Posted inଜାତୀୟ

ଚକୋଲେଟ୍‌ ଚୋରି କରିବାର ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ନେଲେ ଚରମ ନିଷ୍ପତ୍ତି

କୋଲକାତା,୩୧।୧୦: ପଶ୍ଚିମବଙ୍ଗର ଅଲିପୁରଦାର ଜିଲାର ସପିଂ ମଲରେ ଚକୋଲେଟ୍‌ ଚୋରି କରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୟଗାଓଁ ପୋଲିସ ଷ୍ଟେଶନ ଅନ୍ତର୍ଗତ ସୁଭାସ ପାଲୀସ୍ଥିତ ଘରୁ ରବିବାର ଝଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ତୃତୀୟ ବର୍ଷର ଛାତ୍ରୀ ଥିଲେ। ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚାଲିଛି ବୋଲି ଜୟଗାଓଁ ପୋଲିସ କହିଛି।

ସୂଚନାଯୋଗ୍ୟ, ରବିବାର ଛାତ୍ରୀ ଜଣଙ୍କ ତାଙ୍କ ଭଉଣୀଙ୍କ ସହ ସେହି ଅଞ୍ଚଳର ଏକ ସପିଂ ମଲକୁ ଯାଇଥିଲେ। ସେଠରେ ସେ ଚକୋଲେଟ୍‌ ଚୋରି କରି ଧରାପଡିଯାଇଥିଲେ। ତେବେ ସେ ଧରାପଡିଯିବା ପରେ ଚକୋଲେଟ୍‌ର ମୂଲ୍ୟ ଦେଇ ଷ୍ଟୋର କର୍ତ୍ତୃପକ୍ଷଙ୍କ ନିକଟରେ କ୍ଷମା ମାଗିଥିଲେ। ହେଲେ ଦୋକାନରେ ଥିବା ଲୋକମାନେ ଏହି ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଭାଇରାଲ ହୋଇଥିଲା। ଏହି ଅପମାନକୁ ସହ୍ୟ କରି ନ ପାରି ଏଭଳି ଚରମ ନିଷ୍ପତ୍ତି ନେଇଥିବା ମୃତ ଛାତ୍ରୀଙ୍କ ବାପା କହିଛନ୍ତି। ଅନ୍ୟପଟେ, ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସପିଂ ମଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ଭିଡିଓ ପ୍ରସ୍ତୁତ କରି ଅନ୍‌ଲାଇନରେ ଶେୟାର କରିଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଜଣଙ୍କୁ ଏନ୍‌କାଉଣ୍ଟର, ଅନ୍ୟ ଜଣେ ଗିରଫ…

ଶ୍ରୀନଗର,୧୪।୮: ସ୍ବାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଲଗାମ୍‌ ଜିଲାରେ...

୨୧ ଦିନରେ ତେଜସ୍‌ର ଲାଭ ୭୦ ଲକ୍ଷ

ନୂଆଦିଲ୍ଲୀ,୧୧।୧୧: ଦେଶର ପ୍ରଥମ ଘରୋଇ ଟ୍ରେନ୍‌ ତେଜସ୍‌ ୨୧ ଦିନରେ ୭୦ ଲକ୍ଷ ଟଙ୍କାର ଲାଭ କରି ପାରିଛି। ଅକ୍ଟୋବର ୫ରୁ ଏହାର ଯାତ୍ରା ଆରମ୍ଭ...

ଯୁବକଙ୍କ ପେଟରୁ ନେଲ୍‌କଟର, ଚିଲମ ସମେତ ୫୦ ପ୍ରକାରର ଜିନିଷ ବାହାର କଲେ ଡାକ୍ତର

ଉଦୟପୁର,୧୭।୬: ରାଜସ୍ଥାନରୁ ଏକ ଆଶ୍ଚର୍ଯ୍ୟଜନିତ ଘଟଣା ଦେଖିବାକୁ ମିଳିିଛି। ଶନିବାର ଉଦୟପୁର ହସ୍ପିଟାଲରେ ଡାକ୍ତର ଜଣେ ୨୪ ବର୍ଷୀୟ ଯୁବକ ଗଜେନ୍ଦ୍ରଙ୍କ ଅପରେଶନ୍‌ କରିଥିଲେ। ଅପରେଶନ୍‌...

ଅଙ୍କୁର ଭାଟିଆଙ୍କ ପରଲୋକ

ନୂଆଦିଲ୍ଲୀ,୪।୬: ଇଣ୍ଡିଗୋ ମାଲିକ ତଥା ବାର୍ଡ ଗ୍ରୁପ (ଆଇବିସ୍‌)ର କାର୍ଯ୍ୟକାରୀ ମୁଖ୍ୟ ଅଙ୍କୁର ଭାଟିଆଙ୍କ ଶୁକ୍ରବାର ହୃଦଘାତ୍‌ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮...

ପଞ୍ଜାବ ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରସ୍ତାବ ପାରିତ

ଚଣ୍ଡିଗଡ,୩୦।୬: ପଞ୍ଜାବ ବିଧାନସଭାରେ କେନ୍ଦ୍ର ସରକାରଙ୍କ ନୂତନ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି। ତେବେ ଭାରତୀୟ ଜନତା ପାର୍ଟିର ଦୁଇଜଣ...

ଗେହଲଟ୍‌ ସରକାରରେ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ଅଶ୍ଳିଳ ଭିଡିଓ ଭାଇରାଲ, ଇସ୍ତଫା ଦାବି କଲା ଭାଜପା

ଜୟପୁର,୭।୧୨: ରାଜସ୍ଥାନରେ ଏକ ଅଶ୍ଳିଳ ଭିଡିଓ ଭାଇରାଲ ହେବା ପରେ ରାଜନୀତି ସରଗରମ ହୋଇଛି। ରାଜ୍ୟର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ସାଲେହ ମହମ୍ମଦଙ୍କର ଏହି ଭିଡିଓ...

ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୋଦ ସାୱନ୍ତଙ୍କ ନାଁରେ ଲାଗିଲା ମୋହର

ପଣଜି,୨୧।୩: ଦେଶର ୫ଟି ବିଧାନସଭା ନିର୍ବାଚନ ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବା ପରେ ଗୋଆ ଓ ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀକୁ ନେଇ ବହୁ...

କର୍ନାଟକ କ୍ୟାବିନେଟ୍‌ରେ ୭ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ,୧୪ା୧: କର୍ନାଟକର ବିଏସ୍‌ ୟେଦୁରପ୍ପା ସରକାର ବୁଧବାର ତାଙ୍କ ୧୭ ମାସ ପୁରୁଣା କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି। ଏଥିରେ ୭ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।...

Advertisement
Archives

Model This Week