Categories: ଫୁରସତ

ସ୍ବାମୀ ବିବେକାନନ୍ଦ ଯେଉଁଠି ଭାଷଣ ଦେଇ ବିଶ୍ୱବିଖ୍ୟାତ ହୋଇଥିଲେ ସେଠାରେ ଆଜି ଏମିତି ଲେଖା ଅଛି

ସ୍ବାମୀ ବିବେକାନନ୍ଦ ୧୮୯୩ ମହିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାକୋ ସହରରେ ଭାଷଣ ଦେଇ ସାରା ବିଶ୍ୱକୁ ଥରାଇ ଦେଇଥିଲେ। ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଦେଇଥିବା ଏହି ଭାଷଣର ପ୍ରତିଟି ଧାଡିରେ ଭାରତର ବେଦ ଉପନିଷେଦ କଥା କୁହାଯାଇଥିଲା। ଯେତେବେଳେ ସ୍ବାମୀ ବିବେକାନନ୍ଦଙ୍କ କଥା ଉଠେ ସେତେବେଳେ ତାଙ୍କ ଭାଷଣର କଥା ନିଶ୍ଚିତ ଭାବେ ଆଲୋଚନା ହୋଇଥାଏ। ଚିକାଗୋ ସହରରେ ଆଜି ବି ବିବେକାନନ୍ଦଙ୍କ ଭାଷଣର ଶବ୍ଦଗୁଡିକୁ ଜୀବନ୍ତ ରଖାଯାଇଛି। ବିବେକାନନ୍ଦ ଯେଉଁଠି ଭାଷଣ ଦେଇଥିଲେ ସେଠାକାର ଏକ ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋରେ କିଛି ପାହାଚ ରହିଛି ଯେଉଁଠାରେ ବିବେକାନନ୍ଦ ଦେଇଥିବା ଭାଷଣର ଅଂଶଗୁଡିକୁ ଲେଖାଯାଇଛି। ଆଇଏଫଏସ୍‌ ପରଓ୍ବିନ୍‌ କାସଓ୍ବାନ ଉକ୍ତ ପାହାଚର ଫଟୋ ନିଜ ଟୁଇଟରରେ ଶେୟାର କରିଛନ୍ତି।

Share