ଧାରଣା ପରେ ଶିକ୍ଷକଙ୍କ ବଦଳି ବାତିଲ

ପରଜଙ୍ଗ, ୭ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କଟୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଗ୍ରାମବାସୀ, ଛାତ୍ରୀଛାତ୍ର ଏବଂ ଅଭିଭାବକ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ଅନ୍ୟପଟେ ଗ୍ରାମବାସୀଙ୍କ ଅଭିଯୋଗ ପରେ ଶିକ୍ଷକଙ୍କ ବଦଳିକୁ ଶିକ୍ଷା ବିଭାଗ ପକ୍ଷରୁ ସ୍ଥଗିତ ରଖାଯାଇଛି।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୮୫ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ନିକଟରେ ବିଜ୍ଞାନ ଶିକ୍ଷକ ବାପୁଜୀ ନାଏକଙ୍କୁ ଅନ୍ୟତ୍ର ବଦଳି କରାଯିବା ପରେ ଗଣିତ ଓ ବିଜ୍ଞାନ ବିଷୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି। ତେଣୁ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ କରିବାକୁ ସେମାନେ ଦାବି କରିଥିଲେ। ଗ୍ରାମ ସଭାପତି ସୁରେଶ ଚନ୍ଦ୍ର ବେହେରା, କଳାକାର ସିଂ, ପଞ୍ଚୁ ସିଂ, ଭଗବାନ ନାଏକ, ପରୀ ସିଂ, ସନ୍ଧ୍ୟାରାଣୀ ସିଂଙ୍କ ସମେତ ବହୁ ଅଭିଭାବକ, ଛାତ୍ରୀଛାତ୍ର ଧାରଣାରେ ବସିଥିଲେ। ଏ ନେଇ ସେମାନେ ବ୍ଲକ ଶିକ୍ଷାଧିକାରୀ (ବିଇଓ) ହରିହର ଦେହୁରୀଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ବିଇଓ କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପରେ ସମ୍ପୃକ୍ତ ଶିକ୍ଷକଙ୍କ ବଦଳିକୁ ସ୍ଥଗିତ ରଖାଯାଇଛି। ବ୍ଲକ ଉପାଧ୍ୟକ୍ଷ ଦୀପା ସାହୁ କହିଛନ୍ତି, ଗ୍ରାମର ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ବିଜ୍ଞାନ ଶିକ୍ଷକଙ୍କୁ ବଦଳି ନ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri