ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡିଛି।

ଜଶ୍ମିନ୍‌ଙ୍କ କର୍ମଚାରୀମାନେ ଏହି ସମ୍ପର୍କରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ପୋଲିସକୁ ଜଣାଇବା ପରେ ହୋଟେଲରେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହ ଫୋନ୍‌କଲ୍‌ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଆମେରିକାରେ ରହୁଥିବା ଜଶ୍ମିନ୍‌ ଶନିବାର ଦିଲ୍ଲୀର ଜବାହରଲାଲ୍‌ ନେହେରୁ ଷ୍ଟାଡିୟମରେ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପହଞ୍ଚି ଥିଲେ।

Share