Posted inଜାତୀୟ

କୋଲକାତା ବଳାତ୍କାର-ହତ୍ୟା ଘଟଣା ପରେ ରାଜଭବନ ଗଲେ ମମତା, ହେଲେ ପାଣି ପିଇବାକୁ ନ ପାଇ…

କୋଲକାତା,୧୬।୮: ରାଜ ଭବନରେ ହିଂସାକାଣ୍ଡ ଘଟଣାର ଅଭିଯୋଗ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ ସେ ଏକାକୀ ରାଜ ଭବନକୁ ଯିବେ ନାହିଁ। କୋଲକାତାର ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ବିରୋଧରେ ପଶ୍ଚିମବଙ୍ଗ ଉଠୁଛିପଡୁଛି। ସ୍ବାଧୀନତା ଦିବସରେ ମମତା ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ରାଜ ଭବନ ଯାଇଥିଲେ। କିନ୍ତୁ ସେ ଏକୁଟିଆ ନୁହନ୍ତି ଟିଏମସି ଦଳ ସହ ମିଶି ରାଜଭବନ ଯାଇଥିଲେ। ହେଲେ ସେଠାରେ ସେ ପାଣି ଟୋପେ ପିଇ ନ ଥିଲେ। କେବଳ ପାଣି ନୁହେଁ ସେ ଖାଦ୍ୟ ସୁଦ୍ଧା ମଧ୍ୟ ସ୍ପର୍ଶ୍ଚ କରି ନ ଥିଲେ। ବାହାରକୁ ଆସିବା ପରେ ମମତା କହିଛନ୍ତି, ମୁଁ ସେଠାରେ ଗୋଟିଏ ବୁନ୍ଦା ପାଣି ପିଇ ନ ଥିଲି।

ମମତା କହିଛନ୍ତି ଯେ, ଏକୁଟିଆ ଆସିବାରେ ଅସୁବିଧା ଥିଲା। ତେଣୁ ୧୦-୧୨ ଜଣିଆ ଟିମ୍‌ ସହ ଆସିଥିଲି। କୋଲକାତା ମେୟର ତଥା ମନ୍ତ୍ରୀ ଫିରହାଦ ହାକିମ ଏବଂ କୋଲକାତା ପୋଲିସ କମିଶନର ଭିନେଟ ଗୋୟଲ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ ଭବନକୁ ଯାଇଥିଲେ। ମୁଖ୍ୟ ଶାସନ ସଚିବ ବିପି ଗୋପାଳିକ, ଗୃହ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ, ପୋଲିସର ରାଜ୍ୟ ମହାନିର୍ଦ୍ଦେଶକ ରାଜୀବ କୁମାର, ପୂର୍ବତନ ମୁଖ୍ୟ ଶାସନ ସଚିବ ହରିକୃଷ୍ଣ ଦ୍ୱିବେଦୀ, ମୁଖ୍ୟମନ୍ତ୍ରୀ ଆଲାପନ ବାନାର୍ଜୀ ଏବଂ ଅନ୍ୟାନ୍ୟ ବ୍ୟକ୍ତି ସେଠାରେ ଉପସ୍ଥିତ ଥିଲେ।

ସ୍ବାଧୀନତା ଦିବସରେ ରାଜଭବନରେ ଏକ ଚା ଭୋଜି ଦିଆଯାଇଥିଲା। ଯାହାକୁ ନେଇ ମମତା ସେଠାରେ ପହଞ୍ଚିଥିଲେ। ରାଜଭବନରେ ପହଞ୍ଚିବା ପରେ ମମତା ତାଙ୍କ ପରିଚିତମାନଙ୍କ ସହ କଥା ହେବା ଆରମ୍ଭ କଲେ। ଏହା ପରେ ବାରଣ୍ଡାରେ ଏକ ଚେୟାର ପକାଇ ବସି ରହିଥିଲେ। ସେଠାରେ ବସିଥିବାବେଳେ ରାଜ୍ୟପାଳଙ୍କ ପତ୍ନୀ ତାଙ୍କୁ ଭେଟିଥିଲେ। ତେବେ ନମସ୍କାର ଏବଂ ‘ଶୁଭ ସ୍ବାଧୀନତା ଦିବସ’ ବ୍ୟତୀତ ଉଭୟଙ୍କ ମଧ୍ୟରେ କୌଣସି ଶବ୍ଦ ବିନିମୟ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri