Posted inଜାତୀୟ

ଏକଜିଟ ପୋଲ ଆସିବା ପରେ ବଦଳିଗଲା ବଡ଼ ବଡ଼ କଂଗ୍ରେସ ନେତାଙ୍କ ସ୍ବର, କହିଲେ କିଛି ବି ହୋଇପାରେ

ନୂଆଦିଲ୍ଲୀ,୨।୬: ଏକଜିଟ ପୋଲ ପୂର୍ବାନୁମାନରେ ଭାଜପାର ବମ୍ପର ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ବର ବଦଳିଥିବା ଜଣାପଡିଛି। ପ୍ରତ୍ୟେକ ଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ଅଧିର ରଂଜନ କହିଛନ୍ତି ଯେ ନିର୍ବାଚନ ଫଳାଫଳରେ କିଛି ହୋଇପାରେ।

କଂଗ୍ରେସ ନେତା କହିଛନ୍ତି ଫଳାଫଳ କିଛି ବି ଆସିପାରେ, ମୁଁ ଜ୍ୟୋତିଷ ନୁହେଁ। ତେବେ ଅଧିର କହିଛନ୍ତି ଯେ ଲୋକମାନେ ମତ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାରଙ୍କ ଆଗରେ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
ସେ ଆହୁରି କହିଛନ୍ତି ଯେ ମୋଦିଙ୍କୁ ହଟାଇବା ପାଇଁ ଜନସାଧାରଣ ମତ ଦେଇଛନ୍ତି ଏବଂ ଦେଶବାସୀ ଏଥର ମୋଦିଙ୍କୁ କ୍ଷମତାରୁ ହଟାଇବେ।
ଏହା ସହିତ, କୌଣସି ଅନିୟମିତତା ନହେବାକୁ ଭୋଟ ଗଣିବା ସମୟରେ ପୂର୍ଣ୍ଣ ଯତ୍ନ ନେବାକୁ ତାଙ୍କ କର୍ମୀଙ୍କୁ ନିବେଦନ କରିଥିଲେ। ସେ କର୍ମୀଙ୍କୁ ଅପିଲ କରିଛନ୍ତି ଯେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ କିଛି ଭୁଲ ନ ହେଉ ଏବଂ ଆମେ ଠକାମି ଦ୍ୱାରା ପରାଜିତ ନ ହେଉ।
ସୂଚନାଯୋଗ୍ୟ, ବିଭିନ୍ନ ଏକଜିଟ ପୋଲରେ ଭାଜପାକୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦିଆଯାଇଛି। କେତେକ ଏକଜିଟ ସର୍ଭେ ଅନୁଯାୟୀ ଭାଜପା ୪୦୦ରୁ ଅଧିକ ସିଟ ଜିତିପାରେ। ଏଥିସହିତ ଇଣ୍ଡି ଆଲାଏନ୍ସକୁ ଏକ ବଡ ଝଟକା ଲାଗିପାରେ ବୋଲି ଆଶା କରାଯାଉଛି। ତେବେ କଂଗ୍ରେସ ଏହି ଏକଜିଟ ପୋଲକୁ ନକଲି ବୋଲି କହିଛି ଏବଂ ନିଜର ବିଜୟ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଜିଲା ସଭାପତି ଘୋଷଣା: ରାମଚନ୍ଦ୍ର ମେହେରଙ୍କୁ ବଡ଼ ଦାୟିତ୍ୱ

ସମ୍ବଲପୁର, ୫।୧(ପ୍ରମୋଦ ବହିଦାର): ରାମଚନ୍ଦ୍ର ମେହେର ସମ୍ବଲପୁର ଭାଜପା ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି। ଫଳରେ ଏହି ପଦବୀକୁ ନେଇ ଦୀର୍ଘ ଦିନରୁ ଲାଗି...

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା...

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’

ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri