Posted inଜାତୀୟ

ରାଜଦ୍ରୋହ ଆଇନ ପରେ, ଏବେ ୟୁନିଫର୍ମ ସିଭିଲ କୋଡ: ଆଇନ ଆୟୋଗ ଖୁବ ଶୀଘ୍ର ଦାଖଲ କରିବେ ରିପୋର୍ଟ…

ନୂଆଦିଲ୍ଲୀ,୩।୬ : ଭାରତର ଆଇନ ଆୟୋଗ ରାଜଦ୍ରୋହ ଆଇନ ସମ୍ବନ୍ଧୀୟ ରିପୋର୍ଟ ଭାରତ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ରାଜଦ୍ରୋହ ଆଇନକୁ ବଜାୟ ରଖିବା ପାଇଁ ସରକାରଙ୍କୁ ଏହାର ସୁପାରିଶ ଦାଖଲ କରିବା ପରେ ଆଇନ ଆୟୋଗ ବର୍ତ୍ତମାନ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ନଜର ରଖିଛନ୍ତି। ଚର୍ଚ୍ଚା ହେଉଛି ଆଇନ ଆୟୋଗ ଖୁବ ଶୀଘ୍ର ୟୁସିସି ଉପରେ ନିଜର ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିପାରନ୍ତି।

ଖବର ଅନୁଯାୟୀ, ଉତ୍ତରପ୍ରଦେଶ ପାଇଁ ୟୁସିସି ପ୍ରସ୍ତୁତ କରିଥିବା କମିଟିର ନେତୃତ୍ୱ ନେଇଥିବା ଜଷ୍ଟିସ (ଅବସରପ୍ରାପ୍ତ) ରଞ୍ଜନ ପ୍ରକାଶ ଦେଶାଇ ଶୁକ୍ରବାର ଆଇନ ଆୟୋଗର ସଦସ୍ୟମାନଙ୍କୁ ଭେଟିବା ପରେ ଏନେଇ ସମ୍ଭାବନା ପ୍ରକାଶ ପାଇଛି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଏବଂ କମିଟିର ସଦସ୍ୟମାନଙ୍କ ସହିତ ଆଇନ କମିଶନ ମୁଖ୍ୟ ଅବସରପ୍ରାପ୍ତ ଜଷ୍ଟିସ ଋତୁରାଜ ଆୱସ୍ତି, ସଦସ୍ୟ କେ.ଟି ଶଙ୍କରନ, ଆନନ୍ଦ ପଲିୱାଲ ଏବଂ ଡିପି ବର୍ମାଙ୍କ ସହିତ ଆଲୋଚନା କରିଥିଲେ।

ଏହି ସମୟରେ ଉତ୍ତରାଖଣ୍ଡ ପାଇଁ ୟୁନିଫର୍ମ ସିଭିଲ କୋଡ ସମ୍ବନ୍ଧରେ କମିଟି ପ୍ରସ୍ତୁତ କରିଥିବା ଡ୍ରାଫ୍ଟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ବିଶେଷଜ୍ଞ ତଥା ହିତାଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଆୟୋଗ କାର୍ଯ୍ୟ କରୁଛି ବୋଲି ବୈଠକ ପରେ ଜଷ୍ଟିସ ପ୍ରକାଶ ଦେଶାଇ କହିଛନ୍ତି। ଆଇନ ଆୟୋଗର ସଦସ୍ୟମାନଙ୍କ ସହ ହୋଇଥିବା ଆଲୋଚନାରୁ ଏହା ହିଁ ବୁଝାପଡୁଛି ବୋଲି ସେ କହିଛନ୍ତି।

ଗତ ବର୍ଷ ନଭେମ୍ବର ମାସରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଜଷ୍ଟିସ ଋତୁରାଜ ଆୱସ୍ତି ମଧ୍ୟ ସୂଚାଇ ଦେଇଥିଲେ ୨୨ ତମ ଆଇନ ଆୟୋଗ ପୂର୍ବ ଆୟୋଗରେ ବିଚାରାଧୀନ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଗବେଷଣା କାର୍ଯ୍ୟକୁ ଆଗେଇ ନେବେ। ୟୁନିଫର୍ମ ସିଭିଲ କୋଡ ମଧ୍ୟ ଏକ ପ୍ରସଙ୍ଗ ଭାବେ ଏଥିରେ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri