ମା’ଙ୍କ ମୃତ୍ୟୁ ପରେ ନିରାଶ୍ରୟ ହୋଇଗଲେ ତିନି ଝିଅ

କୁଡୁମୁଲୁଗୁମ୍ମା,୧୨ା୯(ଡି.ଏନ.ଏ.): ମାଲାକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତର ତାଗାବେଡା ଗ୍ରାମରେ ଗୋଟିଏ ପରିବାରର ୩ ଭଉଣୀ ନିରାଶ୍ରୟ ହୋଇପଡିଛନ୍ତି। ସେମାନେ ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତମାସରେ ମା’ ଛନକି ଶିଶାଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ପରିବାରର ପିଓକି ଶିଷା (୧୭) ଓ ସାବିତ୍ରୀ ଶିଷା (୧୫) ଓ ଗୁରୁବାରୀ ଶିଷା (୧୨)ଅସହାୟ ହୋଇପଡି ବେସାହାରା ହୋଇଯାଇଛନ୍ତି। ସେମାନଙ୍କ ଅସହାୟତାର ସୁଯୋଗ ନେଇ ନିକଟସ୍ଥ ବେଲଗୁଡା ଗ୍ରାମର କେତେଜଣ ଦୁର୍ବୁତ୍ତ ସେମାନଙ୍କ ଘର ପାଖକୁ ଆସି ବିଭିନ୍ନ ପ୍ରକାର ଧମକଚମକ ଦେଉଛନ୍ତି ଏପରିକି ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ସେମାନଙ୍କ ଘରେ ନିଆଁ ଲଗାଇ ଦେଇଥିବା ପିଓକି କହିଛନ୍ତି। ଗ୍ରାମର ଅଧିକାଂଶ ପରିବାର ଚାଉଳ ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବାରୁ ଅନ୍ୟକେହି ଦୁର୍ବୃତ୍ତମାନଙ୍କୁ ବିରୋଧ କରିବାକୁ ସାହସ କଲେ ନାହିଁ ବୋଲି ପିଓକି ପ୍ରକାଶ କରିଛନ୍ତି। ଜୀବନରେ ମାରିଦେବାକୁ ଧମକ ଦେଇଥିଲେ, କିନ୍ତୁ ସେହି ସମୟରେ ଗାଁ ଗାଁର ଅଧିକାଂଶ ଲୋକ ରାସବେଡା ଗ୍ରାମ ପଞ୍ଚାୟତ କୁ ଚାଉଳ ଆଣିବାକୁ ଯାଇଥିବା ଯୋଗୁଁ ଅନ୍ୟ କେହି ଦୁର୍ବୁର୍ତ୍ତ ମାନଙ୍କ ବିରୋଧ କରିବାକୁ ସାହସ କରିନଥିଲେ ବୋଲି ପିଓକି ପ୍ରକାଶ କରିଛନ୍ତି। ଦୁଇ ବଡ ଭଉଣୀ ଗ୍ରାମର ସମାଜିକ କର୍ମୀ ଘାସିରାମ ଗୁଟ୍ଟାଓଙ୍କୁ ସବୁକଥା ଜଣାଇ ତାଙ୍କ ମାଧ୍ୟମରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏହି ୩ ଭଉଣୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ସେମାନଙ୍କୁ ଥଇଥାନ କରିବା ଲାଗି ସାଧାରଣରେ ଦାବି ହେଉଛି।