ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଏକ ଏପରି ପରିବାରରୁ ଥିଲେ ଯିଏ ସିନେମା ଇତିହାସରେ ତାଙ୍କର ଅବଦାନ ପାଇଁ ସର୍ବଦା ଜଣାଶୁଣା। ଜାଣନ୍ତୁ ରିଷିଙ୍କ ସହ ଜଡିତ କିଛି ବିଶେଷ କଥା। ଥରେ ତାଙ୍କୁ ଚକୋଲେଟ୍‌ ଦେଇ ଶୁଟିଂ କରିବାକୁ ପ୍ରବର୍ତ୍ତାଯାଇଥିଲା।

ଅଧିକାଂଶ ଲୋକ ଭାବନ୍ତି ରିଷିଙ୍କ ପ୍ରଥମ ଫିଲ୍ମ ‘ମେରା ନାମ ଜୋକର’ ମାତ୍ର ତାହା ନୁହେଁ ‘ଶ୍ରୀ ୪୨୦’ଫିଲ୍ମରେ ସେ ଶିଶୁ କଳାକାର ଭାବରେ କାମ କରିଥିଲେ ।ଏହି ଫିଲ୍ମର ଗୀତ ‘ପ୍ୟାର୍‌ ହୁଆ ଇକ୍‌ ରାର୍‌ ହୁଆ’, ଯେଉଁଥିରେ ରାଜ କପୁର ଏବଂ ନର୍ଗିସଙ୍କ ମଧ୍ୟରେ ରୋମାନ୍ସ ଶୁଟିଂ ଚାଲିଥିଲା। ଏହି ଗୀତର ମଝିରେ ତିନି ପିଲା ପରସ୍ପରର ହାତ ଧରିଥିବାର ଦେଖାଯାଏ ଏବଂ ସେଥିରୁ ସବୁଠୁ ସାନ ଥିଲେ ରିଷି। ଦୃଶ୍ୟରେ ଦେଖାଯାଇଥିବା ଅନ୍ୟ ପିଲାମାନେ ତାଙ୍କ ଭଉଣୀ ଭାଇ ।

ଏହି ସିନ୍‌ ପାଇଁ ନର୍ଗିସ ତାଙ୍କୁ ଚକୋଲେଟ୍‌ ଦେଇଥିଲେ ପରେ ସେ ବର୍ଷାରେ ଭିଜୁଥିବା ଏହି ଦୃଶ୍ୟ କରିବାକୁ ପ୍ରସ୍ତୁତ ହେଲେ। ଏକଦା ସେ ଦୃଶ୍ୟର ଶୁଟିଂ ପଛରେ ମଜାଳିଆ କାହାଣୀ କହିଥିଲେ।

ରିଷି କହିଥିଲେ, ଏହି ଦୃଶ୍ୟ ଦେଖିବା ସହଜ ଥିଲା କିନ୍ତୁ ଶୁଟିଂ କଷ୍ଟକର । ଏହି ଦୃଶ୍ୟ ବର୍ଷାରେ ଶୁଟ ହୋଇଥିଲା, ଯେତେବେଳେ ମୁଁ ଚାଲିବା ଆରମ୍ଭ କଲି, ମୋ ମୁହଁରେ ପାଣି ପଡ଼ିଲା। ସେତେବେଳେ ମୁଁ କାନ୍ଦିବାକୁ ଲାଗିଲି ଏବଂ ଆଖି ବନ୍ଦ କରିଦେଲି। ତା’ପରେ ପୁରା ଶୁଟିଂ ବନ୍ଦ ହୋଇଗଲା ଏବଂ ନର୍ଗିସ ଜି ମୋ ପାଖକୁ ଆସିଲେ। ସେ କହିଥିଲେ ମୁଁ ତୁମକୁ ଚକୋଲେଟ୍‌ ଦେବି। ସେହି ସମୟରେ, ଚକୋଲେଟ୍‌ ବଦଳରେ ମୁଁ ମୋ ଜୀବନର ପ୍ରଥମ ଶଟ୍‌ ଦେଇ ବର୍ଷାରେ ଶୁଟିଂ କଲି। ଏହି ସିନ୍‌ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା କାରଣ ପାପାଙ୍କ ଫିଲ୍ମରେ ଏହା ମୋର ପ୍ରଥମ ସିନ୍‌ ଥିଲା ।

Share