ଲାଟିନ୍‌ ଆମେରିକାରେ ପୁଣି ଉଡିଲା ଚାଇନାର ଗୁଇନ୍ଦା ବେଲୁନ

ୱାଶିଂଟନ,୪।୨: ଲାଟିନ୍‌ ଆମେରିକା ଆକାଶରେ ପୁଣି ଉଡିଲା ଚାଇନାର ଗୁଇନ୍ଦା ବେଲୁନ। ଏନେଇ ପେଣ୍ଟାଗନ ଶୁକ୍ରବାର ସୂଚନା ଦେଇଛି। ଏହାପୂର୍ବରୁ ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ ଦେଖାଦେଇଥିଲା।
ପେଣ୍ଟାଗନ ମୁଖପାତ୍ର ପ୍ୟାଟ ରାଇଡର୍‌ କହିଛନ୍ତି ଯେ, ଲାଟିନ୍‌ ଆମେରିକାରେ ଆଉ ଏକ ବେଲୁନ ଦେଖିବାକୁ ପାଇଛୁ। ଯାହାକୁ ଆମେ ଚାଇନାର ଦ୍ୱିତୀୟ ଗୁଇନ୍ଦା ବେଲୁନ ହୋଇଥିବା ସନ୍ଦେହ କରୁଛୁ। ବର୍ତ୍ତମାନ ଏହାର ତଦନ୍ତ କରାଯାଉଛି। ଅନ୍ୟପଟେ, ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ବେଜିଂ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ଚାଇନାର ଗୁଇନ୍ଦା ବେଲୁନ ଉଡିବା ପରେ ବ୍ଲିଙ୍କେନଙ୍କ ୨ ଦିନିଆ ବେଜିଂ ଗସ୍ତକୁ ସ୍ଥଗିତ ରଖାଯାଇଛି।

Share