Posted inଜାତୀୟ

ଏକଜିଟ ପୋଲ ଆସିବା ପରେ ବଦଳିଗଲା ବଡ଼ ବଡ଼ କଂଗ୍ରେସ ନେତାଙ୍କ ସ୍ବର, କହିଲେ କିଛି ବି ହୋଇପାରେ

ନୂଆଦିଲ୍ଲୀ,୨।୬: ଏକଜିଟ ପୋଲ ପୂର୍ବାନୁମାନରେ ଭାଜପାର ବମ୍ପର ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ବର ବଦଳିଥିବା ଜଣାପଡିଛି। ପ୍ରତ୍ୟେକ ଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ଅଧିର ରଂଜନ କହିଛନ୍ତି ଯେ ନିର୍ବାଚନ ଫଳାଫଳରେ କିଛି ହୋଇପାରେ।

କଂଗ୍ରେସ ନେତା କହିଛନ୍ତି ଫଳାଫଳ କିଛି ବି ଆସିପାରେ, ମୁଁ ଜ୍ୟୋତିଷ ନୁହେଁ। ତେବେ ଅଧିର କହିଛନ୍ତି ଯେ ଲୋକମାନେ ମତ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ସରକାରଙ୍କ ଆଗରେ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
ସେ ଆହୁରି କହିଛନ୍ତି ଯେ ମୋଦିଙ୍କୁ ହଟାଇବା ପାଇଁ ଜନସାଧାରଣ ମତ ଦେଇଛନ୍ତି ଏବଂ ଦେଶବାସୀ ଏଥର ମୋଦିଙ୍କୁ କ୍ଷମତାରୁ ହଟାଇବେ।
ଏହା ସହିତ, କୌଣସି ଅନିୟମିତତା ନହେବାକୁ ଭୋଟ ଗଣିବା ସମୟରେ ପୂର୍ଣ୍ଣ ଯତ୍ନ ନେବାକୁ ତାଙ୍କ କର୍ମୀଙ୍କୁ ନିବେଦନ କରିଥିଲେ। ସେ କର୍ମୀଙ୍କୁ ଅପିଲ କରିଛନ୍ତି ଯେ ଆମକୁ ଧ୍ୟାନ ଦେବାକୁ ପଡ଼ିବ ଯେ କିଛି ଭୁଲ ନ ହେଉ ଏବଂ ଆମେ ଠକାମି ଦ୍ୱାରା ପରାଜିତ ନ ହେଉ।
ସୂଚନାଯୋଗ୍ୟ, ବିଭିନ୍ନ ଏକଜିଟ ପୋଲରେ ଭାଜପାକୁ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦିଆଯାଇଛି। କେତେକ ଏକଜିଟ ସର୍ଭେ ଅନୁଯାୟୀ ଭାଜପା ୪୦୦ରୁ ଅଧିକ ସିଟ ଜିତିପାରେ। ଏଥିସହିତ ଇଣ୍ଡି ଆଲାଏନ୍ସକୁ ଏକ ବଡ ଝଟକା ଲାଗିପାରେ ବୋଲି ଆଶା କରାଯାଉଛି। ତେବେ କଂଗ୍ରେସ ଏହି ଏକଜିଟ ପୋଲକୁ ନକଲି ବୋଲି କହିଛି ଏବଂ ନିଜର ବିଜୟ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri