ଜିଦ୍‌ରେ ଅଟଳ ଗୌଡ଼ବନ୍ଧ ବସ୍ତିବାସିନ୍ଦା

ବ୍ରହ୍ମପୁର ଅଫିସ,୧୬ା୧୦: ବ୍ରହ୍ମପୁର ମହାନଗର ନିଗମ ୩୭ ନଂ.ୱାର୍ଡ ଅନ୍ତର୍ଗତ ଗୌଡବନ୍ଧ ବସ୍ତି ବାସିନ୍ଦା ବୁଧବାରଠାରୁ ଉଚ୍ଛେଦ ପରେ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବସ୍ତି ବାସିନ୍ଦା ବର୍ତ୍ତମାନ ରହୁଥିବା ସ୍ଥାନରେ ଘର ଦେବା ପାଇଁ ଦାବି କରିଛନ୍ତି। ଏପରିକି ଉକ୍ତ ଦାବିକୁ ନେଇ ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଗତ ୧୩ ତାରିଖରେ ଧାରଣା ଓ ପ୍ରତିବାଦ କରିଥିଲେ। କିନ୍ତୁ ବିଏମ୍‌ସି ପକ୍ଷରୁ ଗୌଡବନ୍ଧ ବସ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିୟମ(ଏନ୍‌ଜିଟି) ବଳରେ ଭଙ୍ଗାଯାଇଥିବା ସ୍ପଷ୍ଟୀକରଣ ଦେଇଛନ୍ତି। ବସ୍ତିରେ ରହୁଥିବା ୧୦୯ ପରିବାରଙ୍କୁ ନେହେରୁନଗର ଓ ଆଇନା ବନ୍ଧ ସାହି ସ୍ଥିତ ରାଜୀବ ଆବାସ ଯୋଜନା ଆପାର୍ଟମେଣ୍ଟରେ ସେମାନଙ୍କ ନାମରେ ଆବଣ୍ଟନ ପତ୍ର ମଧ୍ୟ ହୋଇଛି। ଏଣୁ ବସ୍ତି ବାସିନ୍ଦାମାନେ ଆବଣ୍ଟନ ପତ୍ର ବିଏମ୍‌ସି କାର୍ଯ୍ୟାଳୟରୁ ଗ୍ରହଣ କରି ରାଜୀବ ଆବାସ ଆପାର୍ଟମେଣ୍ଟ୍‌କୁ ସ୍ଥାନାନ୍ତର ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ବସ୍ତି ବାସିନ୍ଦା ନିଜ ଜିଦ୍‌ରେ ଅଟଳ ରହିବା ସହ ଭଙ୍ଗା ଦଦରା ଘରେ ପଲିଥିନ୍‌ ଟାଣି ଜୀବନ ଅତିବାହିତ କରୁଛନ୍ତି।

୪ ଦିନ ହେଲା ଏଭଳି ଖୋଲା ଆକାଶ ତଳେ ନିଜ ପରିବାର ସହ ଛୋଟ ଶିଶୁଙ୍କୁ ଧରି ରହୁଛନ୍ତି। ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ବିଏମ୍‌ସି ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଡେପୁଟି କମିଶନର ଆଶୀର୍ବାଦ ପରିଡା, ନୋଡାଲ ଗୋଷ୍ଠୀ ସଂଯୋଜିକା ଗୀତାଞ୍ଜଳି ସାମନ୍ତରାୟ ଓ ସ୍ମିତା ଦାଶ ଘଟଣାସ୍ଥଳକୁ ଯାଇ ବସ୍ତି ବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ। ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସ ଆପାର୍ଟମେଣ୍ଟକୁ ଯିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ସେମାନେ ଜିଦରେ ଅଟଳ ରହିବା ସହ ବସ୍ତିରେ ହିଁ ଘର ପ୍ରଦାନ ପାଇଁ ଦାବି କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ଶନିବାର ପୂର୍ବାହ୍ନରେ ଗୋଷାଣୀନୂଆଗଁା ଥାନାରେ ମଧ୍ୟ ବସ୍ତି ବାସିନ୍ଦାଙ୍କୁ ଡକାଯାଇ ବିଏମ୍‌ସି କର୍ତ୍ତୃପକ୍ଷ ବୁଝାଶୁଝା କରିଥିଲେ। ତଥାପି ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନର ବାଟ ଫିଟି ନାହିଁ।

ଅନ୍ୟପଟେ ବସ୍ତି ବାସିନ୍ଦାଙ୍କ କହିବା ମୁତାବକ, ରାଜୀବ ଆବାସ ଆପାର୍ଟମେଣ୍ଟରେ ପ୍ରଦାନ କରାଯାଇଥିବା ଗୃହଗୁଡିକ ଛୋଟ ରହିଛି। ଯେଉଁଠାରେ ଏକ ବଡ ପରିବାର ବସବାସ କରିବା ସମ୍ଭବପର ନୁହେଁ ବୋଲି ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ନୋଡାଲ ଗୋଷ୍ଠୀ ସଂଯୋଜିକା ସ୍ମିତା ଦାଶଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ଲୋକଙ୍କୁ ବୁଝାଶୁଝା ପ୍ରକ୍ରିୟା ଜାରି ରହିଛି। ଖୁବ ଶୀଘ୍ର ସେମାନେ ରାଜୀବ ଆବାସ ଆପାର୍ଟମେଣ୍ଟକୁ ସ୍ଥାନାନ୍ତର ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri