Categories: ଖେଳ

ମ୍ୟାଚ୍‌ ପରେ ପାଣି ବୋତଲ ଉଠାଇଲେ କୋହଲି

ଓଭାଲ,୧୦।୯: ଦି ଓଭାଲରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ଜିତି ୫ ମ୍ୟାଚ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ହୋଇଛି। ଏହି ମ୍ୟାଚ୍‌ ପରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ଏବେ ସୋସେିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ କୋହଲି ଡ୍ରେସିଂ ରୁମକୁ ଯିବାବେଳେ ପାଣି ବୋତଲ ଉଠାଉଥିବାର ଦେଖିବାକୁ ମିଳିବ। ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ରୁଟ ଏହି ବୋତଲକୁ ଅଣଦେଖା କରି ସେଠାରୁ ଚାଲିଯାଆନ୍ତି, କିନ୍ତୁ ବିରାଟ କୋହଲି ପଡିଥିବା ବୋତଲକୁ ଉଠାଇ ସାଙ୍ଗରେ ନେଇଥିଲେ। ବୋତଲ ବାସ୍ତବରେ ଖେଳାଳିମାନଙ୍କ ବ୍ୟବହାର ପାଇଁ ସୀମା ଦଉଡ଼ି ନିକଟରେ ରଖାଯାଇଥିଲା କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ପ୍ରକୃତରେ ରୁଟ ଏହାକୁ ଉଠାଇ ନ ଥିଲେ। ଏହି ଭିଡିଓ ଶେୟାର ଜଣେ କ୍ରିକେଟ୍‌ ପ୍ରଶଂସକ ଲେଖିଥିଲେ ପାର୍ଥକ୍ୟ ଖୋଜ। ତେବେ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ବିରାଟ କୋହଲିଙ୍କୁ ପ୍ରଶଂସା କରୁଛନ୍ତି।

Share