ଶାଲ୍‌ ପରେ ଡଙ୍ଗରିଆ ମାସ୍କର ଚାହିଦା

ରାୟଗଡ଼ା ଅଫିସ,୪ା୭: ଲକ୍‌ଡାଉନ୍‌ ଘୋଷଣା ପରଠାରୁ ସମସ୍ତ ବର୍ଗର ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାୟଗଡ଼ା ଜିଲା ନିୟମଗିରି ପାହାଡ଼ ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ କନ୍ଧମାନେ। ଶାଲ ବୁଣାରେ ସିଦ୍ଧହସ୍ତ ଏହି ଡଙ୍ଗରିଆ ମହିଳାମାନେ ରୋଜଗାର ବଞ୍ଚାଇବାକୁ ଏବେ ମାସ୍କ ପ୍ରସ୍ତୁତିକୁ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନଙ୍କ ଦକ୍ଷତା ଏବଂ ରାଜ୍ୟ ସରକାରଙ୍କ ପ୍ରୟାସ ଏପରି ଏକ ଘଡ଼ିସନ୍ଧି ସମୟରେ ବି ଡଙ୍ଗରିଆମାନଙ୍କୁ ସ୍ବାବଲମ୍ବୀ କରିପାରିଛି।
ଏହି ଆଦିବାସୀ ଜନଜାତିର ମହିଳାମାନେ ସାଧାରଣତଃ ପାରମ୍ପରିକ ‘କପଡ଼ା ଗୁନ୍ଦା’ ବୁଣା ଏବଂ ଏମ୍ବ୍ରୋଡରି କାମ କରିଥାନ୍ତି। ସେମାନଙ୍କ ଦ୍ୱାରା ତିଆରି ଶାଲ୍‌ର ଚାହିଦା ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ରହିଛି। କିନ୍ତୁ ଲକ୍‌ଡାଉନ୍‌ ପରେ ଉକ୍ତ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏହି ଡଙ୍ଗରିଆ ମହିଳାମାନେ ବେକାର ହୋଇଯାଇଥିଲେ। ଏହି ସମୟରେ ଡଙ୍ଗରିଆ ଉନ୍ନୟନ ସଂସ୍ଥା(ଡିକେଡିଏ) ସେମାନଙ୍କୁ ରୋଜଗାରର ନୂଆ ମାଧ୍ୟମ ଦେଖାଇଥିଲା। କୋଭିଡ୍‌-୧୯ ସମୟରେ ମାସ୍କ ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ମାସ୍କ ସିଲେଇ ଏବଂ ଏମ୍ବ୍ରୋଡରି କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ଫଳରେ ହାତବୁଣା ଶାଲ୍‌ ପରି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କର ଚାହିଦା ବୃଦ୍ଧିପାଉଛି ଓ ରୋଜଗାର ମଧ୍ୟ ବଢ଼ୁଛି। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ କୁର୍ଲୀ ପଞ୍ଚାୟତର ଖମ୍ବେଶି, ଖଜୁରି, କୁର୍ଲୀ ଏବଂ ହୁଣ୍ଡିଜାଲି ଗ୍ରାମର ପ୍ରାୟ ୪୦ ଡଙ୍ଗରିଆ ମହିଳା ଏହି ମାସ୍କ ତିଆରି କାର୍ଯ୍ୟ କରୁଛନ୍ତି। ପ୍ରଥମେ ଏସ୍‌ଏଚ୍‌ଜି(ସ୍ବୟଂ ସହାୟିକା ଗୋଷ୍ଠୀ)ର ମହିଳାମାନେ ମାସ୍କ ସିଲେଇ କରିଥାନ୍ତି। ପରେ ଡଙ୍ଗରିଆ ମହିଳାମାନେ ସେଥିରେ ପାରମ୍ପରିକ ଏମ୍ବ୍ରୋଡରି ଡିଜାଇନ କରିଥାନ୍ତି। ଏଥିପାଇଁ ପ୍ରତି ମାସ୍କ ପିଛା ଡିକେଡିଏ ପକ୍ଷରୁ ସେମାନଙ୍କୁ ୫୦ ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଇଥାଏ। ଏ ସମ୍ପର୍କରେ ଡଙ୍ଗରିଆ ମହିଳା ଶୁକ୍ରୀ କାଡ୍ରାକା କହିଛନ୍ତି, ଶାଲ ବୁଣା ବନ୍ଦ ହୋଇଯାଇଥିବାରୁ ଏବେ ମାସ୍କ ତିଆରିକରି କିଛି ଆୟ କରିପାରୁଛୁ। ଏଥିସହ ମହାମାରୀ ସମୟରେ ଲୋକଙ୍କୁ ମାସ୍କ ଯୋଗାଇ ଖୁସି ଅନୁଭବ କରୁଛୁ। ଡିକେଡିଏ ପକ୍ଷରୁ କପଡ଼ା, ଛୁଞ୍ଚି ଏବଂ ଏମ୍ବ୍ରୋଡରି ପାଇଁ ସୂତା ଯୋଗାଇ ଦିଆଯାଉଛି। ଗୋଟିଏ ମାସ୍କ ତିଆରି ପାଇଁ ୯୫ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ମେ୨୧ରୁ ଇତିମଧ୍ୟରେ ୭୫୦ ମାସ୍କ ତିଆରି ସରିଲାଣି। ଆହୁରି ବରାଦ ରହିଛି। ପ୍ରସ୍ତୁତ ମାସ୍କଗୁଡ଼ିକୁ ଭୁବନେଶ୍ୱରସ୍ଥିତ ଟିଡିସିସି (ଟ୍ରାଇବାଲ୍‌ ଡେଭଲପ୍‌ମେଣ୍ଟ କୋଅପରେଟିଭ୍‌ କର୍ପୋରେଶନ) ବିଷମକଟକସ୍ଥିତ ଡିକେଡିଏ କାର୍ଯ୍ୟାଳୟରୁ କିଣି ନେଉଛି। ଆଗାମୀ ଦିନରେ ଏହି ମାସ୍କ ଜାତୀୟ ଓ ଅନ୍ତର୍ଜାତୀୟ ବଜାରକୁ ପଠାଯିବା ଲକ୍ଷ୍ୟ ରହିଛି। ଡିକେଡିଏର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ କହିଛନ୍ତି, ରାଜ୍ୟସ୍ତରରୁ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକଳ୍ପ ଆରମ୍ଭ କରିଥିଲୁ। ଏହା ଡଙ୍ଗରିଆଙ୍କ ରୋଜଗାରର ମାଧ୍ୟମ ହୋଇପାରିଛି। ଏହା ମାଧ୍ୟମରେ ଡଙ୍ଗରିଆ କନ୍ଧଙ୍କ ପ୍ରାଚୀନ ଚିତ୍ରକଳାର ମଧ୍ୟ ପ୍ରଚାର ପ୍ରସାର ହୋଇପାରୁଛି ବୋଲି ପାଢ଼ୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri