ବିବାହ ପରେ ଏକାଠି ନଜର ଆସିଲେ ଫରହାନ-ଶିବାନୀ

ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ଶନିବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମହାରାଷ୍ଟ୍ରୀୟ ପାରମ୍ପରିକ ରୀତିନୀତିରେ ଦୁହେଁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ କେବଳ ପରିବାର ଓ ଘନିଷ୍ଠ ସର୍ମ୍ପକୀୟ ହିଁ ସାମିଲ ହୋଇଥିଲେ। ତେବେ ବିବାହ ପରେ ଫରହାନ ଓ ଶିବାନୀ ଏକାଠି ନଜର ଆସିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫରହାନ ଟ୍ରାଡିସ୍‌ନାଲ ଆଉଟ୍‌ଫିଟ୍‌ରେ ନଜର ଆସୁଥିବା ବେଳେ ଶିବାନୀ ଏକ ଗୋଲାପୀ ରଙ୍ଗର ଶାଢୀରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

 

Share