଟି କରିବା ପଛର କାରଣ ହେଉଛି ଭାରତର ସ୍ପଷ୍ଟ ବୈଦେଶିକ ନୀତିର ଅଭାବ। ନିରାପତ୍ତା କ୍ଷେତ୍ରରେ ଭାରତ ପଛରେ ପଡ଼ିଯାଇଥିବା ଦେଖାଯାଉଛି। ପାର୍ଲାମେଣ୍ଟରେ ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରି ୧୩ ଡିସେମ୍ବରରେ ପ୍ରଶ୍ନୋତ୍ତର କାର୍ଯ୍ୟକୁ ଚାଲିବାକୁ ଦେଇ ନ ଥିଲେ। ବାସ୍ତବରେ ଯେତେବେଳେ ଦେଶର ସୁରକ୍ଷା ବିପନ୍ନ ହୋଇଛି, ସେତେବେଳେ ସରକାର ଜାଗତିଆର ରହିବା ଦରକାର। କେବେ ଦେଖାଯାଉ ନାହିଁ ଅସ୍ବାଭାବିକ ସ୍ଥିତି ଉପୁଜିବା ପୂର୍ବରୁ ଭାରତୀୟ ଗୋଇନ୍ଦା ସବୁକିଛି ଠଉରାଇ ଶତ୍ରୁ ପକ୍ଷର ଗତିରୋଧ କରିଥିବାର। ଓଡ଼ିଆରେ ଢଗ ଅଛି-‘ଚୋର ପଳାଇବା ପରେ ବୁଦ୍ଧି ବାହାରେ’। ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାର୍ଲାମେଣ୍ଟରେ ଭାରତ-ଚାଇନା ସଂଘର୍ଷକୁ ନେଇ ସରକାରୀ ଭାବେ ସ୍ପଷ୍ଟୀକରଣ ଦେଇ ମୋଦି ସରକାର ଥିବା ପର୍ଯ୍ୟନ୍ତ ଭାରତ ଭୂଖଣ୍ଡର ଇଞ୍ଚେ ଜାଗା କେହି ମାଡ଼ିବସି ପାରିବେ ନାହିଁ ବୋଲି କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ କଥାକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସ କରାଯିବା କଥା। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଦେଖାଉଛି। କାରଣ ଚାଇନା ବାରମ୍ବାର ଭାରତ ଭିତରକୁ ପ୍ରବେଶ କରିବା ଓ ଧମକ ଦେଉଥିବା ବେଳେ ଦେଶର ନେତୃତ୍ୱ ‘ଆମେ ଦୃଢ଼ ଅଛୁ’ କହିବା ହାସ୍ୟାସ୍ପଦ ସ୍ଥିତି ସୃଷ୍ଟି କରୁଛି। କେବଳ ଅନ୍ତର୍ଜାତୀୟ ମଞ୍ଚରେ ବାହାବା ଦେଖାଇଲେ ଦେଶର ନିରାପତ୍ତା ସୁଦୃଢ଼ ହୋଇ ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri