Categories: ଖେଳ

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟ୍‌କା !

ଦୁବାଇ,୨୬।୮: ଏସିଆ କପ୍‌ ୨୦୨୨ ପୂର୍ବରୁ ପାକିସ୍ତାନକୁ ଲାଗିପାରେ ଆଉ ଏକ ଝଟ୍‌କା। ପ୍ରଥମେ ଶାହିନ ଆଫ୍ରିଦି ଟୁର୍ନାମେଣ୍ଟରୁ ବାହାର ହୋଇଥିବା ବେଳେ ଗୁରୁବାର ଏକ ଅଭ୍ୟାସ ମ୍ୟାଚ୍‌ ବେଳେ ଦ୍ରୁତ ବୋଳର୍‌ ମହମ୍ମଦ ଓ୍ବାସିମ୍‌ ଜୁନିୟର ଆହତ ହୋଇଛନ୍ତି। ସେ ପିଠିରେ ଯନ୍ତ୍ରଣା ହେଉଥିବା ନେଇ ଅଭିଯୋଗ କରିବା ପରେ ପାକିସ୍ତାନ ଦଳର ଚିନ୍ତା ବଢ଼ି ଯାଇଛି। ଏଭଳି ସ୍ଥିତିକୁ ଦେଖି ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଓ୍ବାସିମ୍‌ଙ୍କ ପିଠିର ଏମ୍‌ଆର୍‌ଆଇ ସ୍କାନ କରିବାକୁ ଦଳ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି। ତାଙ୍କ ରିପୋର୍ଟ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆସିବ ବୋଲି ବିଶ୍ୱାସ କରାଯାଉଛି।

ଓ୍ବାସିମଙ୍କ ସ୍କାନ ରିପୋର୍ଟ ଆଧାରରେ ସେ ଏସିଆ କପ୍‌ରେ ଖେଳିବେ କି ନା ସେ ନେଇ ନିଷ୍ପତ୍ତି ନିଆଯିବ। ଅଗଷ୍ଟ ୨୮ରେ ଭାରତ ବିପକ୍ଷ ମ୍ୟାଚ୍‌ ପରେ ପାକିସ୍ତାନ ଦ୍ୱିତୀୟ ଗ୍ରୁପ ମୁକାବିଲା ହଂକଂରେ ଖେଳିବ। ଏଭଳି ପରିସ୍ଥିତିରେ ଦଳରେ ଫିଟ୍‌ ବୋଲରଙ୍କ ରହିବା ଆବଶ୍ୟକତା ରହିଛି।

Share