ମା’ଙ୍କ ମୃତ୍ୟୁ ପରେ ନିରାଶ୍ରୟ ହୋଇଗଲେ ତିନି ଝିଅ

କୁଡୁମୁଲୁଗୁମ୍ମା,୧୨ା୯(ଡି.ଏନ.ଏ.): ମାଲାକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡା ପଞ୍ଚାୟତର ତାଗାବେଡା ଗ୍ରାମରେ ଗୋଟିଏ ପରିବାରର ୩ ଭଉଣୀ ନିରାଶ୍ରୟ ହୋଇପଡିଛନ୍ତି। ସେମାନେ ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ବେଳେ ଗତମାସରେ ମା’ ଛନକି ଶିଶାଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ପରିବାରର ପିଓକି ଶିଷା (୧୭) ଓ ସାବିତ୍ରୀ ଶିଷା (୧୫) ଓ ଗୁରୁବାରୀ ଶିଷା (୧୨)ଅସହାୟ ହୋଇପଡି ବେସାହାରା ହୋଇଯାଇଛନ୍ତି। ସେମାନଙ୍କ ଅସହାୟତାର ସୁଯୋଗ ନେଇ ନିକଟସ୍ଥ ବେଲଗୁଡା ଗ୍ରାମର କେତେଜଣ ଦୁର୍ବୁତ୍ତ ସେମାନଙ୍କ ଘର ପାଖକୁ ଆସି ବିଭିନ୍ନ ପ୍ରକାର ଧମକଚମକ ଦେଉଛନ୍ତି ଏପରିକି ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇ ସେମାନଙ୍କ ଘରେ ନିଆଁ ଲଗାଇ ଦେଇଥିବା ପିଓକି କହିଛନ୍ତି। ଗ୍ରାମର ଅଧିକାଂଶ ପରିବାର ଚାଉଳ ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବାରୁ ଅନ୍ୟକେହି ଦୁର୍ବୃତ୍ତମାନଙ୍କୁ ବିରୋଧ କରିବାକୁ ସାହସ କଲେ ନାହିଁ ବୋଲି ପିଓକି ପ୍ରକାଶ କରିଛନ୍ତି। ଜୀବନରେ ମାରିଦେବାକୁ ଧମକ ଦେଇଥିଲେ, କିନ୍ତୁ ସେହି ସମୟରେ ଗାଁ ଗାଁର ଅଧିକାଂଶ ଲୋକ ରାସବେଡା ଗ୍ରାମ ପଞ୍ଚାୟତ କୁ ଚାଉଳ ଆଣିବାକୁ ଯାଇଥିବା ଯୋଗୁଁ ଅନ୍ୟ କେହି ଦୁର୍ବୁର୍ତ୍ତ ମାନଙ୍କ ବିରୋଧ କରିବାକୁ ସାହସ କରିନଥିଲେ ବୋଲି ପିଓକି ପ୍ରକାଶ କରିଛନ୍ତି। ଦୁଇ ବଡ ଭଉଣୀ ଗ୍ରାମର ସମାଜିକ କର୍ମୀ ଘାସିରାମ ଗୁଟ୍ଟାଓଙ୍କୁ ସବୁକଥା ଜଣାଇ ତାଙ୍କ ମାଧ୍ୟମରେ କୁଡୁମୁଲୁଗୁମ୍ମା ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଏହି ୩ ଭଉଣୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ସେମାନଙ୍କୁ ଥଇଥାନ କରିବା ଲାଗି ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଆତ୍ମବିଶ୍ୱାସ ଥିଲେ ସଫଳତା ମିଳେ’

ଆରଡ଼ି,୧୯।୩(ଡି.ଏନ.ଏ.)-କଥାରେ ଅଛି ‘ଚାଷ ଅଛି ଯାହାର, କେତେ ସୁଖ ତାହାର’। ପିଲାଦିନୁ ପଢ଼ିଥିବା ଏହି ଉକ୍ତିକୁ ପ୍ରମାଣିତ କରିବାକୁ ସେ ସ୍ବପ୍ନ ଦେଖିଥିଲେ। ବାଧ୍ୟବାଧ୍ୟକତାରେ ଯୁକ୍ତ...

ହାତୀ ଆକ୍ରମଣରେ ମହିଳାଙ୍କ ଜୀବନଗଲା

ବେତନଟୀ,୨୭।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ମେରଦା ଜଙ୍ଗଲ ନିକଟ କୁସୁମପୁର ଗ୍ରାମର ଜଣେ ମହିଳାଙ୍କ ବୁଧବାର ସକାଳେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି।...

ଶୁଖୁଆ ହାଟ ହେବ ହୋଲ୍‌ସେଲ ମାର୍କେଟ

ଗଞ୍ଜାମ,୨୩ା୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ନିକଟସ୍ଥ ଶୁଖୁଆ ହାଟ ପଡ଼ିଆରେ ନିର୍ମାଣ ହେବ ଆଧୁନିକ ହୋଲ୍‌ସେଲ୍‌ ମାର୍କେଟ। ଯାହାକୁ ନେଇ ଛତ୍ରପୁର ବିଧାୟକ ସୁବାସ...

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାରିପଦା ଅଫିସ, ୩୦ା୭-ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲା ସଦର ମହକୁମା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଅବବାହିକାରେ ଅବସ୍ଥିତ ଅନେକ ଗଁାଗଣ୍ଡା...

ଧସିଲା ଆପ୍ରୋଚ୍‌ ରୋଡ୍‌, ଯାତାୟାତ ବନ୍ଦ

ବରୀ,୨୮ା୫(ଡି.ଏନ୍‌.ଏ.): ଦୁଧେଇ ନଦୀ ଉପରେ ଥିବା ଯାଜପୁର ଜିଲା ବରୀ ବ୍ଲକ ଅଧୀନ ଡିହସାହି ସେତୁର ଆପ୍ରୋଚ ରୋଡ୍‌ ବାତ୍ୟା ୟାସ୍‌ ପ୍ରଭାବରେ ଧସିପଡ଼ିଛି। ଫଳରେ...

ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ଭଦ୍ରକ ଅଫିସ, ୨୦।୧୨: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପକ୍ଷ ଅପରପକ୍ଷଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ...

ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ପୁରୀ ଅଫିସ, ୧୬।୧୨:ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ। ଏ ନେଇ ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

କୋର୍ଟଙ୍କ ନିର୍ଦ୍ଦେଶରେ ସଞ୍ଜୟ, ପ୍ରଣବଙ୍କ ନାଁରେ ମାମଲା

ନବରଙ୍ଗପୁର,୨୩ା୫(ବି.ପ୍ର.): ଭାଜପା କର୍ମକର୍ତ୍ତା ଓ କର୍ମୀଙ୍କୁ ଗୋଇଠା ମାରିବା ଏବଂ ମହିଳାମାନଙ୍କୁ ଠେଲାପେଲା କରି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ...

Advertisement
Archives

Model This Week