Categories: ଜାତୀୟ

ବିବାହର ୬ ବର୍ଷ ପରେ ସନ୍ତାନ ଜନ୍ମ ନ ଦେବାରୁ କୋର୍ଟ ଗଲେ ଶାଶୁ-ଶ୍ୱଶୁର

ହରିଦ୍ୱାର,୧୩ା୫:  ବିବାହର ୬ ବର୍ଷ ପରେ ବୋହୂ-ପୁଅ ସନ୍ତାନ ଜନ୍ମ ନ ଦେବାରୁ ଶାଶୁ-ଶ୍ୱଶୁର କୋର୍ଟରେ ମାମଲା ରୁଜୁ କରିଛନ୍ତି। ବୋହୂ-ପୁଅଙ୍କର ସନ୍ତାନ ଜନ୍ମ ନ ହେବାରୁ ସେମାନେ ମାନସିକ ନିର୍ଯାତନା ପାଉଥିବା କୋର୍ଟରେ ଅଭିଯୋଗ କରିଛନ୍ତି। ଏଥିପାଇଁ ବୃଦ୍ଧ ଦମ୍ପତି ବୋହୂ-ପୁଅଙ୍କଠାରୁ ୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି।

ଶାଶୁ ସାଧନା ପ୍ରସାଦଙ୍କ ଅଭିଯୋଗ ଅନୁଯାୟୀ, ନିଜ ଜୀବନର ସମସ୍ତ ଉପାର୍ଜିତ ଧନ ସେ ତାଙ୍କ ପୁଅର ଭରଣପୋଷଣ ପାଇଁ ଖର୍ଚ୍ଚ କରିସାରିଛନ୍ତି। ଋଣ କରି ଘର ତିଆରି କରିଥିବା ବେଳେ ଏହା ଶୁଝିବାକୁ ଏବେ ଅସମର୍ଥ। ବୋହୂଙ୍କ ପ୍ରରୋଚନାରେ ପୁଅ ବର୍ତ୍ତମାନ ଆଉ ତାଙ୍କୁ ପଚାରୁନାହାନ୍ତି। ବିବାହକୁ ୬ ବର୍ଷ ବିତିଥିଲେ ମଧ୍ୟ ସେମାନେ ସନ୍ତାନ ଜନ୍ମ କରିବାକୁ ଚାହୁଁନାହାନ୍ତି। ଫଳରେ ଆମେ ଦୁହେଁ ମାନସିକ ଯନ୍ତ୍ରଣା ଭୋଗୁଛୁ।

ଯଦି ବର୍ଷକ ମଧ୍ୟରେ ବୋହୂ-ପୁଅ ତାଙ୍କୁ ନାତୁଣୀ କିମ୍ବା ନାତିଟିଏ ଦେବେ ନାହିଁ ତେବେ ସେମାନେ  ଆମକୁ ୫ କୋଟି ଟଙ୍କାର କ୍ଷତିପୂରଣ ଦେବେ। ଏଥିସହିତ ବୋହୂ ପୁଅଙ୍କ ପାଇଁ ଖର୍ଚ୍ଚ କରିଥିବା ଟଙ୍କାର ସମସ୍ତ ପ୍ରମାଣ ମଧ୍ୟ ସେ କୋର୍ଟରେ ଦାଖଲ କରିଛନ୍ତି।

ସାଧନାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅ ଶ୍ରେୟ ସାଗର ଜଣେ ପାଇଲଟ। ତାଙ୍କର ବିବାହ ଶୁଭାଙ୍ଗି ସିହ୍ନା(୩୧)ଙ୍କ ସହ ୨୦୧୬ରେ କରାଇଥିଲେ। ଉଭୟଙ୍କ ବିବାହକୁ ୬ ବର୍ଷ ପୂରିଥିଲେ ମଧ୍ୟ ଏମାନେ କୌଣସି ସନ୍ତାନ ଚାହୁଁନାହାନ୍ତି। ଯାହାକି ତାଙ୍କୁ ଏହି ପରିଣତ ବୟସରେ ଅତ୍ୟନ୍ତ କଷ୍ଟ ଦେଉଛି। ନିରୁପାୟ ହୋଇ ଶେଷରେ ସେ କୋର୍ଟର ଆଶ୍ରୟ ନେଇଛନ୍ତି।

Share