ସଡକ ଦୁର୍ଘଟଣାରେ ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକ, ଭିଡିଓ ଭାଇରାଲ

ଆଗ୍ରା,୨୭।୧୨: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଛି। ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ହେବାରୁ ଜାତୀୟ ରାଜପଥରେ ବହୁ ଗାଡି ଅଟକି ରହିଥିଲା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଲୋକ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣାର ଏକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁର୍ଘଟଣା ଘଟିଥିବା ଗାଡି ମଧ୍ୟରେ ଏକ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଥିଲା। ସକାଳୁ ସକାଳୁ ଏପରି ଘଟଣା ଘଟିବା ସମୟରେ ପ୍ରାତଃଭ୍ରମଣରେ ଯାଇଥିବା ଲୋକମାନେ ଜମାହୋଇଯାଇଥିଲେ । ଦୁର୍ଘଟଣା ଦେଖି ଲୋକଙ୍କୁ ସାହାର୍ଯ୍ୟ କରିବା ବଦଳରେ ପଡିଥିବା କୁକୁଡ଼ା ବୋହି ନେଇଥିଲେ । ଏପିରିକି ରାସ୍ତାରେ ଯାଉଥିବା ଲୋକ ମଧ୍ୟ ଗାଡି ଅଟକାଇ କୁକୁଡ଼ା ବୋହି ନେଇଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡିରେ ପ୍ରାୟ ୨ ଲକ୍ଷ ୫୦ ହଜାର ଟଙ୍କାର କୁକୁଡ଼ା ଥିଲା । ତେବେ ମାଲିକଙ୍କୁ ବହୁ ପରିମାଣର କ୍ଷତି ହୋଇଥିବା ସୂଚନା ମିଳିଛି।

Share