ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ର ସିଲ୍‌

ଆର.ଉୟଦଗିରି,୧୧ା୭(ଡି.ଏନ.ଏ.)- ଆର୍‌.ଉଦୟଗିରି ବ୍ଲକରେ ଶୁକ୍ରବାର ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଲାଗଡ଼ ସଙ୍ଗରୋଧ କେନ୍ଦ୍ରରୁ ୩ ଏବଂ ଆର୍‌.ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଆୟୁଷ ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟଜଣେ ହୋମଗାର୍ଡ ରହିଛନ୍ତି। ଡାକ୍ତରଙ୍କୁ କରୋନା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ୪୮ ଘଣ୍ଟା ପାଇଁ ସିଲ୍‌ କରିଦିଆଯାଇଛି। ଏହି ୩ କରୋନା ଯୋଦ୍ଧାଙ୍କ ସଂସ୍ପର୍ଶରେ ଗ୍ରାମର ବହୁ ଲୋକ ଆସିଛନ୍ତି। ଡାକ୍ତର ଜଣକ କ୍ଲିକିନ୍‌ କରିଥିବାବେଳେ ସ୍ବାସ୍ଥ୍ୟକର୍ମୀ ମେଡିକାଲ ଷ୍ଟୋର କରିଛନ୍ତି। ସେଠାକୁ ବହୁ ଲୋକ ଯାଉଥିଲେ। ହୋମ୍‌ଗାର୍ଡ ଜଣକ ପୋଲିସ ଗାଡି ଚଳାଉଥିଲେ। ଏମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।

Share