ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମିଛ ଖବର ପ୍ରସାରଣକରି ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ଏହି ବ୍ୟକ୍ତି; ଜଣାପଡ଼ିବା ପରେ….

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିହାରର ରଶିଦ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ମିଛ ଖବର ଦେଖାଇ ୪ ମାସରେ ୧୫ ଲକ୍ଷ ଟଙ୍କା ଆୟ କରିଛନ୍ତି। ଏହି କାରଣରୁ ବିହାର ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ମଧ୍ୟ କହିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଅଭିନେତା ଅକ୍ଷୟ କୁମାର ମଧ୍ୟ ତାଙ୍କ ବିରୋଧରେ ୫ଶହ କୋଟିର ମାନହାନି ଦାବି କରିଛନ୍ତି। କାରଣ ସିଦ୍ଦିକି ନିଜର ଏକ ଭିଡିଓରେ ଅଭିଯୋଗ ଆଣିଥିଲେ ଯେ, ଅକ୍ଷୟ କାନାଡାରେ ରିୟା ଚକ୍ରବର୍ତ୍ତୀଙ୍କୁ ଲୁଚାଇ ରଖିଥିଲେ।
ସିଦ୍ଦିକି ପେଶାରେ ଜଣେ ଇଞ୍ଜିନିୟର। ସେ ୟୁଟ୍ୟୁବ୍‌ରେ ‘ଏଫ୍‌ଏଫ୍‌ ନ୍ୟୁଜ୍‌’ ନାମକ ଏକ ଚ୍ୟାନେଲ ଚଲାନ୍ତି। ପୋଲିସର କହିବାନୁଯାୟୀ, ସିଦ୍ଦିକିଙ୍କର ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ ୨ଲକ୍ଷ ସବ୍‌ସ୍କ୍ରାଇବର ଥିଲେ। ମାତ୍ର ସୁଶାନ୍ତଙ୍କ ମୃତ୍ୟୁ ପରେ ମିଛ ଖବର ପ୍ରସାରଣ କରିବାକରୁ ଏହି ସଂଖ୍ୟା ବୃଦ୍ଧି ପାଇଁ ୩.୭୦ ଲକ୍ଷରେ ପହଞ୍ଚିଛି।

Share