ଜିଦ୍‌ରେ ଅଟଳ ଗୌଡ଼ବନ୍ଧ ବସ୍ତିବାସିନ୍ଦା

ବ୍ରହ୍ମପୁର ଅଫିସ,୧୬ା୧୦: ବ୍ରହ୍ମପୁର ମହାନଗର ନିଗମ ୩୭ ନଂ.ୱାର୍ଡ ଅନ୍ତର୍ଗତ ଗୌଡବନ୍ଧ ବସ୍ତି ବାସିନ୍ଦା ବୁଧବାରଠାରୁ ଉଚ୍ଛେଦ ପରେ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବସ୍ତି ବାସିନ୍ଦା ବର୍ତ୍ତମାନ ରହୁଥିବା ସ୍ଥାନରେ ଘର ଦେବା ପାଇଁ ଦାବି କରିଛନ୍ତି। ଏପରିକି ଉକ୍ତ ଦାବିକୁ ନେଇ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୩ ତାରିଖରେ ଧାରଣା ଓ ପ୍ରତିବାଦ କରିଥିଲେ। କିନ୍ତୁ ବିଏମ୍‌ସି ପକ୍ଷରୁ ଗୌଡବନ୍ଧ ବସ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିୟମ(ଏନ୍‌ଜିଟି) ବଳରେ ଭଙ୍ଗାଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ବସ୍ତିରେ ରହୁଥିବା ୧୦୯ ପରିବାରଙ୍କୁ ନେହେରୁନଗର ଓ ଆଇନା ବନ୍ଧ ସାହି ସ୍ଥିତ ରାଜୀବ ଆବାସ ଯୋଜନା ଆପାର୍ଟମେଣ୍ଟରେ ସେମାନଙ୍କ ନାମରେ ଆବଣ୍ଟନ ପତ୍ର ମଧ୍ୟ ହୋଇଛି। ଏଣୁ ବସ୍ତି ବାସିନ୍ଦାମାନେ ଆବଣ୍ଟନ ପତ୍ର ବିଏମ୍‌ସି କାର୍ଯ୍ୟାଳୟରୁ ଗ୍ରହଣ କରି ରାଜୀବ ଆବାସ ଆପାର୍ଟମେଣ୍ଟ୍‌କୁ ସ୍ଥାନାନ୍ତର ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ବସ୍ତି ବାସିନ୍ଦା ନିଜ ଜିଦ୍‌ରେ ଅଟଳ ରହିବା ସହ ଭଙ୍ଗା ଦଦରା ଘରେ ପଲିଥିନ୍‌ ଟାଣି ଜୀବନ ଅତିବାହିତ କରୁଛନ୍ତି।

୪ ଦିନ ହେଲା ଏଭଳି ଖୋଲା ଆକାଶ ତଳେ ନିଜ ପରିବାର ସହ ଛୋଟ ଶିଶୁଙ୍କୁ ଧରି ରହୁଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ବିଏମ୍‌ସି ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଡେପୁଟି କମିଶନର ଆଶୀର୍ବାଦ ପରିଡା, ନୋଡାଲ ଗୋଷ୍ଠୀ ସଂଯୋଜିକା ଗୀତାଞ୍ଜଳି ସାମନ୍ତରାୟ ଓ ସ୍ମିତା ଦାଶ ଘଟଣାସ୍ଥଳକୁ ଯାଇ ବସ୍ତି ବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ। ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସ ଆପାର୍ଟମେଣ୍ଟକୁ ଯିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଜିଦରେ ଅଟଳ ରହିବା ସହ ବସ୍ତିରେ ହିଁ ଘର ପ୍ରଦାନ ପାଇଁ ଦାବି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଶନିବାର ପୂର୍ବାହ୍ନରେ ଗୋଷାଣୀନୂଆଗଁା ଥାନାରେ ମଧ୍ୟ ବସ୍ତି ବାସିନ୍ଦାଙ୍କୁ ଡକାଯାଇ ବିଏମ୍‌ସି କର୍ତ୍ତୃପକ୍ଷ ବୁଝାଶୁଝା କରିଥିଲେ। ତଥାପି ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନର ବାଟ ଫିଟି ନାହିଁ।

ଅନ୍ୟପଟେ ବସ୍ତି ବାସିନ୍ଦାଙ୍କ କହିବା ମୁତାବକ, ରାଜୀବ ଆବାସ ଆପାର୍ଟମେଣ୍ଟରେ ପ୍ରଦାନ କରାଯାଇଥିବା ଗୃହଗୁଡିକ ଛୋଟ ରହିଛି। ଯେଉଁଠାରେ ଏକ ବଡ ପରିବାର ବସବାସ କରିବା ସମ୍ଭବପର ନୁହେଁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ନୋଡାଲ ଗୋଷ୍ଠୀ ସଂଯୋଜିକା ସ୍ମିତା ଦାଶଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ଲୋକଙ୍କୁ ବୁଝାଶୁଝା ପ୍ରକ୍ରିୟା ଜାରି ରହିଛି। ଖୁବ ଶୀଘ୍ର ସେମାନେ ରାଜୀବ ଆବାସ ଆପାର୍ଟମେଣ୍ଟକୁ ସ୍ଥାନାନ୍ତର ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବାଙ୍କି , ୯।୨( ଶୁଭେନ୍ଦୁ ମହାପାତ୍ର): ଆଇସକ୍ରିମ୍‌ ଖାଇ ୧୮ ପିଲା ଅସୁସ୍ଥ । ଏଭଳି ଘଟଣା ବାଙ୍କି ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ପଞ୍ଚାୟତସ୍ଥିତ କୁମୁସର…

ସ୍କୁଟିକୁ ପିଟିଲା କାର: ୭ ଗୁରୁତର

ବାରିପଦା,୯।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ଉପକଣ୍ଠ ବେତନଟୀ ଥାନା  ଅଧିନ ୧୮ନଂ ଜାତୀୟ ରାଜପଥ ବୁଢ଼ୀଖମାରଠାରେ ଏକ ଦୁର୍ଘଟଣା ଘଟିଛି । ସୋମବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri