୭ ବର୍ଷ ପରେ ନାବାଳିକାଙ୍କୁ ମିଳିଲା ନ୍ୟାୟ

ଝାରସୁଗୁଡ଼ା ଅଫିସ,୨୮ା୯: ୭ ବର୍ଷ ତଳେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସୁଶାନ୍ତ ବୁଦୁଲା ଓରଫ ଜଙ୍ଗଲିଙ୍କୁ ମଙ୍ଗଳବାର ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏଥି ସହ ଅଭିଯୁକ୍ତଙ୍କୁ ୨ ପୃଥକ୍‌ ଦଫାରେ ୫୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌ ମଦନଲାଲ୍‌ କେଡିଆ।

ଜରିମାନା ରାଶି ଖିଲାପ ହେଲେ ଜେଲ ଦଣ୍ଡାଦେଶ ବୃଦ୍ଧି ହୋଇପାରେ। ଏହି ମାମଲାରେ ସମୁଦାୟ ୩୬ଜଣ ସାକ୍ଷୀଙ୍କ ବୟାନ ପୀଡିତାଙ୍କ ସପକ୍ଷରେ ଯାଇଥିଲା। ପୀଡିତାଙ୍କ ପକ୍ଷରୁ ସରକାରୀ ଓକିଲ ପୃଥୀରାଜ ସିଂହଦେଓ ଓ ଅଭିଯୁକ୍ତଙ୍କ ତରଫରୁ ଓକିଲ ଡାକେଶ୍ୱର ପାଣ୍ଡେ ମାମଲା ଲଢୁଥିଲେ।

ସୂଚନାନୁସାରେ, ୨୦୧୪ ଅକ୍ଟୋବର ୩ତାରିଖରେ ଲଇକେରା ଥାନା ଅଞ୍ଚଳର ଜଣେ ୧୬ବର୍ଷିୟା ନାବାଳିକା ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଅଭିଯୁକ୍ତ ଜଣଙ୍କ ତାଙ୍କୁ ବଳାତ୍କାର କରି ପରେ ହତ୍ୟା କରିଥିଲେ। ମୃତା ନାବାଳିକାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗକୁ ନେଇ ଲଇକେରା ଥାନା (କେସ୍‌ ନଂ୧୦୭/୧୪)ରେ ଏକ ମାମଲା ରୁଜୁ ହୋଇଥିଲା।