Categories: ଜାତୀୟ

ଜାମିନ ପରେ ପ୍ରତିକ୍ରିୟା ରଖିଲେ ପୱନ, କହିଲେ ମୋର ନ୍ୟାୟାଳୟ ଉପରେ ବିଶ୍ୱାସ ଅଛି…

ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ଆସାମ ପୋଲିସ ଗିରଫ କରିଥିଲା। ଏନେଇ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ପୱନଙ୍କ ଜାମିନ ଆବେଦନ କରାଯାଇଥିଲା। ସୁପ୍ରିମକୋର୍ଟ ପୱନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଦିଲ୍ଲୀର ଦ୍ୱାରକା କୋର୍ଟ ମଧ୍ୟ ତାଙ୍କୁ ଜାମିନ ପ୍ରଦାନ କରିଛି।

ଜାମିନ ପାଇବା ପରେ ପୱନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସତ୍ୟ ପାଇଁ ଅନେକ ଥର ସଂଘର୍ଷ କରିବାକୁ ପଡିବ। ମୁଁ ମଧ୍ୟ କରୁଛି ଏବଂ ମୋର ନେତା ରାହୁଲ ଗାନ୍ଧୀ ମଧ୍ୟ ସଂଘର୍ଷ କରୁଛନ୍ତି। ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି। ସେ ଆହୁରି କହିଛନ୍ତି, ଏଫଆଇଆର କପି ଏବଂ ନୋଟିସ ନ ଦେଇ ବେଆଇନ ଭାବେ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ମୋର ନ୍ୟାୟ ଉପରେ ବିଶ୍ୱାସ ଅଛି ଯେଉଁଥିପାଇଁ ଆଜି ମୋର ସ୍ବାଧୀନତାର ରକ୍ଷା ହୋଇପାରିଛି। ନିର୍ଭୀକତା ସହିତ ରାହୁଲ ଗାନ୍ଧୀ ସାମ୍ବିଧାନିକ ମୂଲ୍ୟବୋଧକୁ ବଞ୍ଚାଇବା ପାଇଁ ଲଢୁଛନ୍ତି ମୁଁ ଏଥିରେ ସମସ୍ତ ଉଦ୍ୟମ କରିବି। ବର୍ତ୍ତମାନ କଂଗ୍ରେସ ଅଧିବେଶନ ପାଇଁ ସେ ରାୟପୁର ଯାଉଥିବା ନେଇ କହିଛନ୍ତି।

Share