ନ୍ୟୁୟର୍କ,୩୧ା୧:ଭେନେଜୁଏଲା ପରେ ଏବେ ଅନ୍ୟତମ କାରିବିଆନ ରାଷ୍ଟ୍ର କ୍ୟୁବା ଉପରେ ଟ୍ରମ୍ପଙ୍କ ଦୃଷ୍ଟି ପଡ଼ିଛି। କ୍ୟୁବାକୁ ଏକଘରିକିଆ କରିବାକୁ ଟ୍ରମ୍ପ ଏହି ଦେଶ ଉପରେ ଜରୁରିକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଏନେଇ ସେ ଏକଜିକ୍ୟୁଟିଭ୍ ଅର୍ଡର ଜାରି କରିବା ସହିତ ଆମେରିକାର ଆଇନ ବ୍ୟବସ୍ଥା ଅନୁଯାୟୀ ‘ଇଣ୍ଟରନ୍ୟାଶନାଲ ଏମର୍ଜେନ୍ସି ଇକୋନୋମିକ ପାଓ୍ବାର ଆକ୍ଟ(ଆଇଇଇପିଏ) ଏବଂ ନ୍ୟାଶନାଲ ଏମର୍ଜେନ୍ସି ଆକ୍ଟ(ଏନଇଏ) ଅନୁସାରେ କ୍ୟୁବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଆମେରିକା ପ୍ରଶାସନ କ୍ୟୁବା ଉପରେ ଜରୁରିକାଳୀନ ସ୍ଥିତି ଜାରି କରିଛି। ଟ୍ରମ୍ପଙ୍କ ନିର୍ଦ୍ଦେଶନାମା ଅନୁସାରେ ଯଦି କୌଣସି ରାଷ୍ଟ୍ର କ୍ୟୁବାକୁ ତୈଳ କିମ୍ବା ଶକ୍ତି ଯୋଗାଣ କରେ ତେବେ ସମ୍ପୃକ୍ତ ରାଷ୍ଟ୍ର ଉପରେ ଆମେରିକା ଉଚ୍ଚ ଟାରିଫ୍ ଲଗାଇବ ବୋଲି ଧମକ ଦେଇଛି। କ୍ୟୁବାକୁ ତୈଳ ଏବଂ ଶକ୍ତି ଯୋଗାଣ ବନ୍ଦ ହୋଇଯିବାରୁ ସେଠାକାର ସାଧାରଣ ଜନଜୀବନ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଭେନେଜୁଏଲା ଭଳି କ୍ୟୁବା ସରକାରଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ଲକ୍ଷ୍ୟରେ ଟ୍ରମ୍ପ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।
Dharitri – Odisha’s No.1 Odia Daily

