ଅପହରଣ ପରେ ମୁଣ୍ଡ ଜାମିନ ରଖି ଟଙ୍କା ଦାବି

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଯୁବକଙ୍କୁ ରାସ୍ତାରୁ ଅପହରଣ ପରେ ଏକ ଘରେ ମୁଣ୍ଡଜାମିନ ରଖି ନିର୍ଯାତନା ଦେବା ସହ ଟଙ୍କା ଦାବି କରିଥିଲେ ଅପହର୍ତ୍ତା। ଖବର ପାଇ ଖଣ୍ଡଗିରି ଥାନା ପୋଲିସ ଯଦୁପୁରରେ ଚଢ଼ାଉ କରି ଉକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ୨ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆର ସେକ୍‌ ରାଜୁ (୨୪) ଓ ସେକ ନାଜିମ (୨୯)। ଏନେଇ ପୋଲିସ ମାମଲା (ନଂ.୨୧୭/୨୨) ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରିଛି।
ପୋଲିସ ସୂଚନାନୁଯାୟୀ, ଅପହୃତ ଯୁବକ ହେଲେ ଜାଗମରା ଉପରସାହିର ଆଦିତ୍ୟ ରାଜ୍‌ ଜେନା। ଗତ ୨୮ ତାରିଖରେ ସେ ତାଙ୍କ ସାଙ୍ଗଙ୍କ ସହିତ ହୋଟେଲ ରାଜବୋଗାର ଆଗରେ ଛିଡା ହୋଇଥିଲେ। ଏହି ସମୟରେ ଦୁଇ ଅଭିଯୁକ୍ତ ରାଜୁ ଓ ନାଜିମ କାରରେ ଆସି ତାଙ୍କୁ ବଳପୂର୍ବକ କାର ଭିତରକୁ ଟାଣି ନେଇ ଅପହରଣ କରିନେଇଥିଲେ। ଏହାପରେ ତାଙ୍କୁ ଯଦୁପୁର ଗ୍ରାମକୁ ନେଇ ଏକ କୋଠରିରେ ରଖି ଖଣ୍ଡା ଓ ବାଡିରେ ଆକ୍ରମଣ କରିବା ସହ ନଗଦ ୫୦ ହଜାର ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନ ଥିବାରୁ ଅଭିଯୁକ୍ତଦ୍ୱୟ ତାଙ୍କ ସାଙ୍ଗ ସୁରଜଙ୍କୁ ଫୋନ କରି ଟଙ୍କା ଦାବି କରିଥିଲେ। ନଚେତ୍‌ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଏନେଇ ସୁରଜ ଖଣ୍ଡଗିରି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ଅପହୃତ ଆଦିତ୍ୟଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିବା ସହ ୨ ଅପହରଣକାରୀଙ୍କୁ ଗିରଫ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri