ଛାଡପତ୍ର ପରେ ‘ଲଭ୍‌ ଲେଟର୍‌’ ଲେଖିଲେ ନାଗା ଚୈତନ୍ୟ

ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ ଟ୍ରେଣ୍ଡ କରୁଛି। ଏହା ପଛର କାରଣ ହେଉଛି ତେଲୁଗୁ ସିନେମା ପରେ ନାଗା ଚୈତନ୍ୟ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ୟପକ୍ଷରେ,  ସାମନ୍ଥା ରୁଥ ପ୍ରଭୁଙ୍କ ଠାରୁ ଛାଡପତ୍ର ନେବା ପରେ ନାଗା ସୋସିଆଲ ମିଡିଆରେ ପ୍ରଥମ ପୋଷ୍ଟ ଶେୟାର କରିଛନ୍ତି। ଏହାପୂର୍ବରୁ ଅକ୍ଟୋବର ୨ରେ, ପୋଷ୍ଟ ଶେୟାର କରି ଛାଡପତ୍ର ବିଷୟରେ ସୂଚନା ଦେଇଥିଲେ। ନାଗା ତାଙ୍କ ପୋଷ୍ଟରେ ଏକ ବହିର ଫଟୋ ଶେୟାର କରିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, ଜୀବନ ପାଇଁ ଏକ ପ୍ରେମ ଚିଠି। ତାଙ୍କ ପୋଷ୍ଟରେ ମଧ୍ୟ ସେ @officiallymcconaughey ଙ୍କୁ ଟ୍ୟାଗ କରି କହି ତାଙ୍କର ଯାତ୍ରା ବାଣ୍ଟିଥିବାରୁ ଧନ୍ୟବାଦ ଏବଂ ଏହି ପୁସ୍ତକଟି ତାଙ୍କ ପାଇଁ ସବୁଜ ଆଲୋକ ସଦୃଶ ବୋଲି ସେ କହିଛନ୍ତି।
ନାଗା ଚୈତନ୍ୟ ୪୫ ଦିନ ହେବ ଇନଷ୍ଟାଗ୍ରାମରୁ ଦୂରରେ ଥିଲେ। ନାଗା ସୋସିଆଲ ମିଡିଆରେ ଏତେ ସକ୍ରିୟ ନ ଥାନ୍ତି। ସେ ସୋସିଆଲ ମିଡିଆରେ ସକ୍ରିୟ ହେବାକୁ ପସନ୍ଦ କରନ୍ତି ନାହିଁ ବୋଲି ଅନେକ ସାକ୍ଷାତକାରରେ ସେ କହିଛନ୍ତି। କାରଣ ସେ ତାଙ୍କର ଗୋପନୀୟତା ରଖିବାକୁ ଚାହାନ୍ତି। ଏପର୍ଯ୍ୟନ୍ତ ସେ ନିଜ ଇନଷ୍ଟାଗ୍ରାମରେ କେବଳ ୫୨ଟି ଫଟୋ ଶେୟାର କରିଛନ୍ତି।

Share