Posted inଜାତୀୟ

ଘଟଣା ପରେ ଚେତିଲା କୋଲକାତା ପୋଲିସ, ନେଲା ବଡ଼ ନିଷ୍ପତ୍ତି, ଚାକିରିରୁ ହେବେ ବିଦା…

କୋଲକାତା,୧।୯: କୋଲକାତା କାଣ୍ଡ ପରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଛି। ୧୯ ଦିନ ଧରି ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ସିବିଆଇ ଲଗାତାର ଜେରା କରୁଛି। ସେ ନ୍ୟାୟିକ ହେପାଜତରେ ଅଛନ୍ତି। ଏବେ ସ୍ବେଚ୍ଛାସେବୀମାନେ କୋଲକାତା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ବୋଲି କୁହାଯାଉଛି। ସାମ୍ପ୍ରତିକ ସମୟରେ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କୋଲକାତା ପୋଲିସ ଆକ୍ସନ ମୋଡ୍‌କୁ ଆସିଛି।ଏଥିପାଇଁ ପୋଲିସ ବଡ଼ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ପୋଲିସ ବିଭାଗରେ କାମ କରୁଥିବା ଏହି ସ୍ବେଚ୍ଛାସେବୀମାନେ ଯଦି ସାଧାରଣ ନାଗରିକଙ୍କ ସହ ଅସଦାଚରଣ କରନ୍ତି କିମ୍ବା ମଦ୍ୟପାନ ଅବସ୍ଥାରେ ଡ୍ୟୁଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାକିରିରୁ ମଧ୍ୟ ତଡା ଖାଇ ପାରନ୍ତି।

ସଞ୍ଜୟଙ୍କ ଘଟଣା ପରେ ନିକଟରେ ଅନ୍ୟ ଜଣେ ସ୍ବେଚ୍ଛାସେବୀଙ୍କ ମାମଲା ସାମ୍ନାକୁ ଆସିଛି। କୋଲକାତାରେ ଆନ୍ଦୋଳନ ଚାଲିଥିବାବେଳେ ଜଣେ ମଦ୍ୟପ ସ୍ବେଚ୍ଛାସେବୀ ବାଇକ୍‌ ଯୋଗେ ଗହଳି ଭିତରକୁ ଧସେଇ ପଶିଥିଲେ। ପୋଲିସ ବ୍ୟାରିକେଡ ଉପରେ ଠେଲି ପଶିବା ସହ ଜଣେ ଛାତ୍ରଙ୍କୁ ବାଇକ୍‌ରେ ଧକ୍କା ଦେଇଥିଲେ। ତେବେ ଡାକ୍ତରୀ ଛାତ୍ର ତାଙ୍କୁ ଧରିଥିଲେ ମଧ୍ୟ କୋଲକାତା ପୋଲିସ ତାଙ୍କୁ ନିର୍ଦ୍ଦୋଷ ଭାବି ଛାଡି ଦେଇଥିଲେ।
ଯାହାପରେ ବିରୋଧ ଜୋର ଧରିଥିଲା। ଚାପରେ ପଡି ପୋଲିସ ସେହି ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏହି ଘଟଣା ଉଗ୍ରରୂପ ଧରିବା ପରେ କୋଲକାତା ପୋଲିସ ସ୍ବେଚ୍ଛାସେବୀ ଏବଂ ହୋମ ଗାର୍ଡଙ୍କ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି।

RGKar ବଳାତ୍କାର ଓ ହତ୍ୟା ମାମଲା ପରେ କୋଲକାତା ପୋଲିସର ଅବହେଳା ଓ ଅନିୟମିତତା ପାଇଁ ସମାଲୋଚନା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି କୋଲକାତା ପୋଲିସ ଏହି ପ୍ରସଙ୍ଗରେ କଡା ନିର୍ଦ୍ଦେଶ ଜାରି କରିଛି। ଯଦି କୌଣସି ହୋମଗାର୍ଡ କିମ୍ବା ସ୍ବେଚ୍ଛାସେବୀ ମଦ୍ୟପାନ କରନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯିବ। ଏଥିସହ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି। କୁହାଯାଇଛି ଯେ, ହୋମ ଗାର୍ଡ ଏବଂ ସାଧାରଣ ସ୍ବେଚ୍ଛାସେବୀମାନେ ଜନସାଧାରଣଙ୍କ ସହିତ କାରବାର କରୁଥିବାବେଳେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।

ନିର୍ଦ୍ଦେଶରେ କୁହାଯାଇଛି ଯେ ଡ୍ୟୁଟିରେ ଥିବାବେଳେ ବହୁ ପୋଲିସ କର୍ମଚାରୀ ମଦ୍ୟପାନ କରିଥିବା ବେଳେ ଅନେକ ମାମଲା ସାମ୍ନାକୁ ଆସିଛି। ଏହା ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏପରି ଆଚରଣରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ। ଏଥିସହ ଡ୍ୟୁଟିରେ ନ ଥିଲେ ବି ସର୍ବସାଧାରଣ ସ୍ଥାନରେ ସମ୍ମାନଜନକ ତଥା ସଭ୍ୟ ଆଚରଣ କରିବା ଉଚିତ, ଯେପରି ଏକ ଶୃଙ୍ଖଳିତ ବାହିନୀର ସଦସ୍ୟଙ୍କ ଉପରେ ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?