ସଲମାନ୍‌ଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟ ପରେ ଭୋ ଭୋ ହୋଇ କାନ୍ଦିଥିଲେ ଏହି ଲୋକପ୍ରିୟ ଅଭିିନେତ୍ରୀ

ବଲିଉଡ୍‌ରେ ବୋଲ୍ଡ ଏବଂ ରୋମାଣ୍ଟିକ୍‌ ଦୃଶ୍ୟ ସାଧାରଣ। ହେଲେ ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ଖୁବ୍‌ କମ୍‌ ଫିଲ୍ମରେ ରୋମାଣ୍ଟିକ୍‌ ଦୃଶ୍ୟ କରିଥାନ୍ତି। ତେବେ ସଲମାନ୍‌ଙ୍କର ଏକ ବ୍ଲକବାଷ୍ଟର ଫିଲ୍ମ ହେଉଛି ‘ମୈନେ ପ୍ୟାର୍‌ କିୟା’। ଏଥିରେ ତାଙ୍କର ଅଭିନେତ୍ରୀ ସାଜିଥିଲେ ଭାଗ୍ୟଶ୍ରୀ।

ଏହି ଫିଲ୍ମର ଏକ ଗୀତ ‘କବୁତର୍‌ ଯା ଯା ଯା’ର ଶୁଟିଂ ସମୟରେ ଭାଗ୍ୟଶ୍ରୀ ଭୋ ଭୋ ହୋଇ କାନ୍ଦିପକାଇଥିଲେ। ତାଙ୍କୁ ଦେଖି ସଲମାନ୍‌ ନର୍ଭସ ହୋଇଯାଇଥିଲେ। ନିର୍ଦ୍ଦେଶକ ସୁରଜ ବଡଯାତ୍ୟା କାନ୍ଦିବାର କାରଣ ପଚାରିବାରୁ ଭାଗ୍ୟଶ୍ରୀ କହିଥିଲେ, ମୁଁ ରକ୍ଷଣଶୀଳ ପରିବାରର ଝିଅ। ପୂର୍ବରୁ ଏହିପରି କାହାକୁ ଆଲିଙ୍ଗନ କରି ନ ଥିଲି। ଏହା ଶୁଣିବା ପରେ ନିଜ ଇଚ୍ଛା ଅନୁସାରେ ଶୁଟ୍‌ କରିବାକୁ ସରୋଜ ତାଙ୍କୁ କହିଥିଲେ।

Share