ପୁଣି ସତର୍କତାର ବେଳ

ପୁଣି ଡରାଇଲାଣି କରୋନା। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇଛି ଗୃହିଣୀଙ୍କୁ। ପରିବାରର ସମସ୍ତଙ୍କୁ ସୁରକ୍ଷାବଳୟ ଭିତରେ ରଖିବା ଲାଗି ଯଥାସମ୍ଭବ ଘରୋଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି…

କରୋନାର ଭୟାବହତାକୁ ଅଙ୍ଗେ ନିଭାଇଛନ୍ତି ସମସ୍ତେ। ତେଣୁ ପୁଣି ଥରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଥିବା ଖବର ଏବେ ଚିନ୍ତାରେ ପକାଇ ଦେଇଛି। କରୋନା ସଂକ୍ରମଣ, ଲକ୍‌ଡାଉନ୍‌ର କଟକଣା ଏଯାଏଁ ମନରୁ ଲିଭି ନ ଥିବାବେଳେ ପୁଣି ଥରେ ଏସବୁକୁ ସାମ୍ନା କରିବାକୁ ପଡ଼ିବ, ଏକଥା ଭାବି ପ୍ରତିକାର ପାଇଁ ଗୃହିଣୀମାନେ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ପ୍ରକାର ଘରୋଇ ଉପଚାର। ପୂର୍ବଭଳି ପୁଣି ଥରେ ହାତ ଧୋଇବା, ସାନିଟାଇଜର ବ୍ୟବହାର କରିବା କିମ୍ବା ଥଣ୍ଡା, କାଶ ପ୍ରତି ସଚେତନ ରହିବା ଆଦି ସବୁ ପ୍ରକାର ସଚେତନତା ଆରମ୍ଭ କରିଛନ୍ତି। ଏସବୁ ଭିତରେ ପିଲାଙ୍କ ସ୍କୁଲ ଖୋଲି ଥିବାରୁ ସେମାନଙ୍କ ପାଇଁ ଟିକେ ଅଧିକ ସତର୍କ ହେବାକୁ ପଡୁଛି।
ପିଲାଙ୍କ ପ୍ରତି ଅଧିକ ସଚେତନ: ଏବେ ପୁଣି ଥରେ ସବୁ ଅଭ୍ୟାସ ଆରମ୍ଭକରି ଦେଇଛି। ପିଲାଙ୍କୁ ସ୍କୁଲ ଗାଡ଼ିରେ ସମସ୍ତଙ୍କ ସହ ଛାଡ଼ିବା ବଦଳରେ ନିଜେ ଗାଡ଼ିରେ ନେଇ ଛାଡ଼ିବାକୁ ଯାଉଛି। ବାହାରର କୌଣସି ଖାଦ୍ୟ ପିଲାଙ୍କୁ ଦେଉନି ଏବଂ ସବୁ ପ୍ରକାର ଖାଦ୍ୟ ମୁଁ ନିଜେ ପ୍ରସ୍ତୁତକରି ସେମାନଙ୍କୁ ଦେଉଛି। ପିଲାଙ୍କର ତଥା ଘର ପରିବେଶକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ପାଇଁ ସବୁବେଳେ କାମ କରୁଛି। ଭଲ ପରିବେଶରେ ସଚେତନ ରହିଲେ ପିଲାଙ୍କୁ କିମ୍ବା ଆମ ପରିବାରରେ କାହାକୁ ବି କରୋନା ହେବ ନାହିଁ ବୋଲି ମୋର ବିଶ୍ୱାସ ରହିଛି।
-ସଂଯୁକ୍ତା ଦାସ, ଗୃହିଣୀ,
ନୟାପଲ୍ଲୀ, ଭୁବନେଶ୍ୱର
ସବୁଦିନ କାଢ଼ା କରୁଛି: କରୋନା ବଢୁଥିବା ଖବର ଶୁଣିବା ପରେ ଏବେ ଘରେ ସମସ୍ତଙ୍କୁ ସତର୍କ କରାଇ ଦେଇଛି। ପିଲାଙ୍କୁ ସ୍କୁଲ ପଠାଇବା ପୂର୍ବରୁ ହ୍ୟାଣ୍ଡ ୱାଶ୍‌ ଆଉ ସାନିଟାଇଜର ତ ସାଙ୍ଗରେ ଦେଉଛି। ତା’ ଛଡ଼ା ସବୁବେଳେ ତାଙ୍କୁ ପୁଷ୍ଟିକର ଖାଦ୍ୟ ଟିଫିନ୍‌ରେ ଦେଉଛି। ପୂର୍ବଥର କରୋନା ସମୟରେ ଯେମିତି ସବୁଦିନ କାଢ଼ା ପିଇବାକୁ ଦେଉଥିଲି ଏବେ ସେମିତି ସ୍କୁଲରୁ ଫେରିବା ପରେ ପିଲାଙ୍କୁ କାଢ଼ା ଦେଉଛି। ତା’ ଛଡ଼ା ଥଣ୍ଡା ହେବା ଭଳି ଲକ୍ଷଣ ଦେଖାଦେବା ମାତ୍ରେ ସଙ୍ଗେ ସଙ୍ଗେ ଔଷଧ ଦେଇଦେଉଛି। କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପିଲାମାନେ ବି ନିଜେ ସଚେତନ ହୋଇ ସବୁ ପ୍ରକାର କଟକଣା ମାନି ଚଳୁଛନ୍ତି।
-ଶୁଭସ୍ମିତା ପୁରୀ, ଗୃହିଣୀ, ଖାନନଗର, ନୂଆସାହି, କଟକ
ଚିନ୍ତା ଲାଗୁଛି: ପୁଣି ଥରେ କରୋନା ବଢ଼ିବାରୁ ମୋର ଚିନ୍ତା ବଢ଼ିଯାଇଛି। କାରଣ ଗତଥର ମୋ ଶାଶୁଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା। ପିଲାମାନେ ତ ବଡ଼ ହୋଇଗଲେଣି ତେଣୁ ସେମାନେ ନିଜେ ପ୍ରାୟତଃ ସଚେତନ ହେବା ସହ ମତେ ସହଯୋଗ କରୁଛନ୍ତି। ହେଲେ କରୋନା ପାଇଁ ଗତଥର ମୁଁ ଯେମିତି କଲବଲ ହେଇଛି, କାଳେ ଶାଶୁଙ୍କ ଦେହ ପୁଣି ଖରାପ ହୋଇଯିବ ସେଥିପାଇଁ ଡର ଲାଗୁଛି। ଏହି ଦୃଷ୍ଟିରୁ ମତେ ଅଧିକ ସଚେତନ ହେବାକୁ ପଡୁଛି। ଘରେ ଯେମିତି କାହାକୁ ଥଣ୍ଡା କି ଜ୍ୱର ନ ହେବ ସେଥିପାଇଁ ଇମ୍ୟୁନିଟି ବଢ଼ାଇବାକୁ ସକାଳୁ ତୁଳସୀପତ୍ର କାଢ଼ା ଦେବା ଆରମ୍ଭ କରିଛି।
-ଅରୁନ୍ଧତୀ ମଲ୍ଲିକ, ଗୃହିଣୀ, ଚୂଡ଼ାମଣି, ବାସୁଦେବପୁର, ଭଦ୍ରକ
କରୋନାକୁ ନିଶ୍ଚିତ ଜିତିବୁ: କରୋନା ନାଁ ଶୁଣିଲେ ଏବେ ବି ଡର ଲାଗୁଛି। ଯେମିତି କୋଉ ଗୋଟେ ଭୟଙ୍କର ବିପଦ ମାଡ଼ି ଆସୁଛି। ସେଥିପାଇଁ ତ ମୁଁ ଏବେଠୁ ସଚେତନ ହୋଇଯାଇଛି। ପୁଣି ଥରେ ସମସ୍ତେ କାଢ଼ା ପିଉଛୁ। ଘରେ କାହାକୁ ବି ଥଣ୍ଡା ହେବା ମାତ୍ରେ ସଙ୍ଗେ ସଙ୍ଗେ ଔଷଧ ଖାଇବାକୁ ଦେଉଛି, ତା’ ସହିତ ଷ୍ଟିମ୍‌ ବି ନେଉଛୁ। ବାହାରୁ ଆସିଲେ ଡ୍ରେସ୍‌ ବଦଳାଇବା, ଗୋଡ଼ହାତ ଭଲଭାବେ ଧୋଇବା ଏସବୁ ତ ସବୁବେଳେ କରୁଛି। ତେଣୁ ମୋ ପରିବାର କରୋନାଠୁ ନିଶ୍ଚିତଭାବେ ଦୂରେଇ ରହିପାରିବେ ବୋଲି ଦୃଢ଼ବିଶ୍ୱାସ ରହିଛି।
-ସୁଭଦ୍ରା ଦାସ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ଷ୍ଟ୍ରିଟ୍‌, ପୋଲସରା, ଗଞ୍ଜାମ

ସମସ୍ତେ ସତର୍କ ହୁଅନ୍ତୁ
କରୋନା ପାଇଁ ସମସ୍ତେ ପୂର୍ବଭଳି ସତର୍କ ରୁହନ୍ତୁ। କାହିଁକିନା ଏଥର ବି ସଂକ୍ରମଣ ବଢିବାରେ ଲାଗିଲାଣି। ଯଦି ସତର୍କ ନ ହେବା ତ ଏହା ପୁଣି ଥରେ ଭୟଙ୍କର ରୂପ ନେଇପାରେ। ତେଣୁ ସମସ୍ତେ ମାସ୍କ ଲଗାନ୍ତୁ ଏବଂ ହ୍ୟାଣ୍ଡୱାଶ୍‌, ସାନିଟାଇଜର ବ୍ୟବହାର କରନ୍ତୁ। ପରିଷ୍କାର ପରିଚ୍ଛନ୍ନ ରହିବା ସହ ସମସ୍ତେ ନିଜ ଇମ୍ୟୁନିଟି ବଢାଇବା ପାଇଁ ଚେଷ୍ଟା କରନ୍ତୁ। ସୁଷମ ଖାଦ୍ୟ ଖାଆନ୍ତୁ ଏବଂ ରୋଗର ସାମାନ୍ୟ ଲକ୍ଷଣ ଦେଖିବା ମାତ୍ରେ ତୁରନ୍ତ ଚିକିତ୍ସା କରନ୍ତୁ। ଯେହେତୁ ସମସ୍ତେ କରୋନାର ଭୟଙ୍କର ରୂପକୁ ଥରେ ଦେଖି ସାରିଛନ୍ତି ତେଣୁ କୌଣସି ପରିସ୍ଥିତିରେ ବି ଅବହେଳା କରିବା ଠିକ୍‌ ନୁହେଁ। ଏବେ ତ କରୋନା ସହିତ ଏଚ୩ଏନ୨ ଭାରିଆଣ୍ଟର ସଂକ୍ରମଣ ବଢୁଛି। ଡାକ୍ତରଖାନାକୁ ଏବେ ଅଧିକ ସଂଖ୍ୟାରେ ସଂକ୍ରମିତ ରୋଗୀ ଆସୁଛନ୍ତି। ତେଣୁ ରୋଗ ହେବା ପୂର୍ବରୁ ନିରାକରଣ କରିବା ହିଁ ବୁଦ୍ଧିମାନର କାମ।
– ଡକ୍ଟର ସୁଶ୍ରୀ ସଙ୍ଗୀତା ପାତ୍ର
ଆସିଷ୍ଟାଣ୍ଟ ପ୍ରଫେସର ସ୍ତ୍ରୀ ରୋଗ,
ଶ୍ରୀ ହସ୍ପିଟାଲ୍‌, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମକର ସଂକ୍ରାନ୍ତି ପୂର୍ବରୁ ଏହି ୩ ରାଶିର ଚମକିବ ଭାଗ୍ୟ, ଘଟିବାକୁ ଯାଉଛି…

୨୦୨୬ରେ, ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ, ଯେତେବେଳେ ସୂର୍ଯ୍ୟ ଧନୁ ରାଶି ଛାଡି ମକର ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ମକର...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri