ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଚଟାଣରେ ଶୁଆଇଦେଲେ

ରାଜକନିକା,୮ା୨(ସଞ୍ଜୟ କୁମାର ଦାଶ)ଜନସାଧାରଣଙ୍କ ମୌଳିକ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟସେବା ପ୍ରମୁଖ । ଏହାକୁ ନଜରରେ ରଖି ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାଗଣା ଔଷଧ ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମହିଳା ବାକରଣ ପାଇଁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର ଶିବର ଚାଲିଛି। ଏଥିସହ ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମିର ଉନ୍ନତି ଓ ବାହ୍ୟ ରଙ୍ଗ ପାଇଁ ୫-ଟି ଅଧୀନରେ ଅନେକ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୨୯ ପଞ୍ଚାୟତର ମହିଳାମାନେ ନିର୍ଭର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାକରଣ ଅସ୍ତ୍ରୋପଚାର ପାଇଁ ଏକ ଶିବିରର ଆୟୋଜନ ବୁଧବାର କରାଯାଇଥିଲା । ଏହି ଶିବିରରେ ଅସ୍ତ୍ରୋପଚାର କରାଯାଇଥିବା ମହିଳାମାନଙ୍କ ପାଇଁ କୌଣସି ବେଡ୍‌ର ବ୍ୟବସ୍ଥା ନ ଥିଲା। ଫଳରେ ସେହି ମହିଳାମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଚଟଣାରେ ଏକ ପଲିଥିନ୍‌ ପକାଇ ଶୁଆଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏହି ଶିବିରକୁ ଦୂର ଦୁରାନ୍ତରୁ ମହିଳାମାନେ ଆଶାକର୍ମୀମାନଙ୍କ ସହ ଅସ୍ତ୍ରୋପଚାର ପାଇଁ ଆସିଥିଲେ । ହେଲେ ଅସ୍ତ୍ରୋପଚାର ପରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଚେତାଶୂନ୍ୟ ଅବସ୍ଥାରେ ଥିବା ପ୍ରାୟ ୨୭ଜଣ ମହିଳାଙ୍କୁ ଅସ୍ବାସ୍ଥ୍ୟକର ପରିବେଶରେ ଡାକ୍ତରଖାନାର ଚଟାଣରେ ଏକ ପଲଥିନ ପକାଇ ଶୁଆଇ ଦେଇଥିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା। କେତେଜଣ ମହିଳା ପଲିଥିନ୍‌ ତଳକୁ ଖସି ଚଟାଣରେ ବି ପଡି ରହିଥିଲେ। ସ୍ବାସ୍ଥ୍ୟକର୍ମୀମାନେ ଚପଲ, ଜୋତା ପିନ୍ଧି ସେହି ପଲିଥିନ୍‌ ଉପରେ ଯାତାୟତ କରିବା ସହିତ ସମ୍ପୃକ୍ତା ମହିଳମାନଙ୍କୁ ଇଞ୍ଜେକଶନ ଦେଉଥିବା ଦେଖିବାକୁ ମିଳିଥିଲା। ପାଖରେ ସ୍ବାସ୍ଥ୍ୟକେନ୍ଦ୍ରର ଆବର୍ଜନା ବି ସେଠାରେ ପଡି ରହିଥିଲା। ଡାକ୍ତରଖାନାକୁ ଆସୁଥିବା ଲୋକମାନେ ସେହି ପଲିଥିନ୍‌ ଉପରେ ଚଢ଼ି ଯାତାୟତ ବି କରୁଥିଲେ।
ସଂକ୍ରାନ୍ତରେ ସେଠାରେ ଥିବା କେତେଜଣ ମହିଳା କହିଛନ୍ତି, ଅପରେଶନ ପରେ ଜଣକ ପରେ ଜଣେ ମହିଳାଙ୍କୁ ଏଠାରେ ଆଣି ଶୁଆଇ ଦିଆଗଲା । ଆମେ ବେଡ୍‌ କଥା କହିଥିଲୁ, ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀମାନେ ଶୁଣି ନ ଶୁଣିବାର ଅଭିନୟ କରିଥିଲେ । ଦୁଃଖର କଥା ଅସ୍ତ୍ରୋପଚାର ପରେ ମହିଳମାନଙ୍କୁ ସ୍ବାସ୍ଥ୍ୟକର ପରିବେଶରେ ତଥା ବେଡ୍‌ ଉପରେ ରଖିବା କଥା । ଆମେ ଏଠାକୁ ଅସ୍ତ୍ରୋପଚାର କରାଇବାକୁ ଆସିଛୁ ନା ରୋଗ କିଣିବାକୁ ଆସିଛୁ ବୋଲି ମହିଳାଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ବାଦଲ କୁମାର ମହାନ୍ତି କହିଛନ୍ତି, ଏଭଳି ମହିଳାମାନେ ଚଟାଣରେ ପଡିଥିବା ପାଲ ଉପରେ ଶୋଇବା କଥା ନୁହେଁ । ଆମର ୫-ଟି ଅଧୀନ କାମ ଚାଲୁଥିବାରୁ ଘର ଓ ବେଡ୍‌ ନ ଥିବାରୁ ତଳେ ଶୁଆଇବାକୁ ବାଧ୍ୟ ହେଉଛୁ ବୋଲି ସଫେଇ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri