ଶପଥ ନେବା ପରେ ବିଶ୍ୱର ଏହି ଶକ୍ତିଶାଳୀ ନେତାଙ୍କୁ ଫୋନ କରିବେ ଟ୍ରମ୍ପ, କରିବେ ବଡ଼ ଘୋଷଣା!

ଓ୍ବାଶିଂଟନ୍‌,୨୦।୧: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ସୋମବାର ଶପଥ ଗ୍ରହଣ କରିବେ। ଶପଥ ଉତ୍ସବକୁ ବହୁ ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତି, ବ୍ୟବସାୟୀ ଏବଂ ଗଣମାଧ୍ୟମ ତାରକାଙ୍କ ସମେତ ଦେଶବିଦେଶରୁ ଅନେକ ହଜାର ବ୍ୟକ୍ତିବିଶେଷ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ତେବେ ଶପଥ ଉତ୍ସବ ବେଳେ କେତେକ ଅପ୍ରୀତିକର ସ୍ଥିତି ଉପୁଜିବା ଟ୍ରମ୍ପ ପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷକରି ମୁସଲମାନ ସମ୍ପ୍ରଦାୟର ଶରଣାର୍ଥୀ ଓ ଆପ୍ରବାସୀମାନେ ଓ୍ବାଶିଂଟନ ଡିସିରେ ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଓ୍ବାଶିଂଟନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥଗ୍ରହଣ ପାଇଁ ଟ୍ରମ୍ପ ଶନିବାର ସଂଧ୍ୟାରେ ଓ୍ବାଶିଂଟନରେ ପହଞ୍ଚତ୍ଛନ୍ତି।

ତେବେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶପଥ ନେବା ପରେ ଟ୍ରମ୍ପ ଜଣେ ଶକ୍ତିଶାଳୀ ଦେଶର ନେତାଙ୍କ ସହ ଫୋନରେ କଥା ହେବେ। ଋଷିଆ ସହ ୟୁକ୍ରେନ ଯୁଦ୍ଧ ବିରାମ ନେଇ ଟ୍ରମ୍ପ ପୁଟିନଙ୍କ ସହ କଥାହେବେ। ୮୨ ବର୍ଷୀୟ ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତରାଧିକାରୀ ଭାବେ ୭୮ ବର୍ଷୀୟ ଟ୍ରମ୍ପ ମଙ୍ଗଳବାର ହ୍ବାଇଟ ହାଉସରେ ଅବସ୍ଥାପିତ ହେବେ। ତେବେ ତାଙ୍କର ବିଭିନ୍ନ ନୀତିକୁ ବହୁ ଆମେରିକୀୟ ବିରୋଧ କରୁଛନ୍ତି। ପିପୁଲ୍ସ ମାର୍ଚ୍ଚ ବ୍ୟାନରରେ ସାକ୍ଷୀ ଫର୍‌ ସାଉଥ ଏସିଆନ ସର୍ଭାଇଭର୍ସ ସମେତ ଅଣଲାଭଦାୟକ ସଂସ୍ଥାଗୁଡ଼ିକ ପକ୍ଷରୁ ବିକ୍ଷୋଭ କରାଯାଇଛି। ୨୦୧୬ରେ ଟ୍ରମ୍ପ ଜିତିବା ପରେ ୨୦୧୭ରେ ଶପଥ ଗ୍ରହଣ ପୂର୍ବରୁ ହୋଇଥିବା ଅନୁରୂପ ବିକ୍ଷୋଭ ଶୋଭାଯାତ୍ରାକୁ ଓ୍ବମେନ୍ସ ମାର୍ଚ୍ଚ କୁହାଯାଉଥିବାବେଳେ ଏଥରର ବିକ୍ଷୋଭକୁ ପିପୁଲ୍ସ ମାର୍ଚ୍ଚ ଭାବେ ନାମିତ କରାଯାଇଛି। ବିକ୍ଷୋଭକାରୀମାନେ ଟ୍ରମ୍ପ ବିରୋଧୀ ବ୍ୟାନର ଓ ପୋଷ୍ଟର ଧରି ପରବର୍ତ୍ତୀ ରାଷ୍ଟ୍ରପତି ଓ ତାଙ୍କ ଘନିଷ୍ଠ ସମର୍ଥକମାନଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭକାରୀ ସଂଗଠନ ମଧ୍ୟରେ ଆବର୍ସନ ଆକ୍ସନ ନାଓ, ଟାଇମ ଟୁ ଆକ୍ଟ, ସିଷ୍ଟରସଙ୍ଗ, ଓ୍ବମେନ୍ସ ମାର୍ଚ୍ଚ, ପପୁଲାର ଡେମୋକ୍ରାସି ଇନ ଆକ୍ସନ, ହାରିଏଟ୍ସ ଓ୍ବାଇଲ୍ଡେଷ୍ଟ ଡ୍ରିମ୍ସ, ଦି ଫେମିନିଷ୍ଟ ଫ୍ରଣ୍ଟ ଆଦି ସଂସ୍ଥା ରହିଥିଲେ। ସୂଚନାଯୋଗ୍ୟ, ଆର୍କ୍ଟିକ ବାୟୁ ପ୍ରବାହ ଯୋଗୁ ସୋମବାର ରାଜଧାନୀରେ ଭୟଙ୍କର ଥଣ୍ଡା ଅନୁଭୂତ ହେବାକୁ ଥିବାରୁ ଶପଥ ଉତ୍ସବ ସମେତ ସେଦିନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଇନ୍ଡୋରରେ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri