Categories: ଜାତୀୟ

ପୁଣି ଏୟାରଫୋର୍ସ ଷ୍ଟେଶନ ନିକଟରେ ୨ ଡ୍ରୋନ୍‌…

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରର କାଲୁଚକ ଏବଂ କୁଞ୍ଜଓ୍ବାନି ଅଞ୍ଚଳରେ ଏୟାରଫୋର୍ସ ଷ୍ଟେଶନର ୧୦ କିିଲୋମିଟର ପରିଧି ମଧ୍ୟରେ ବୁଧବାର ଭୋର୍‌ ସମୟରେ ପୁଣି ୨ଟି ଡ୍ରୋନ୍‌ ଉଡ଼ିବୁଲୁଥିବାର ଦେଖିବାକୁ ମିଳିଛି। କାଲୁଚକଠାରେ ଭୋର୍‌ ୪ଟା ୪୦ରେ ପ୍ରଥମ ଡ୍ରୋନ୍‌ ଦେଖାଯାଇଥିଲା। ସେହିପରି କୁଞ୍ଜଓ୍ବାନି ଅଞ୍ଚଳରେ ଭୋର୍‌ ୪ଟା ୫୨ରେ ଡ୍ରୋନ୍‌ ଦେଖିବାକୁ ମିଳିଛି। ଡୋନ୍‌ ଦୁଇଟି ପ୍ରାୟ ୮୦୦ ମିଟର ଉଚ୍ଚରେ ଉଡୁଥିବା ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ଯବାନମାନେ ପ୍ରକାଶ କରିଛନ୍ତି। ଲଗାତାର ୪ ଦିନ ଧରି ଏଭଳି ଘଟଣା ଜାରି ରହିଥିଲେ ମଧ୍ୟ ଏନେଇ କୌଣସି ସୂଚନା ହସ୍ତଗତ ହୋଇ ପାରିନାହିଁ।

Share